ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସଂସଦରେ ବିରୋଧିଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ କଟାକ୍ଷ, କହିଲେ- ଆଗାମୀ ନିର୍ବାଚନରେ ଦର୍ଶକ ଗ୍ୟାଲେରୀରେ ବସିଥିବାର ଦେଖିବାକୁ ମିଳିବେ...

ନୂଆଦିଲ୍ଲୀ,୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସଂସଦରେ ବିରୋଧିଙ୍କୁ କଟାକ୍ଷ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବିରୋହଧି ଯେଉଁ ସଂକଳ୍ପ ନେଇଛନ୍ତି, ଏହା ଫଳରେ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ସେଠାରେ ରହିବେ। ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତିଙ୍କ ଅବିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ନିଜର ମନ୍ତବ୍ୟ ରଖିଛନ୍ତି। ମୋଦି କହିଛନ୍ତି, ବିରୋଧିଙ୍କ ସଂକଳ୍ପକୁ ମୁଁ ପ୍ରଶଂସା କରୁଛି। ତାଙ୍କର ଗୋଟିଏ ଗୋଟିଏ ଭାଷଣ ମୋର ଓ ଦେଶର ବିଶ୍ବାସ ପକ୍କା ହୋଇଯାଇଛି ଯେ, ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ସଂକଳ୍ପ ନେଇଛନ୍ତି... ଆପଣମାନେ ଯେଉଁଭଳି ଭାବରେ ଆଜିକାଲି ପରିଶ୍ରମ କରୁଛନ୍ତି, ମୁଁ ମାନୁଛି ଯେ, ଜନତା ଜନାର୍ଦ୍ଧନ ଆପଣଙ୍କୁ ନିଶ୍ଚୟ ଆର୍ଶୀବାଦ କରିବେ ଓ ଆପଣ ଯେଉଁଭଳି ଉଚ୍ଚତାରେ ଅଛନ୍ତି, ତାକୁ ଅଧିକ ଉଚ୍ଚାରେ ପହଁଞ୍ଚାଇବେ। ଆଗାମୀ ନିର୍ବାଚନରେ ଦର୍ଶକ ଗ୍ୟାଲେରୀରେ ଦେଖିବାକୁ ମିଳିବେ।

ପ୍ରଧାନମନ୍ତ୍ରୀ ମୋଦି କେବଳ ସେତିକି ନୁହେଁ କଂଗ୍ରେସକୁ ଆହୁରି ଟାର୍ଗେଟ କରିଛନ୍ତି। ମୋଦି କହିଛନ୍ତି, ବିରୋଧି ଭାବରେ ଆପଣ ନିଜର ଦାୟିତ୍ବ ତୁଲାଇବାରେ ବିଫଳ ହୋଇଛନ୍ତି। ମୁଁ ସବୁବେଳେ କହୁଛି ଯେ, ଦେଶକୁ ଏକ ଭଲ ବିରୋଧି ଦଳ ଦରକାର। ନିର୍ବାଚନୀ ବର୍ଷରେ କିଛି ଶିଖିବା ଦରକାର। ଆଜି ଦେଶର ସ୍ଥିତି ପାଇଁ କଂଗ୍ରେସ ଦାୟୀ। ସେ କହିଛନ୍ତି, ଏହି ଲୋକ ନିଜକୁ ବିରୋଧି ଭାବରେ ପ୍ରମାଣିତ କରିବାରେ ବିଫଳ ହୋଇଛନ୍ତି। ମୁଁ ଦେଖୁଛି ଆପଣଙ୍କ ଭିତରେ ବହୁ ଲୋକ  ନିର୍ବାଚନ ଲଢିବାର ସାହାସ ମଧ୍ୟ ହରାଇ ସାରିଲେଣି। ବହୁ ଲୋକ ଆସନ ବଦଳାଇବାର ଯୋଜନାରେ ଅଛନ୍ତି। ଆଉ କିଛି ଲୋକସଭ ବଦଳରେ ରାଜ୍ୟସଭାକୁ ଯିବାକୁ ଚାହୁଁଛନ୍ତି।

କଂଗ୍ରେସକୁ କଟାକ୍ଷ କରି ମୋଦି କହିଛନ୍ତି, ମାଲିକାର୍ଜୁନ ଖଡଗେ ଗୋଟିଏ ଗୃହରୁ ଆଉ ଏକ ଗୃହକୁ ଚାଲିଗଲେ। ଗୁଲାମନବୀ ଆଜାଦ ଦଳ ହିଁ ବଦଳାଇ ଦେଲେ। ଗୋଟିଏ ପ୍ରଡକ୍ଟ ଲଞ୍ଚ କରିବାକୁ ଯାଇ କଂଗ୍ରେସର ଦୋକାନରେ ତାଲା ଲଗାଇବାର ସମୟ ଆସିଯାଇଛି। ଏହି ସମୟରେ ମୋଦି ନିଜ ସରକାର ଉପଲବ୍ଧି ବିଷୟରେ ମଧ୍ୟ କହିଛନ୍ତି। ସେ କହିଛନ୍ତି, ଯେଉଁ ଭଳି ଗତିରେ ଦେଶର ବିକାଶ ହେଉଛି,ସେହି ଆଧାରରେ ଆମର ତୃତୀୟ କାର୍ଯ୍ୟକାଳରେ ଭାରତ ଦୁନିଆର ତୃତୀୟ ବଡ ଆର୍ଥିକ ଶକ୍ତି ହେବ, ଏହା ମୋଦିଙ୍କ ଗ୍ୟାରେଣ୍ଟି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.