ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଶ୍ୱାସ ନ ହେଲେ ବି ସତ: ୨୮୫ ବର୍ଷ ତଳର ଲେମ୍ବୁ ୧.୫ ଲକ୍ଷରେ ନିଲାମ୍

ନୂଆଦିଲ୍ଲୀ ୦୩/୦୨: ବିରଳ ସାମଗ୍ରୀଗୁଡ଼ିକର ନିଲାମ ବିଷୟରେ ଆପଣ ଜାଣନ୍ତି । କିନ୍ତୁ କେବେ ଶତାଧିକ ବର୍ଷ ପୁରୁଣା ଫଳ କିମ୍ବା ପରିବାର ନିଲାମ ବିଷୟରେ ଶୁଣିଛନ୍ତି ?  ନିକଟରେ ୨୮୫ ବର୍ଷ ପୁରୁଣା ଲେମ୍ବୁର ନିଲାମ ହୋଇଛି । ହଁ, ବିଶ୍ୱାସ ନ ହେଲେ  ବି ଏହା ସତ । ଊନବିଂଶ ଶତାବ୍ଦୀର ଏକ ଛୋଟ ଆଲମାରୀର ଡ୍ରୟର୍‌ରୁ ମିଳିଥିବା  ଏହି ଶୁଖିଲା ଲେମ୍ବୁର ଚଉଡ଼ା ପ୍ରାୟ ୨ ଇଞ୍ଚ । ତା’ ଉପର ଚୋପା ସମ୍ପୂର୍ଣ୍ଣ ରୂପେ  ଧୂସର ହୋଇଯାଇଛି । ଲେମ୍ବୁ ଉପରେ ଲିଖିତ ବାର୍ତ୍ତାରୁ ଜଣାପଡୁଛି, ଏଇଟି  ୧୭୩୯ ମସିହାର । 

ଲେମ୍ବୁରେ ଉଲ୍ଲେଖ ହୋଇଛି ‘୧୭୩୯ ମସିହା, ନଭେମ୍ବର  ୪ ତାରିଖରେ ପି  ଲୁ ଫ୍ରାନ୍‌ଚିନି  ନାମକ ବ୍ୟକ୍ତି  ଏହାକୁ ମିସ୍‌  ଇ ବାକ୍ସଟରଙ୍କୁ  ପ୍ରଦାନ କରିଥିଲେ ।’ ଏହାକୁ ଭାରତରୁ ବ୍ରିଟେନକୁ ଉପହାର  ସ୍ୱରୂପ ଅଣାଯାଇଥିବା ଅନୁମାନ କରାଯାଉଛି । ଏହାକୁ ପାଇଥିବା  ପରିବାର ବ୍ରିଟେନର ଶ୍ରପ୍‌ଶାୟାର ସ୍ଥିତ ବ୍ରେଟେଲ୍ସ ନିଲାମକର୍ତ୍ତାଙ୍କ  ପାଖରେ ପହଞ୍ଚିଲେ । ଜଣେ ବିଶେଷଜ୍ଞ ଉକ୍ତ ଆଲମାରୀର  ଫଟୋ ଉଠାଇବା ସମୟରେ ତା’ର ଡ୍ରୟର୍‌ରୁ ଏହି ଲେମ୍ବୁକୁ  ପାଇଥିଲେ । ମଜାଦାର ଅନୁଭୂତି ହାସଲ ଲାଗି ପ୍ରାୟ ୩ ଶତାବ୍ଦୀ  ପୁରୁଣା ଏହି ଲେମ୍ବୁକୁ ନିଲାମ କରିବାକୁ ନିଲାମ ଗୃହ ନିଷ୍ପତ୍ତି  ନେଇଥିବା ଏହାର ମାଲିକ ଡେଭିଡ୍‌ ବ୍ରେଟେଲ୍‌ କହିଛନ୍ତି । ଲେମ୍ବୁର  ନିଲାମ ଲାଗି ପ୍ରଥମ ବୋଲି ୪୨୦୦ ଟଙ୍କାରୁ ଆରମ୍ଭ ହେଲା ।  ଶେଷରେ ୧.୫ ଲକ୍ଷ ଟଙ୍କାରେ ଏହା ନିଲାମ ହେଲା । ତେବେ  ମଜା କଥା ହେଉଛି, ଯେଉଁ ଆଲମାରୀରେ ଲେମ୍ବୁ ଥିଲା,  ତାହା ମାତ୍ର ୩୨୦୦ ଟଙ୍କାରେ ବିକ୍ରି ହେଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.