ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେନ୍ଦୁପତ୍ର ଫଡ଼ିକୁ ପତ୍ର ଶୁଖାଇବାକୁ ଯାଇଥିଲେ, ବାରାହା ଆକ୍ରମଣରେ ୨ ଗୁରୁତର

ଫିରିଙ୍ଗିଆ, ୧୫।୫ :  ଜଙ୍ଗଲୀ ବରାହ ଆକ୍ରମଣରେ ଜଣେ ବୃଦ୍ଧା ଙ୍କ ସହ ଅନ୍ୟଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି I ଘଟଣା ଟି ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ପଂଚାୟତ ର ସରୁକୋଇ ଅଂଚଳରେ I ଆହତ ହୋଇଥିବା ବୃଦ୍ଧା ଜଣକ ସେହି ସରୁକୋଈ ଗାଁ ର ବନ୍ଧୁରି ବିନ୍ଧାଣି ଓ ମହିଳା ଜଣକ ସେହି ଗାଁ ର ପ୍ରିୟଙ୍କା କହଁର ବୋଲି ପଡିଛି I

 ତେବେ ସୂଚନା ଅନୁସାରେ ଏହି ଦୁଇଜଣ କେନ୍ଦୁପତ୍ର ସଂଗ୍ରହ କରି ସରୁକୋଇ ଗାଁ ନିକଟରେ ଥିବା ଗୁଡରିଖୋଲ କେନ୍ଦୁପତ୍ର ଫଡ଼ି କୁ ପତ୍ର ଶୁଖାଇବାକୁ ଯାଇ ନିଜ ଗାଁ ସରୁକୋଇ କୁ ଫେରୁଥିଲେ। ଏହି ସମୟରେ ହଠାତ ପାଖ ଜଙ୍ଗଲ ରୁ ଏକ ଜଙ୍ଗଲୀ ରାସ୍ତା ଉପରକୁ ଚାଲିଆସି ଏହି ଦୁଇଜଣକୁ ଆକ୍ରମଣ କରିଥିଲା I ରାସ୍ତାରେ ଯିବା ଆସିବା କରୁଥିବା ଅନ୍ୟ ଲୋକମାନେ ବା ରାହ କୁ ଘଉଡ଼ିବା ସହ ଉଭୟଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ପ୍ରଥମେ ଫିରିଙ୍ଗିଆ ମେଡିକାଲ କୁ ନିଆଯାଇଥିଲା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟଚିକିତ୍ସାଲୟ କୁ ସ୍ଥାନାନ୍ତର କରାଯାଇଛି I 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.