ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ଜଗନ୍ନାଥ ଦର୍ଶନ କରି ବୋଲେରୋରେ ଘରକୁ ଫେରୁଥିଲେ, ଦୁର୍ଘଟଣାରେ ୧୨ ଗୁରୁତର

ବୌଦ୍ଧ, ୪।୨  : ୫୭ ନଂ ଜାତୀୟ ରାଜପଥ ବହିରା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବୋଲେରୋ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ  ବୋଲେରୋରେ ଥିବା ୧୨ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି ।   ଗୁରୁତର ଙ୍କ ମଧ୍ୟରେ ଶିଶୁ ଏବଂ ମହିଳା ରହିଛି। ସମସ୍ତ ଗୁରୁତର ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳର ବୋଲି ଜଣାପଡିଛି । ସମସ୍ତ ଗୁରୁତର ବାଉଁଶୁଣି ମେଡିକାଲ ରେ ଭର୍ତ୍ତି କରାଯାଇଛି। 

ବରଗଡ ଜିଲ୍ଳା ବିଜେପୁର  ଅଂଚଳରୁ ଗୋଟିଏ ପରିବାର ପୁରୀ ଦର୍ଶନ ସାରି ଏକ ବୋଲେରୋ ଯୋଗେ ନିଜ ଘରକୁ ଫେରୁଥିଲେ।  ବାଉଁଶୁଣି ଥାନା ବହିରା ଛକ ନିକଟରେ ସାମ୍ନାରୁ ଆସୁଥିବା ଏକ ଟ୍ରକ ସହ ମୁହଁlମୁହିଁ ଧକ୍କା ହୋଇଥିଲା l ଫଳରେ ଗାଡ଼ିରେ ଥିବା ଶିଶୁ ଓ ମହିଳାଙ୍କ ସମତେ ମୋଟ୍ ୧୨ ଜଣ ଗୁରୁତର ହୋଇଥିଲେ l ତେବେ ଘଟଣା ସ୍ଥଳରେ ବାଉଁଶୁଣୀ ଦମକଳ ବାହିନୀ ଓ ୧୦୮ ଆମ୍ବୁଲାନ୍ସ୍ ପହଂଚି ସମସ୍ତଙ୍କୁ ଉଦ୍ଧାର କରି ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସମସ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି | ସେପଟେ ବାଉଁଶୁଣୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି |

ଆହୁରି ପଢନ୍ତୁ : ଜଙ୍ଗଲରୁ କଲରାପତରିଆ ବାଘର ମୃତଦେହ ଠାବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.