ମାଲକାନଗିରି, ୮/୯ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲା ପୁଲିସକୁ ମିଳିଛି ଏକ ସଫଳତା। କମ୍ବିଂ ଅପରେସନ ସମୟରେ ଜଙ୍ଗଲରେ ମାଓବାଦୀ ଲୁଚାଇ ରଖିଥିବା ଡମ୍ପକୁ ଯବାନମାନେ ଠାବ କରିଛନ୍ତି । ସେହି ଡମ୍ପରୁ ବନ୍ଧୁକ, ଗୋଳାବାରୁଦ, ମାଓ ସାମଗ୍ରୀ ଯବାନ ଜବତ କରିଛନ୍ତି।
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ସୁକୁମା ଜିଲ୍ଲାରେ ନକ୍ସଲ ବିଲୋପ ଅଭିଯାନ ଚାଲୁଛି। କେରଲାପାଲ ଏରିଆ କମିଟିର ମାଓବାଦୀ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିବା ପରେ ସୁକୁମା ଜିଲ୍ଲା ପଲିସ,ଡିଆରଜି ,ବସ୍ତର ଫାଇଟର, ୨୦୬ କୋବ୍ରା ୭୪ ସିଆରପିଏଫ ମିଳିତ ଟିମ ମାଓବାଦୀ ପ୍ରବଣ ଗାଁ ଗାରୁମ , କୋତାପାଲ୍ଲୀ, ନାଗାରାମ, ନେଡୁମ୍, ତୋୟାପାରା, ସିମେଲ, ଗୋଗୁଣ୍ଡା, ଡୋଗିନପାରା ଏବଂ ଏହାର ଆଖପାଖ ଅଞ୍ଚଳରେ କମ୍ବିଂ ଅପରେସନ କରିଥିଲେ। ଗୋଗୁଣ୍ଡା-ସିମେଲ ପାହାଡ଼ ଜଙ୍ଗଲରେ ଯବାନଙ୍କୁ ଆସିବା ଦେଖ୍ ଘଞ୍ଚ ଜଙ୍ଗଲର ଆଢୁଆଳରେ ମାଓବାଦୀ ମାନେ ଜଙ୍ଗଲ ରେ ଲୁଚି ପଳାଇଥିଲେ। ଘଞ୍ଚ ଜଙ୍ଗଲ ପାହାଡ଼ର ଏକ ବଡ଼ ପଥର କୋରଡ଼ ରୁ ଯବାନ ତଲାସି କରିବାରୁ ଏକ ମାଓ ଡମ୍ପ ଉଦ୍ଧାର କରିଥିଲେ। ସେଥିରେ ବିଜିଏଲ ଲଞ୍ଚର, ୩ଟି ବନ୍ଧୁକ, ବିପୁଳ ପରିମାଣ ର ବିସ୍ଫୋରକ ଦ୍ରବ୍ୟ ସହିତ ମାଓ ସାମଗ୍ରୀ ଜବତ କରିଥିଲେ।