ଜଳେଶ୍ୱର,୨୨/୦୯: ବନ୍ୟା ଛାଡ଼ିଲା ପରେ ବଢିଛି ଲୋକଙ୍କ ଦୁଃଖ ଦୁର୍ଦ୍ଦଶା । କାହାର ଘର ଭାଙ୍ଗି ଯାଇଛି ତ ଆଉ କାହାର ଉଜୁଡ଼ି ଯାଇଛି ଚାଷ । ସୁବର୍ଣ୍ଣରେଖାରେ ବନ୍ୟା ଫଳରେ ବାଲେଶ୍ଵର ଜିଲ୍ଲାର ୫ଟି ବ୍ଲକର ୧୪୧ଟି ଗାଁ ପ୍ରଭାବିତ ହୋଇଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକରେ ଏଭଳି ଶୋଚନୀୟ ପରିସ୍ଥିତି ଦେଖିବାକୁ ମିଳିଛି ।
ସୂଚନା ମୁତାବକ, ଜଳେଶ୍ୱର ଅଞ୍ଚଳରେ ବନ୍ୟା ଛାଡିବା ପରେ ବଢିଛି ଲୋକଙ୍କ ଦୁର୍ଦ୍ଦଶା । ଏହି ବନ୍ୟାରେ କାହାର ଘର ଭାଙ୍ଗି ଯାଇଛି ତ ଆଉ କାହାର ବର୍ଷକର ଫସଲ ନଷ୍ଟ ହୋଇଯାଇଛି । ସୁବର୍ଣ୍ଣରେଖାରେ ବନ୍ୟା ହେବା କାରଣରୁ ବାଲେଶ୍ଵର ଜିଲ୍ଲାର ୫ଟି ବ୍ଲକର ୧୪୧ଟି ଗାଁ ପ୍ରଭାବିତ ହୋଇଛି । ବିଶେଷ କରି ଜଳେଶ୍ଵର ବ୍ଲକର ୮ଟି ପଞ୍ଚାୟତ ମାକିଡିଆ, ଖୁଦିଆ ମାଝୀସାହି , ଦକ୍ଷିଣ ପ୍ରହରାଜପୁର, ଶ୍ରୀରାମପୁର, ପଶ୍ଚିମବାଡ, ବସ୍ତା ବ୍ଳକର ୪ଟି ପଞ୍ଚାୟତ ଏବଂ ବାଲିଆପାଳ ବ୍ଲକର ୯ଟି ପଞ୍ଚାୟତର ବାଲିଆପାଳ, ମଧୁପୁରା, ଅସ୍ତି, ଜାମକୁଣ୍ଡା, ବିଷ୍ଣୁପୁର, ନିଖିରା, କୁମ୍ଭାରୀ, ଘଣ୍ଟିଆ ଅଞ୍ଚଳ ପ୍ରଭାବିତ ହୋଇଛି । ଏହା ସହ ଦେଭୋଗ ପଞ୍ଚାୟତର ୪୧ ଟି ଗାଁ ମଧ୍ୟ ପ୍ରଭାବିତ ହୋଇଛି । ହଜାର ହଜାର ହେକ୍ଟର ଚାଷଜମିରେ ଏବେବି ୩ରୁ୪ ଫୁଟ ଉଚ୍ଚତାରେ ପାଣି ଜମି ରହିଛି । ଧାନ, ପରିବା ପଚି ନଷ୍ଟ ହୋଇଛି । ସେଥିପାଇଁ ଚିନ୍ତାରେ ଦିନ କାଟୁଛନ୍ତି ଚାଷୀ ।