ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ଜଟଣୀ ପ୍ରସିଦ୍ଧ ଗଣେଶପୂଜା: ତୋରଣ, ଆଲୋକମାଳାରେ ଝଲସିବ

ଜଟଣୀ ୧୬/୦୯: ଜଟଣୀର ପ୍ରସିଦ୍ଧ ଗଣେଶ  ପୂଜା ଯେତିକି ପାଖେଇ ଆସୁଛି ଲୋକଙ୍କ ମଧ୍ୟରେ  ସେତିକି ଉତ୍ସାହ ବଢ଼ୁଛି । କେଉଁ ପେଣ୍ଡାଲ ଅଧିକ  ଆକର୍ଷଣୀୟ ହେବ, କାହାର ମୂର୍ତ୍ତି ଭଲ ହେବ ଆଉ  କିଏ ଭଲ ମନୋରଞ୍ଜନ କାର୍ଯ୍ୟକ୍ରମ କରିବ ତାହାକୁ  ନେଇ ଚାଲିଛି ଚର୍ଚ୍ଚା । ପୂଜା ମଣ୍ଡପ କର୍ମକର୍ତ୍ତମାନେ  ମଧ୍ୟ ବେଶ୍‌ ତତ୍ପର ହୋଇଉଠିଛନ୍ତି । କେଉଁ ଡିଜାଇନ୍‌  ତୋରଣ ହେବ, ସିନେରୀ ଓ ଆଲୋକମାଳାରେ କେଉଁ ଦୃଶ୍ୟ ରହିବ ତାହାକୁ ନେଇ ଜୋରଦାର ପ୍ରତିଯୋଗିତା  ଚାଲିଛି । ସୁନ୍ଦର ସାଜସଜା ପାଇଁ ରାଜ୍ୟ ଓ ରାଜ୍ୟ  ବାହାର କାରିଗରମାନେ ଡେରା ପକାଇଛନ୍ତି । 

ଜଟଣୀର ଅନ୍ୟତମ ପୁରୁଣା ପୂଜା ପେଣ୍ଡାଲ  ରେଲୱେ ଗୋଲେଇ ମାର୍କେଟ । ଦିନ ଥିଲା ଏହି  ପେଣ୍ଡାଲରେ ବହୁ ବର୍ଷ ପୂର୍ବରୁ ଗଣେଶ ମେଳଣ  ହେଉଥିଲା । ଏହି ପେଣ୍ଡାଲ ଶ୍ରୀଗଣେଶଙ୍କୁ ଥାନପତି  ମଧ୍ୟ କୁହାଯାଏ । ସବୁ ବର୍ଷ ପରି ଏଠାରେ ସିଂହାସନରେ  ପୂଜା ପାଇବେ ୧୫ଫୁଟ ଉଚ୍ଚ ପାର୍ବତୀ ନନ୍ଦନଙ୍କ ମୂର୍ତ୍ତି ।  ଏଥିସହ ୧୦ରୁ ଅଧିକ ସୁଉଚ୍ଚ କନାରେ ପ୍ରସ୍ତୁତ  ତୋରଣ ଓ ଲାଇଟ୍‌ ଗେଟ୍‌ରେ ଦେଶ ବିଦେଶର ବିଭିନ୍ନ  ଦର୍ଶନୀୟ ଦୃଶ୍ୟ ସ୍ଥାନ ପାଇବ । ଦିଲ୍ଲୀର ଲୋଟ୍‌ସ  ଟେମ୍ପୁଲ, ଉଡୁଥିବା ବିହଙ୍ଗ, ଗଡ଼ୁଥିବା ରଥ, ଜଳୁଥିବା  ଦୀପ, ଝୁମର ଆଦି ତୋରଣ ଓ ଲାଇଟ୍‌ ଗେଟ୍‌ ତିଆରି  ଚାଲିଛି । 

ସେହିପରି ଅନ୍ୟତମ ପ୍ରମୁଖ ପୂଜା ପେଣ୍ଡାଲ  ହେଉଛି ପୋଷ୍ଟ ଅଫିସ ଛକ । ଏଠାରେ ମଧ୍ୟ ସାଜସଜ୍ଜା  ଉପରେ ଗୁରୁତ୍ୱ ଦିଆଯାଉଛି । ଲାଇଟ୍‌ ଗେଟ୍‌ରେ  ରାମଦୋଳି, କଇଁଛ ଠେକୁଆ ଖେଳ, ପୌରାଣିକ  କଥାବସ୍ତୁକୁ ନେଇ ଆକର୍ଷଣୀୟ ଦୃଶ୍ୟ ସ୍ଥାନ ପାଇବ ।  ଏହାଛଡ଼ା ରାବଣ, ବଣମଣିଷ, ସିଂହର ଗର୍ଜନ ସମେତ  ଜଂଗଲ ମଧ୍ୟରେ ଜୀବଜନ୍ତୁ ଚଳପ୍ରଚଳ କରିବା ଭଳି  ଅନେକ ସାଜସଜ୍ଜା ମେକାନିକାଲ ଲାଇଟ୍‌ରେ ଲୋକେ  ଦେଖିପାରିବେ । ପେଣ୍ଡାଲରେ ସିଂହାସନ ଉପରେ ୧୫  ଫୁଟ ଉଚ୍ଚ ଗଣେଶ ମୂର୍ତ୍ତି ପୂଜା ପାଇବେ । ପିଲାଙ୍କ ମନୋରଞ୍ଜନ ପାଇଁ ଏଠାରେ ରାମଦୋଳି ଖସଡ଼ା, ଚକ୍ରି,  ଟଏ ଟ୍ରେନ୍‌ ଆଦି ସ୍ଥାନ ପାଇବ । ପ୍ରତିଦିନ ସନ୍ଧ୍ୟାରେ  ପାଲା, ଓଡ଼ିଶୀ, ସମ୍ବଲପୁରୀ, ଗୋଟିପୁଅ ନୃତ୍ୟ,  ଭଜନ, ମେଲୋଡ଼ି ପରିବେଷଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.