ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଇପିଏଲ ଟିମ୍ ମାଲିକଙ୍କ ସହ ବୈଠକ କରିବ ବିସିସିଆଇ, ଆଗାମୀ ସିଜିନ୍ ପୂର୍ବରୁ ହେବ ବଡ଼ ପ୍ରସଙ୍ଗ ଉପରେ ଚର୍ଚ୍ଚା

ନୂଆଦିଲ୍ଲୀ,୧।୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଅର୍ଥାତ ଆଇପିଏଲ ୨୦୨୪ର ସିଜିନ୍‌ ଜାରି ରହିଛି, କିନ୍ତୁ ଭାରତୀୟ କ୍ରିକେଟ କନଟ୍ରୋଲ ବୋର୍ଡ ଅର୍ଥାତ ବିସିସିଆଇ ଏହି ଟୁର୍ଣ୍ଣାମେଣ୍ଟର ଆଗାମୀ ସିଜିନ୍‌ର ପ୍ରସ୍ତୁତି ମଧ୍ୟ ଏକାଠି କରୁଛନ୍ତି। ବିସିସିଆଇ ୧୬ ଏପ୍ରିଲରେ ଅହମ୍ମଦାବାଦରେ ଆଇପିଏଲ୍‌ ଟିମ୍‌ର ମାଲିକଙ୍କ ସହିତ ମିଟିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଏହି ମିଟିଂରେ ବହୁ ବିନ୍ଦୁ ଉପରେ ଚର୍ଚ୍ଚା ହୋବାର ଅଛି, ଯେଉଁଥିରେ ମେଗା ଅକ୍ସନ, ରିଟେସନ୍‌, ରାଇଟ ଟୁ ମ୍ୟାଚ୍ କାର୍ଡ ଓ ସାଲରୀ କ୍ୟାପ୍ ଭଳି ପ୍ରସଙ୍ଗ ରହିଛି। ଯେଉଁ ଦିନ ମିଟିଂ ହେବ, ସେ ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଗୁଜରାଟ ଟାଇଟନ୍ସର ସାମନା ଦିଲ୍ଲୀ କ୍ୟାପିଟାଲ୍ସ ସହିତ ରହିଛି।

କ୍ରିକ୍‌ବଜର ରିପୋର୍ଟ ଅନୁସାରେ, ଆଇପିଏଲ ଫ୍ରାଞ୍ଚାଇଜ୍‌ର ସବୁ ୧୦ ମାଲିକଙ୍କୁ ନିମନ୍ତ୍ରଣ  ପଠାଇଛି ବିସିସିଆଇ। ତେବେ ଏହି ଅନୁମାନ ଲଗାଯାଉଛି ଯେ, ମାଲିକ ସହିତ ତାଙ୍କ ସିଇଓ ଓ ଅପରେସନ୍ ଟିମ୍‌ ମଧ୍ୟ ଆସିପାରେ, କିନ୍ତୁ ବୈଠକରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ସମ୍ବୋଧିତ କରିବାର ଆଶା ରହିଛି, ଏହା କଥିତ ଭାବରେ  କେବଳ ମାଲିକ୍‌ଙ୍କ ପାଇଁ ରହିଛି। ବୈଠକରେ ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି, ସଚିବ ଜୟ ଶାହ ଓ ଆଇପିଏଲ  ଅଧ୍ୟକ୍ଷ ଅରୁଣ ସିଂହ ଧୂମଲ ସାମିଲ ହେବେ। ବୈଠକ ସମ୍ପର୍କରେ ଲେଟର ଆଇପିଏଲର ସିଇଓ ହେମାଙ୍ଗ ଅମିନ ପଠାଇଛନ୍ତି।

ଅମିନ ବୈଠକ ପାଇଁ ଏଜେଣ୍ଟା ଧାର୍ଯ୍ୟ କରିନାହାନ୍ତି, କିନ୍ତୁ ମିଟିଂ ଇନାଭିଟେସନ୍ ଅଚାନକ ପ୍ରକୃତି ଦେଖି ଏହା ଆଶା କରାଯାଉଛି ଯେ, ବିସିସିଆଇ ବହୁ ନୀତିଗତ ନିଷ୍ପତ୍ତି ଉପରେ ଧ୍ୟାନ ଦେବ, ମୁଖ୍ୟ ରୂପରେ ଆସନ୍ତା ବର୍ଷ ହେବାକୁ ଥିବା ମେଗା ଅକ୍ସନ ସମ୍ପର୍କିତ ରହିଛି। ଏ ସମ୍ପର୍କରେ ସୂଚନା ରଖିଥିବା ଏକ ସୁତ୍ରରୁ ଜଣାପଡିଛି ଯେ, ଆଇପିଏଲ ପାଇଁ ଆଗାମୀ ରଣନୀତି ଉପରେ ଚର୍ଚ୍ଚା କରିବେ।’ ଏହି ମିଟିଂର ସବୁଠାରୁ ବଡ ପ୍ରସଙ୍ଗ ରିଟେଶନ୍‌କୁ ନେଇ ରହିବ, କାରଣ ଅଲଗା ଅଲଗା ଫ୍ରାଞ୍ଚାଇଜ୍ର ମାଲିକ ଅଲଗା ଅଲଗା ବିଚାରରେ ଏହାକୁ ରଖନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.