ପ୍ରମୂଖ ଖବର
  • ଜଗତସିଂହପୁର : ବାଇକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, କନଷ୍ଟେବଲ ମୃତ
  • ||
  • ବାସୁଦେବପୁର : ରତାଙ୍ଗ ଗ୍ରାମରେ ନବ ବଧୁର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ମହାଷ୍ଟମୀରେ ମଣ୍ଡପ ବୁଲି ମହାମୟାଙ୍କ ଆଶିଷ ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ବରମୁଣ୍ଡା ବ୍ରିଜ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବିଦ୍ୟୁତ ସଂପ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସନ୍ଦେହ
  • ||
  • ଭୁବନେଶ୍ଵର : ଦଶହରାରେ ମୁଖ୍ୟମନ୍ତ୍ରୀଙ୍କ ଦୁର୍ଗାପୂଜା ଭେଟି, ରାଜ୍ୟବ୍ୟାପୀ ପେଣ୍ଡାଲ ଭଡ଼ା ଛାଡ଼
  • ||
  • ଖୁଣ୍ଟୁଣି ରେଞ୍ଜରେ ଦନ୍ତା ଉତ୍ପାତ, ଛେଳି ଚରାଇବାକୁ ଯାଇ ମହିଳା ମୃତ
  • ||
  • ମହାଦେବ ବେଟିଙ୍ଗ ଆପ୍‌ ମାଲିକ ସୌରଭ ଚକ୍ରଧର ଦୁବାଇରେ ଅଟକ, ସପ୍ତାହେ ଭିତରେ ଅଣାଯିବ ଭାରତ !
  • ||
  • ବ୍ରହ୍ମପୁର : ୧୫୨ ଲିଟର ବିଦେଶୀ ମଦ ଜବତ, ୨ ଗିରଫ
  • ||
  • ଆରପାରିରେ ପୋଲସରାର ପୂର୍ବତନ ବିଧାୟକ, ଶୋକ ପ୍ରାକାଶ ପଲେ ନେତୃବୃନ୍ଦ
  • ||
  • ସୁନ୍ଦରଗଡ଼ : ଲେଫ୍ରିପଡା ଓ ଟାଙ୍ଗରପାଲି ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ, ଶହେ ଲିଟର ଦେଶୀ ମଦ ଜବତ
  • ||
  • ମା'ଙ୍କ ଆଗମନରେ ଉତ୍ସବ ମୁଖର ଭୁବନେଶ୍ୱର, ମଣ୍ଡପରେ ମହାଷ୍ଟମୀ ଏବଂ ପୀଠରେ ଚାଲିଛି ମହାନବମୀ ପୂଜା
  • ||
  • ଜଗତପୁର : ଯୁବକଙ୍କୁ ଅପହରଣ କରିବା ବେଳେ ଧରାପଡ଼ିଲେ ଦୁର୍ବୃତ୍ତ, ୧୦ ଅଟକ
  • ||
  • କଳାହାଣ୍ଡିରେ ମା' ମାଣିକେଶ୍ବରୀଙ୍କ ଛତରଯାତ୍ରା, ଲକ୍ଷାଧିକ ଭକ୍ତଙ୍କ ସମାଗମ
  • ||

ଚୋରି ସୁନା ବ୍ୟାଙ୍କରେ ବନ୍ଧକ ରଖିଥିଲା ଚୋର : ସୁନା ଅଳଙ୍କାର ଜବତ, ଜଣେ ଗିରଫ

ମାଲକାନଗିରି, ୧୯/୯ : ସାଧାରଣତଃ ଚୋରମାନେ ଧରା ପଡିଯିବା ଭୟରେ ଚୋରି ସାମଗ୍ରୀ ଗୁଡିକୁ ଲୁଚା ଛପାରେ କମ ମୂଲ୍ୟରେ ବିକ୍ରୀ କରିଦେଇ ଥାନ୍ତି। ହେଲେ ଏମିତି ଏକ ଚୋର ଯିଏ ଚୋରି କରିଥିବା ସୁନା ଗହଣାକୁ ଲୁଚା ଛପାରେ ବିକ୍ରୀ ନ କରି ଖୁଲମ ଖୁଲା ଭାବେ ବ୍ୟାଙ୍କ ଗୁଡିକରେ ସୁନା ବନ୍ଧକ ରଖି ଲକ୍ଷାଧିକ ଟଙ୍କା ଆଣିଥିବାର ଜଣା ପଡିଛି। ଏବେ ପୁଲିସ ଆଖିରେ ଚୋରର ଚତୁରତା ଧରା ପଡିଯାଇଛି । ସୁନା ସହିତ ଚୋରକୁ ଗିରଫ କରିଛି ପୁଲିସ। ଏମିତି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସଦର ମହାକୁମାରେ। 

ମାଲକାନଗିରି ଥାନା ସ୍ଥିତ ପରଜାଗୁଡା ଗ୍ରାମର ଅଜୟ କୁମାର ବିଶ୍ୱାସ ଗତ ଜାନୁଆରୀ ମାସ ୧ତାରିଖରେ ପରିବାର ସହିତ ଏମଭି ୭୯ ଗ୍ରାମ ରେ ରହୁଥିବା ବନ୍ଧୁଙ୍କ ଘରକୁ ବୁଲିବାକୁ ଯାଇଥିଲେ। ସେ ୨ତାରିଖ ରେ ଘରକୁ ଆସି ଦେଖିଲେ ଯେ ତାଙ୍କ ଗେଟ ଓ କବାଟ ତାଲା ଭଙ୍ଗା ଯାଇଛି। ଘର ଭିତରେ ଥିବା ଆଲମିରା ଭଙ୍ଗା ଯାଇ ସୁନାଗହଣା ଓ ନଗଦ ୬୦ହଜାର ଟଙ୍କା ଚୋରି ହୋଇଯାଇଛି। ସେ ସଙ୍ଗେ ସଙ୍ଗେ ମାଲକାନଗିରି ଆଦର୍ଶ ଥାନାରେ ଏ ସମ୍ପର୍କରେ ଏକ ଏତଲା ଦେଇଥିଲେ। ମାଲକାନଗିରି ଥାନା ପକ୍ଷରୁ ଏ ସମ୍ପର୍କରେ ଏକ ମାମଲା ରୁଜୁ କରା ଯାଇ ତଦନ୍ତ ଆରମ୍ଭ ହୋଇଥିଲା।  ବୁଧବାର ବିଶ୍ବସ୍ଥ ସୂତ୍ରରୁ ପୁଲିସ ଜାଣିବାକୁ ପାଇଥିଲା  ଯେ ଏମଭି ୧୧ ଗ୍ରାମର ଜଣେ ଯୁବକ ଦୁଇଟି ବ୍ୟାଙ୍କରେ କିଛି ସୁନା ଗହରା ବନ୍ଧକ ରଖି ଟଙ୍କା ନେଇଛି। ପୁଲିସ ଏହାର ତଦନ୍ତ କରି ଏମଭି୧୧ ଗ୍ରାମ ର ସଙ୍କର ମଜୁମଦାର (୩୧)ଙ୍କୁ ଗିରଫ କରି ଥାନା କୁ ଆଣି ପଚରା ଉଚରା କରିଥିଲା।  ଅଜୟ ଙ୍କ ଘରୁ ଚୋରି କରି ମାଲକାନଗିରି ଡିସିବି ବ୍ୟାଙ୍କ ଓ ଉତ୍କଳଗ୍ରାମ୍ୟ ବ୍ୟାଙ୍କ ରେ ସୁନାଗହଣା ବନ୍ଧକ ରଖି ଟଙ୍କା ଆଣିଥିବାର ସ୍ୱୀକାର କରିଥିଲା।  ପୁଲିସ ଦୁଇଟି ବ୍ୟାଙ୍କ ରୁ ୧୭ଗ୍ରାମ ସୁନା ଅଳଙ୍କାର ସହିତ ଶଙ୍କର ନିକଟରୁ ସୁନାମୁଦି ଓ ବ୍ରେସ ଲେଟ ଜବତ କରିଛି। ସଙ୍କରଙ୍କୁ ଚୋରି ଅଭିଯୋଗ ରେ ମାଲକାନଗିରି ଥାନା ପୁଲିସ କୋର୍ଟ ଚାଲାଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.