ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରୋଜ୍‌ ଡେ’ରେ ‘12th Fail’ ଅଭିନେତାଙ୍କୁ ବଡ଼ ଗିଫ୍ଟ, ଶିଶୁପୁତ୍ର ଜନ୍ମ ଦେଲେ ପତ୍ନୀ ଶୀତଲ

ମୁମ୍ବାଇ: ‘12th Fail’ ଚଳଚ୍ଚିତ୍ରର ମୁଖ୍ୟ ଅଭିନେତା ବିକ୍ରାନ୍ତ ମେସି ବାପା ହୋଇଛନ୍ତି । ଚଳଚ୍ଚିତ୍ରର ବଡ଼ ସଫଳତା ପରେ ଏବେ ମେସି ଶିଶୁପୁତ୍ରର ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ନିଜ ଫିଲ୍ମର ସଫଳତା ପାଇଁ ଖୁସି ଥିବା ବିକ୍ରାନ୍ତଙ୍କୁ ପୁଣି ମିଳିଛି ଖୁସି । ବିବାହାର ଦୁଇ ବର୍ଷ ପରେ ବାପା ହୋଇଛନ୍ତି ବିକ୍ରାନ୍ତ । ତାଙ୍କ ପତ୍ନୀ ଶୀତଲ ଠାକୁର ଜଣେ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ବିକ୍ରାନ୍ତ ଏବଂ ଶୀତଲ ବାପା-ମା ହୋଇଥିବାର ଖୁସି ସୋସିଆଲ ମିଡିଆରେ ଜାହିର କରିଛନ୍ତି । 

ଅଭିନେତା ବିକ୍ରାନ୍ତ ଇନଷ୍ଟାଗ୍ରାମରେ ଏକ ପୋଷ୍ଟର ସେୟାର କରିଛନ୍ତି । ଏହି ପୋଷ୍ଟରରେ ତାରିଖ ଲେଖା ରହିଛି । ଏହା ସହ ଦମ୍ପତିଙ୍କ ଏକ ସୁନ୍ଦର ଶିଶୁପୁତ୍ର ଜନ୍ମ ନେଇଥିବା ନେଇ ମଧ୍ୟ ତଥ୍ୟ ଦିଆଯାଇଛି । ବିକ୍ରାନ୍ତଙ୍କ ପାଖରୁ ଏହି ଖବର ମିଳିଯିବା ପରେ ପ୍ରଶଂସକଙ୍କ ମହଲରେ ଖୁସି କହିଲେ ନସରେ । ଫ୍ୟାନ୍ସ ସେଲିବ୍ରିଟି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ବଲିଉଡର ବହୁ ଅଭିନେତା-ଅଭିନେତ୍ରୀ ବିକ୍ରାନ୍ତ ଏବଂ ଶୀତଲଙ୍କୁ ଅଭିନନ୍ଦନ ଜଣାଇଥିବା ଦେଖିବାକୁ ମିଳିଛି । 




ବିକ୍ରାନ୍ତ ମେସି ୧୪ ଫେବୃଆରୀ ୨୦୨୨ରେ ଶୀତଲ ଠାକୁରଙ୍କୁ ବିବାହ କରିଥିଲେ । ସେଲିବ୍ରିଟି ଦମ୍ପତିଙ୍କ ଏହି ବିବାହ ପାହାଡୀ ରୀତିନୀତିରେ ସଂପନ୍ନ ହୋଇଥିଲା । ବିକ୍ରାନ୍ତ ନିଜର ବିବାହାକୁ ଗୋପନୀୟ ରଖିବାକୁ ଖୁବ ଚେଷ୍ଟା କରିଥିଲେ ସୁଦ୍ଧା ଫଟୋ-ଭିଡିଓ ଭାଇରାଲ ହୋଇଥିଲା । ଫେବୃଆରୀ ୧୪ରେ ଦମ୍ପତିଙ୍କ ବିବାହକୁ ଦୁଇ ବର୍ଷ ପୂରିବାକୁ ଯାଉଛି । ଆଉ ଏହି ପ୍ରେମ ସପ୍ତାହାରେ ବିକ୍ରାନ୍ତ ଏବଂ ଶୀତଲ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି ।

 

  • bollywood
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.