ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦେଶର ୧୫ତମ ଅନ୍ତରିଣ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ; ଦୁଇଥର ଭାର ସମ୍ଭାଳିଥିଲେ ଯଶବନ୍ତ ସିହ୍ନା

Image source: mint

ନୂଆଦିଲ୍ଲୀ,୨୬/୦୧: ୧ ଫେବୃଆରୀ ୨୦୨୪ ରେ କେନ୍ଦ୍ର ସରକାର ଅନ୍ତରିଣ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ପ୍ରତିବର୍ଷ ଆସୁଥିବା ସାଧାରଣ ବଜେଟ୍ ଠାରୁ ଏହା ଭିନ୍ନ। ଚଳିତ ବର୍ଷ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବାରୁ ପୂର୍ଣ୍ଣ ବଜେଟ୍ ବଦଳରେ ଅନ୍ତରିଣ ବଜେଟ୍ ଆସିବ। ନିର୍ବାଚନ ପରେ ଯେଉଁ ସରକାର ଶାସନକୁ ଆସିବେ ସେ, ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଅନ୍ତରିଣ ବଜେଟ୍ ଉପସ୍ଥାପନ କରିବେ। ସେ ନିଜର ଷଷ୍ଠ ବଜେଟ୍ ଉପସ୍ଥାପନ କରି ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ଏଥିପାଇଁ ହାଲୱା ସମାରୋହର ଆୟୋଜନ କରାଯାଇଛି। ସ୍ୱାଧୀନତା ପରଠାରୁ ଦେଶରେ ୧୪ ଥର ଅନ୍ତରିଣ ବଜେଟ୍ ଉପସ୍ଥାପିତ ହୋଇଛି। ଆସନ୍ତୁ ଜାଣିବା ସେଗୁଡ଼ିକ ବିଷୟରେ କିଛି...

ଅନ୍ତରିଣ ବଜେଟ କ'ଣ?

ଅଦନ୍ତରିଣ ବଜେଟ ବାର୍ଷିକ କିମ୍ବା ସାଧାରଣ ବଜେଟ୍ ଠାରୁ ଛୋଟ ଅଟେ। ଏଥିରେ, ନୂତନ ସରକାର ଗଠନ ପର୍ଯ୍ୟନ୍ତ ରାଜସ୍ୱ ଏବଂ ବ୍ୟୟର ଆକଳନ ଉପସ୍ଥାପିତ ହୋଇଥାଏ, ଯାହା ଦ୍ବାରା ବଜାରରେ ନିବେଶକଙ୍କ ଆତ୍ମବିଶ୍ୱାସ ବଜାୟ ରହିବ। ନୂତନ ସରକାରଙ୍କ ପୂର୍ଣ୍ଣାଙ୍ଗ ବଜେଟ୍ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଏଥିରେ ବଡ଼ ଘୋଷଣା କରିବାକୁ ଏଡ଼ାଇ ଦିଆଯାଏ।

୧୪ ଥର ହୋଇସାରିଛି ଅନ୍ତରିଣ ବଜେଟ: 

ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ସ୍ବାଧୀନତା ପରଠାରୁ ୧୪ ଥର ଅନ୍ତରିଣ ବଜେଟ୍ ଉପସ୍ଥାପିତ ହୋଇସାରିଛି। ଦେଶର ପ୍ରଥମ ଅନ୍ତରିଣ ବଜେଟ୍ ୨୯ ଫେବୃଆରୀ ୧୯୫୨ରେ ସିଡି ଦେଶମୁଖଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିଲା। ଦେଶର ଦ୍ୱିତୀୟ ଅନ୍ତରିଣ ବଜେଟ୍ ୧୯ ମାର୍ଚ୍ଚ ୧୯୫୭ ରେ ଟି.ଟି କୃଷ୍ଣମାଚାରିଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିଲା। ସେହିପରି ତୃତୀୟ ଅନ୍ତରିଣ ବଜେଟ୍ ୧୪ ମାର୍ଚ୍ଚ ୧୯୬୨ ରେ ମୋରାରିଜୀ ଦେଶାଇଙ୍କ ଦ୍ବାରା ଉପସ୍ଥାପିତ ହୋଇଥିଲା। ୨୦ ମାର୍ଚ୍ଚ ୧୯୬୭ରେ ମୋରାରିଜୀ ଦେଶାଇ ଦେଶର ଚତୁର୍ଥ ଅନ୍ତରିଣ ବଜେଟ୍ ଉପସ୍ଥାପନ କରିଥିଲେ। ଏହା ପରେ ୨୪ ମାର୍ଚ୍ଚ ୧୯୭୧ ରେ, ଦେଶର ପଞ୍ଚମ ଅନ୍ତରିଣ ବଜେଟ୍ ଓ୍ବାଇ ବି ଚୌହାନଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିଲା। ତା’ପରେ ଏଚ୍‌ଏମ୍ ପଟେଲ ୨୮ ମାର୍ଚ୍ଚ ୧୯୭୭ ରେ ଷଷ୍ଠ ଅନ୍ତରିଣ ବଜେଟ୍ ଆଣିଥିଲେ। ପରେ ୧୧ ମାର୍ଚ୍ଚ ୧୯୮୦ ରେ ଆର୍. ଭେଙ୍କଟରମଣ ଦେଶ ଆଗରେ ସପ୍ତମ ଅନ୍ତରିଣ ବଜେଟ୍ ଉପସ୍ଥାପନ କରିଥିଲେ।

ଦୁଇଥର ବଜେଟ ଉପସ୍ଥାପନ କରିଥିଲେ ଯଶୋବନ୍ତ ସିହ୍ନା: 

୪ ମାର୍ଚ୍ଚ ୧୯୯୧ ରେ ଯଶବନ୍ତ ସିହ୍ନା ଅଷ୍ଟମ ଅନ୍ତରିଣ ବଜେଟ୍ ଉପସ୍ଥାପନ କରିଥିଲେ। ତା’ପରେ ମନମୋହନ ସିଂ ୨୮ ଫେବୃଆରୀ ୧୯୯୬ ରେ ନବମ ଅନ୍ତରିଣ ବଜେଟ୍ ଆଣିଥିଲେ। ୨୫ ମାର୍ଚ୍ଚ ୧୯୯୮ ରେ ଯଶୋବନ୍ତ ସିହ୍ନା ପୁଣିଥରେ ଦେଶର ଦଶମ ଅନ୍ତରିଣ ବଜେଟ୍ ଉପସ୍ଥାପନ କରିଥିଲେ। ସେହିପରି ୩ ଫେବୃଆରୀ ୨୦୦୪ ରେ ଦେଶର ଏକାଦଶ ଅନ୍ତରିଣ ବଜେଟ୍ ଆସିଥିଲା, ଯାହାକୁ ଜଶୱନ୍ତ ସିଂ ଆଣିଥିଲେ। ଏହା ପରେ ପ୍ରଣବ ମୁଖାର୍ଜୀଙ୍କ ଦ୍ବାରା ୧୬ ଫେବୃଆରୀ ୨୦୦୯ ରେ ଦ୍ୱାଦଶ, ୧୭ ଫେବୃଆରୀ ୨୦୧୪ରେ ପି. ଚିଦାମ୍ବରମଙ୍କ ଦ୍ବାରା ତ୍ରୟୋଦଶ, ୧ ଫେବୃଆରୀ ୨୦୧୯ରେ ପୀୟୂଷ ଗୋୟଲଙ୍କ ଦ୍ବାରା ଚତୁର୍ଦ୍ଦଶ ଅନତରିଣ ବଜେଟ୍‌ ଉପସ୍ଥାପିତ ହୋଇଥିଲା। 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.