ମାଲକାନଗିରି, ୩୧/୦୮: ଲଗାଣ ବର୍ଷା ଯୋଗୁଁ ପୁଣି ବୁଡ଼ିଲା ପୋଲ । ଲଗାଣ ବର୍ଷା କାରଣରୁ କାଙ୍କୁରୁକୋଣ୍ଡା ଓ କନ୍ୟାଆଶ୍ରମ ପୋଲଉପରେ ୨ରୁ୩ ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି । ଫଳରେ ମାଲକାନଗିରି ଠାରୁ କାଲିମେଳା ଓ କାଲିମେଳା ଠାରୁ ପଡ଼ିଆ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ବିଗତ ଦିନରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଯାହା ଫଳରେ ଅନେକ ସ୍ଥାନରେ ଲୋକେ ହନ୍ତସନ୍ତ ହେଉଛନ୍ତି । ଏହାରି ଭିତରେ ମାଲକାନଗିରିରରେ ୨ଟି ପୋଲ ବୁଡ଼ିଯାଇଛି । ଲଗାଣ ବର୍ଷା ଯୋଗୁଁ କାଙ୍କୁରୁକୋଣ୍ଡା ଓ କନ୍ୟାଆଶ୍ରମ ପୋଲ ଉପରେ ୨ରୁ୩ ଫୁଟ ଉଚ୍ଚତାର ପାଣି ପ୍ରବାହିତ ହେଉଛି । ଯାହା ଫଳରେ ମାଲକାନଗିରି ଠାରୁ କାଲିମେଳା ଓ କାଲିମେଳା ଠାରୁ ପଡିଆ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ଫଳରେ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସଚମ୍ମୁଖୀନ ହେଉଛନ୍ତି । ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ ଉଭୟ ସ୍ଥାନରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ପୋଲର ଦୁଇ ପାର୍ଶ୍ଵରେ ଅନେକ ଗାଡ଼ି ଅଟକି ରହିଛି ।