ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ମାଛକୁଟା ଗ୍ରାମରୁ ନକଲି ବିଦେଶୀ ମଦ ଜବତ ସହ ୨ ଗିରଫ

ଛେଣ୍ଡିପଦା,୯/୯: ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ନକଲି ବିଦେଶୀ ମଦ ତିଆରି ହେଉଥିବା ବିସ୍ୱସ୍ତ ସୁତ୍ରରୁ ଖବରପାଇ ଛେଣ୍ତିପଦା ଥାନା ମଛକୁଟା ଗ୍ରାମରେ ଚଢଉ । ଏଥିରେ ବିପୁଳ ପରିମାଣରେ ନକଲି ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ ନକଲି ବିଦେଶୀ ମଦ ପ୍ରସ୍ତୁତ ପାଇଁ ବ୍ୟବହୃତ ସାମଗ୍ରୀ ଏବଂ ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ୨ ଜଣ ହେଲେ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଗୁଡିଡିହ ଗ୍ରାମର ବିପିନ ସାହୁ ଓ ମାଛକୁଟା ଗ୍ରାମର ଚିକୁ ବେହେରା l

ଘଟଣାରୁ ପ୍ରକାଶ ଯେ, ଅନୁଗୋଳ ଅବକାରୀ ବିଭାଗ ଛେଣ୍ତିପଦା ଥାନା ମଛକୁଟା ଅଞ୍ଚଳରେ ବେଆଇନ ନକଲି ବିଦେଶୀ ମଦ ପ୍ରସ୍ତୁତ କରି ସେଗୁଡିକୁ ଚାଲାଣ କରାଯାଉଥିବା ଖବରପାଇଥିଲା ଅନୁଗୋଳ ଅବକାରୀ ବିଭାଗ । ପରେ ଏକ ଟିମ ଗଠନ କରି ମଛକୁଟା ଗ୍ରାମରେ ଚଢଉ କରିଥିଲେ l ଅବକାରୀ ନିରୀକ୍ଷକ ରମ୍ଭା ବାଗ ଓ ଉପନିରୀକ୍ଷକ ସନ୍ତୋଷ ସାହୁଙ୍କ ସମେତ ଅବକାରୀ ବିଭାଗର କର୍ମଚାରୀମାନେ ପ୍ରଥମେ ମାଛକୁଟା ଗ୍ରାମର ଚିକୁ ବେହେରାଙ୍କ ଘରେ ଚଢଉ କରି କିଛି ବିଦେଶୀ ମଦ ଜବତ କରିବା ସହ ଏହି ବେଆଇନ ନକଲି ବିଦେଶୀ ମଦ ପ୍ରସ୍ତୁତ କରୁଥିବା ମାଷ୍ଟରମାଇଣ୍ତି ସମ୍ପର୍କରେ ଜାଣିବାକୁ ପାଇଥିଲେ l ମାଷ୍ଟରମାଇଣ୍ତ ଜଣଙ୍କ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଗୁଡିଡିହି ଗ୍ରାମର ବିପିନ ସାହୁ ବୋଲି ଜଣାପଡ଼ିଥିଲା l ସେ ଏକ ଲୁଗା ବ୍ୟସାୟ ନାମରେ ମାଛକୁଟା ଗ୍ରାମରେ ଏକ ଦୋକାନ କରି ସେଠାରେ ନକଲି ମଦ ବିକ୍ରି କରୁଥିବା ଚଢ଼ଉ ବେଳେ ଜଣିବାକୁ ପାଇଥିଲେ l 

ଏ ନେଇ ଅବକାରୀ ବିଭାଗ ସେଠାରେ ଚଢଉ କରି ସେମାନଙ୍କ ନିକଟରୁ ୧୧.୧୬୦ଲିଟର ବିଦେଶି ମଦ,ନକଲି ମଦ ପ୍ରସ୍ତୁତ ବେଳେ ବ୍ୟବହୃତ ସାମଗ୍ରୀ,୯୦୦ଟି ବିଦେଶି ମଦ ଠିପି , ଏକ ମାରୁତି ୱାଗନର କାର ୪ଟି ଜାରକିନରେ ଥିବା ୧୫୦ଲିଟର ଦେଶୀ ମଦ ଓ ଏକ ସିଲମେସିନକୁ ଅବକାରୀ ବିଭାଗ ଜବତ କରିବା ସହ ଏହି ନକଲି ମଦ କାରବାରରେ ସମ୍ପୃକ୍ତ ବିପିନି ଓ ଚିକୁକୁ ଗିରଫ କରିଥିଲେ । ଏ ନେଇ ଅବକାରୀ ଥାନା କେସ ନଂ ୧୫୪/୨୩ରେ ଅବାକରୀ ବିଭାଗ ଏକ ମାମଲା ରୁଜୁ କାରିବା ସହିତ ସେମାନଙ୍କୁ କୋର୍ଟ ଚାଲାଣ କରିଥିଲେ ।

liquor

Copyright © 2022 - Summa Real Media Private Limited. All Rights Reserved.