ଖୋର୍ଦ୍ଧା, ୧୩/୦୨ : ତିରୁପତି ଯାଇଥିବା ୨ ମହିଳା ତୀର୍ଥଯାତ୍ରୀ ନିଖୋଜ। ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାରେ ତିରୁପତି ଯାଇଥିବା ଖୋର୍ଦ୍ଧା ଜିଲ୍ଲାର ୨୧୫ ତୀର୍ଥଯାତ୍ରୀଙ୍କ ମଧ୍ୟରୁ ୨ ମହିଳା ନିଖୋଜ ହୋଇଯାଇଛନ୍ତି। ସେମାନେ ହେଲେ ବାଲିଅନ୍ତା ବ୍ଲକ ଦେଉଳି ଗାଁର ଗୀତାଞ୍ଜଳି ରାଉତ ଏବଂ ଚିଲିକା ବ୍ଲକ ଅଠରବାଟିଆ ପଞ୍ଚାୟତ ଭେଲେରୀ ଗ୍ରାମର ରାଣୀ ଦେଇ। ଏହି ମହିଳା ୨ ଜଣ କେଉଁଆଡ଼େ ଚାଲି ଯାଇଛନ୍ତି ତାଙ୍କର ପତ୍ତା ମିଳୁନାହିଁ।
ଏନେଇ ପରିବାର ଲୋକ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଜିଲ୍ଲାପାଳ ଚଞ୍ଚଳ ରାଣା କହିଛନ୍ତି ଯେ, ସମ୍ପୃକ୍ତ ବିଭାଗ ଓ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରାଯାଇଛି। ଖୁବଶୀଘ୍ର ସେମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଅଣାଯିବ।