ପ୍ରମୂଖ ଖବର
  • ବାରିପଦା : କଳା ବାଘ ଚମଡ଼ା ଜବତ, ୪ ଶିକାରୀ ଗିରଫ
  • ||
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ଟିମ୍ ଇଣ୍ଡିଆର ନୂଆ କୋଚ୍ ଗୌତମ ଗମ୍ଭୀରଙ୍କ ଦରମା କେତେ ? କ’ଣ ସୁବିଧା ପାଆନ୍ତି : ପଢିଲେ ହେବେ ତାଜୁବ୍

Published By : Prameya | July 11, 2024 8:06 PM

ନୂଆଦିଲ୍ଲୀ,୧୧।୭: ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ ଦଳର ନୂତନ ମୁଖ୍ୟ କୋଚ ଭାବେ ନିଯୁକ୍ତ  ହୋଇଛନ୍ତି। ରାହୁଲ ଦ୍ରାବିଡଙ୍କ ସ୍ଥାନ ନେଇଛନ୍ତି ଗମ୍ଭୀର । ୨୦୨୪ ଟି-୨୦ ବିଶ୍ୱକପ ପରେ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ସାଢେ ୩ ବର୍ଷର କାର୍ଯ୍ୟକାଳରେ ଗମ୍ଭୀରଙ୍କ ଆଗ‌ରେ ଆଗକୁ ରହିଛି ଅନେକ ଚ୍ୟାଲେଞ୍ଜ।   ହେଲେ ଗମ୍ଭୀର ଏହାକୁ ସଫଳତାର ସହ ମୁକାବିଲା କରିବାକୁ ଆଶା ରଖିଛନ୍ତି । ହେଡ୍ କୋଚ୍ ଭାବେ ଦାୟିତ୍ବ ନେବାପରେ ଆଗକୁ ଆସୁଛି ଶ୍ରୀଲଙ୍କା ବିପକ୍ଷ ସିରିଜ। 

ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳ ଶ୍ରୀଲଙ୍କା ଗସ୍ତରୁ ଆରମ୍ଭ ହେବ। ଭାରତୀୟ ଦଳ ଏବେ    ଜିମ୍ବାୱେ ଗସ୍ତରେ ଅଛି। ଏହା ପରେ ଟିମ ଇଣ୍ଡିଆ ୨୭ ଜୁଲାଇରୁ ୭ ଅଗଷ୍ଟ ମଧ୍ୟରେ ଶ୍ରୀଲଙ୍କା ଗସ୍ତରେ ୩ଟି ଟି-୨୦ ମ୍ୟାଚ ଏବଂ ୩ ଦିନିକିଆ ମ୍ୟାଚ ସିରିଜ ଖେଳିବ। ଗମ୍ଭୀର ଏହି ସିରିଜରୁ ମୁଖ୍ୟ ପ୍ରଶିକ୍ଷକ ଭାବରେ ତାଙ୍କର କାର୍ଯ୍ୟକାଳ ଆରମ୍ଭ କରିବେ। ଗମ୍ଭୀରଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୭ ପର୍ଯ୍ୟନ୍ତ ଜାରି ରହିବ। ଗମ୍ଭୀରଙ୍କ କୋଚିଂ କାର୍ଯ୍ୟକାଳ ମଧ୍ୟରେ, ୨୦୨୬ ଟି -୨୦ ଏବଂ ୨୦୨୭ ଦିନିକିଆ ବିଶ୍ୱକପ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଆଇସିସି ଟୁର୍ନାମେଣ୍ଟ ଖେଳିବେ।

ଉଲ୍ଲେଖନୀୟ ଯେ, ଦରମାକୁ ନେଇ ବିସିସିଆଇ ଓ ଗମ୍ଭୀରଙ୍କ ମଧ୍ୟରେ ସହମତି ହୋଇ ପାରିନଥିବାରୁ ନିଯୁକ୍ତି ନେଇ ଘୋଷଣା ଟିକେ ବିଳମ୍ବ ହୋଇଥିଲା।  ନୂତନ ମୁଖ୍ୟ କୋଚ୍ ଭାବରେ ଗମ୍ଭୀର ବାର୍ଷିକ ୧୪ କୋଟି ଟଙ୍କା ଦରମା ପାଇବେ। ପୂର୍ବରୁ ରାହୁଲ ଦ୍ରାବିଡ୍‌ ବାର୍ଷିକ ୧୨ କୋଟି ଟଙ୍କା ପାଉଥିଲେ। ଅଫର ଗ୍ରହଣ କରିବା ପୂର୍ବରୁ ଗମ୍ଭୀର ବୋର୍ଡ ସମ୍ମୁଖରେ ରଖିଥିବା ପାଞ୍ଚଟି ସର୍ତ୍ତ ରଖିଥିଲେ। ତାହା ମଧ୍ୟରୁ ଗୋଟିଏ ହେଲା,  ନିଜ ପସନ୍ଦର ବ୍ୟାକରୁମ୍ ଷ୍ଟାଫ୍ ସେ ପାଇବାକୁ ଚାହାଁନ୍ତି । ଅନେକ ରିପୋର୍ଟରେ ଦର୍ଶାଯାଇଛି ଯେ ଅଭିଷେକ ନାୟାର (ବ୍ୟାଟିଂ କୋଚ୍), ବିନୟ କୁମାର (ବୋଲିଂ କୋଚ୍) ଏବଂ ନେଦରଲ୍ୟାଣ୍ଡର ରିଆନ୍ ଟେନ୍ ଡଚେଟ୍‌ସଙ୍କୁ  ତାଙ୍କ ବ୍ୟାକରୁମ୍ ଷ୍ଟାଫ୍ ଭାବରେ ଚାହାନ୍ତି  ଗମ୍ଭୀର। କେବଳ ସେତିକି ନୁହେଁ ପୂର୍ବତନ ହେଡକୋଚ୍‌ଙ୍କୁ ମିଳୁଥିବା ସମସ୍ତ ସୁବିଧା ମଧ୍ୟ ପାଇବେ ଗମ୍ଭୀର। କୌଣସି ଟୁର୍‌ରେ ଯାଉଥିଲେ ଗମ୍ଭୀରଙ୍କ ସବୁ ଖର୍ଚ୍ଚ ବହନ କରିବ ବିସିସିଆଇ। ବିଜନେସ୍ କ୍ଲାସ ଟ୍ରାଭେଲଠାରୁ ନେଇ ତାଙ୍କ ଲଣ୍ଡରୀ ଖର୍ଚ୍ଚ ମଧ୍ୟ ବହନ କରିବ।

ଟିମ୍ ଇଣ୍ଡିଆର ହେଡ୍ କୋଚ୍ ଭାବରେ ନିଯୁକ୍ତ ହେବାପରେ ଗମ୍ଭୀର କହିଛନ୍ତି,   ତ୍ରିରଙ୍ଗା, ମୋର ଲୋକ, ମୋ ଦେଶର ସେବା କରିବା ମୋ ପାଇଁ ଏହା ସମ୍ପୂର୍ଣ୍ଣ ସମ୍ମାନର ବିଷୟ। "ମୁଁ ଏହି ସୁଯୋଗ ପାଇଥିବାରୁ ରାହୁଲ ଦ୍ରାବିଡ ଏବଂ ତାଙ୍କ ସପୋର୍ଟ ଷ୍ଟାଫ୍ଙ୍କୁ ଟିମ୍‌କୁ   ଅଭିନନ୍ଦନ ଜଣାଇବାକୁ ଚାହେଁ। ଟିମ୍ ଇଣ୍ଡିଆ ପାଇଁ ହେଡ୍ କୋଚ୍ ଭୂମିକା ଗ୍ରହଣ କରିଥିବାରୁ ମୁଁ ଗର୍ବିତ ଏବଂ ଉତ୍ସାହିତ। ମୁଁ ଖେଳିବା ସମୟରେ ଭାରତୀୟ ଜର୍ସି ପିନ୍ଧି ପାରୁଥିବାରୁ ସବୁବେଳେ ଗର୍ବିତ ଅନୁଭବ କରିଥିଲି । ଏବେ ଯେତେବେଳେ ମୁଁ ଏହି ନୂଆ ଭୂମିକା ଗ୍ରହଣ କରିବି ସେତେବେଳେ ଏହା ମୋ ପାଇଁ କିଛି ଭିନ୍ନ ହେବ ନାହିଁ ବୋଲି ଗମ୍ଭୀର କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.