ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
  • ||
  • ଭଦ୍ରକ : ସାଲାଇନ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼, ଜଣେ ଅଟକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ଅମିନ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ଦ୍ୱାରାଶୁଣି ଘାଟିରେ ଖସିଲା ପିଆଜ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • କଟକ: ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ଏବେ ରେଜଲ୍ଟକୁ ଅପେକ୍ଷା
  • ||
  • ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ, ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
  • ||
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ସାଟେଲାଇଟ୍‌ ସର୍ଭେରେ ପଦାକୁ ଆସିଲା ସତ: ଲକ୍ଷେ ୪୬ ହଜାର ପ୍ଲଟ୍‌ରେ ମିଛ ଧାନ ଚାଷ! ପୁନଃଯାଞ୍ଚ ନିର୍ଦ୍ଦେଶ

ଭଞ୍ଜନଗର,୦୭/୧୨: ମଣ୍ଡିରେ ଧାନ ବିକିବା ଲାଗି ପଞ୍ଜୀକରଣ ହୋଇଥିବା ଚାଷ ଜମିର ପ୍ଲଟ୍‌ରେ କେଉଁଠି ପୋଖରୀ ହୋଇଛି ତ କେଉଁଠି ସୁଉଚ୍ଚ  ଅଟାଳିକା । କେଉଁଠି ଚାଷ ଜମି ପଡିଆ ପଡିଛି ତ  କେଉଁଠି ଆଖୁ, ଆମ୍ବ, ପଣସ, ନଡିଆ, କାଜୁ ସହ  ଭଳିକିଭଳି ପନିପରିବା ଚାଷ ହୋଇଛି । ହେଲେ ଏହି  ସବୁ ଅଣ ଧାନଚାଷ ଜମିରେ ଧାନ ଫସଲ ହୋଇଥିବା  ନେଇ କୃଷକ ପଞ୍ଜୀକରଣରେ ଦର୍ଶାଇଥିଲେ । କିନ୍ତୁ  ରାଜ୍ୟସ୍ତରୀୟ ସାଟେଲାଇଟ୍‌ ସର୍ଭେ ଏସବୁକୁ ପଦାରେ  ପକାଇ ଦେଇଛି । ସର୍ଭେରେ ଭଞ୍ଜନଗର ଉପଖଣ୍ଡର  ୧ ଲକ୍ଷ ୪୬ ହଜାର ୬୭ଟି ପ୍ଲଟ୍‌ରେ ଚାଷ ଜମିର  ସ୍ଥିତି ଠିକ୍‌ ନଥିବା କିମ୍ବା ପଞ୍ଜିକୃତ ଜମିରେ ଆଦୌ  ଧାନ ଚାଷ ହୋଇନଥିବା ସୂଚନା ଆସିଛି । ସେହି  ଜମିର ପୁନଃଯାଞ୍ଚ କରାଯିବ ବୋଲି ବିଭାଗୀୟ ସୁତ୍ରରୁ  ସୂଚନା ମିଳିଛି ।  

ଚଳିତବର୍ଷ ଖରିଫ୍‌ ଚାଷ କାମ ବିଳମ୍ବରେ  ଆରମ୍ଭ ହୋଇଥିଲେ ସୁଦ୍ଧା ଧାନ ଚାଷ ଭଲ  ହୋଇଛି । ଉପଖଣ୍ଡ ଅନ୍ତର୍ଗତ ୮ଟି ବ୍ଲକର  ୪୭ ହଜାର ୩୧୩ ଜଣ ଚାଷୀ ୧୧୯ଟି ପାକ୍ସ  ଓ ୪୦ଟି ଏସ୍‌ଏଚ୍‌ଜିଙ୍କ ନିକଟରେ ଧାନ ବିକିବା  ଲାଗି ପଞ୍ଜୀକରଣ କରିଛନ୍ତି । ହେଲେ ଅମଳ ସମୟରେ ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ଅନ୍ୟପଟେ ଉତ୍ପାଦିତ ଧାନକୁ ମଣ୍ଡି ଜରିଆରେ  ବିକ୍ରି କରି ଏମ୍‌ଏସ୍‌ପି ହାତେଇବାକୁ କିଛି ଅସାଧୁ  ବ୍ୟକ୍ତିବିଶେଷ ଅଣଧାନ ଚାଷ ଜମି ପଞ୍ଜିକୃତ  କରିବାକୁ ପ୍ରୟାସ କରିଛନ୍ତି । ସାଟେଲାଇଟ୍‌ ସର୍ଭରେ  ଏଥର ଚିହ୍ନଟ ହୋଇଥିବା ସନ୍ଦେହଜନକ ପ୍ଲଟ୍‌  ଗତବର୍ଷ ଠାରୁ ପାଖାପାଖି ତିନି ଗୁଣ ଅଧିକ ।  

ଭଞ୍ଜନଗର ଉପଖଣ୍ଡ ଅଧୀନ ଭଞ୍ଜନଗର  ବ୍ଲକର ୧୩୮୩୧ ପ୍ଲଟ୍‌, ଆସିକାର ୨୧୫୩୦,  ବେଲଗୁଣ୍ଠାର ୧୬୨୩୮, ବୁଗୁଡାର ୨୨୯୯୨,  ଧରାକୋଟର ୩୦୩୦୨, ଜଗନ୍ନାଥପ୍ରସାଦର  ୧୯୪୭୭, ଶେରଗଡର ୭୪୮୨ ଓ ସୋରଡା  ବ୍ଲକ୍‌ର ୧୪୧୧୬ ଗୋଟି ପ୍ଲଟ୍‌ ଚାଷ ଜମିର ସ୍ଥିତି  ଠିକ୍‌ ନଥିବା କିମ୍ବା ଆଦୌ ଧାନ ଚାଷ ହୋଇନଥିବା ରାଜ୍ୟସ୍ତରୀୟ ସାଟେଲାଇଟ୍‌ ସର୍ଭେରୁ ରିପୋର୍ଟ  ଆସିଛି । ଫଳରେ ସେହି ସବୁ ପ୍ଲଟ୍‌ ପୁନଃଯାଞ୍ଚ  ହେବ । 

ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ)  ସମ୍ପାଦକ କିମ୍ବା ମହିଳା ଏସ୍‌ଏଚ୍‌ଜି ମୁଖ୍ୟଙ୍କ ଭଳି  ୨୧୯ ଜଣ ସର୍ଭେୟର୍‌ ସେହି ସବୁ ସନ୍ଦେହଜନକ  ପ୍ଲଟକୁ ଯାଇ ଜମି ଉପରେ ରହି ନିଜର ଫଟୋ  ଉଠାଇବେ । ନିଜ ଫଟୋ ସହ ଜମିର ଫଟୋ ଉଠାଇ  ଜିଓ ଟ୍ୟାଗିଂ କରିବେ । ସନ୍ଦେହଜନକ ପ୍ଲଟ୍‌ରେ  ବାସ୍ତବରେ ଯଦି ଧାନ ଚାଷ ହୋଇଥିବ ତେବେ  ତାହାକୁ ପଞ୍ଜୀକରଣ ସୂଚୀରେ ସ୍ଥାନିତ କରାଯିବ ।  ନଚେତ୍‌ ଉକ୍ତ ଜମିକୁ ପଞ୍ଜୀକରଣ ସୂଚୀରୁ ବାଦ୍‌  ଦିଆଯିବ । ଧାର୍ଯ୍ୟ ହୋଇଥିବା ଜିଲ୍ଲାସ୍ତରୀୟ ଧାନ  କ୍ରୟ ତାରିଖ ପୂର୍ବରୁ ଏହି ସବୁ କାମ ସାରି କୃଷକଙ୍କୁ  ଟୋକନ୍‌ ପ୍ରଦାନ କରାଯିବ ବୋଲି କହିଛନ୍ତି ଉପଖଣ୍ଡ  ଯୋଗାଣ ଅଧିକାରୀ ଅସିତ ମହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.