ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିର୍ବାଚନ ସମୟରେ ବ୍ୟବହାର ହେଉଥିବା ସ୍ୟାହି ବିଷୟରେ ଜାଣନ୍ତି କି ? ସହଜରେ ନଲିଭିବା ପଛରେ ଅଛି ଏହି କେମିକାଲ

ନୂଆଦିଲ୍ଲୀ,୩୦।୩: ଦେଶରେ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ରହିଛି। ନିର୍ବାଚନ କମିାନ୍ ନିର୍ବାଚନ ସମ୍ପର୍କିତ ସମସ୍ତ ସାମଗ୍ରୀକୁ ଜରୁରୀ କାର୍ଯ୍ୟାଳୟକୁ ପଠାଇବାର କାମ ପ୍ରାୟ ଆରମ୍ଭ କରିସାରିଛି। କିନ୍ତୁ କ’ଣ ଆପଣ ଜାଣନ୍ତି ଯେ, ମତଦାନ ସମୟରେ ଲାଗୁଥିବା ନିର୍ବାଚନୀ ସ୍ୟାହିରେ କେଉଁ କେମିକାଲ ରହିଛି, ଯେଉଁ କାରଣରୁ କିଛି ଦିନ ପର୍ଯ୍ୟନ୍ତ ସ୍ୟାହି ଲିଭେ ନାହିଁ। ଆଜି ଆସନ୍ତୁ ଜଣିବା ଏହି ସ୍ୟାହିରେ ଏଭଳି କ’ଣ ଅଛି ?

ମତଦାନ କେନ୍ଦ୍ରରେ ଥିବା ସରକାରୀ କର୍ମଚାରୀ ଭୋଟରଙ୍କୁ ଭୋଟ ଦେବାପରେ ଇଲେକ୍ସନ ସ୍ୟାହି ବାମ ହାତର ପ୍ରଥମ ଆଙ୍ଗୁଳିରେ ଲାଗିଥାଏ। ଏହା ସୁନିଶ୍ଚିତ ହୋଇଥାଏ ଯେ, ଜଣେ ବ୍ୟକ୍ତି ଏକରୁ ଅଧିକ ଥର ଭୋଟ ଦେଇପାରିବେନି। ଉଲ୍ଲେଖନୀୟ ଯେ, ନିର୍ବାଚନୀ ସ୍ୟାହି ଲାଗିବା ପରେ ସହଜରେ ଲିଭି ନଥାଏ। ତେଣୁ ଏହାକୁ ଇଣ୍ଡେଲିବଲ ଇଙ୍କ ମଧ୍ୟ କୁହାଯାଏ। କିନ୍ତୁ କ’ଣ ଆପଣ ଭାବନ୍ତି ଏହି ସ୍ୟାହିରେ ଏଭଳି କ’ଣ ରହିଛି, ଯାହାକୁ ଲଗାଇବା ପରେ ଏହା ସହଜରେ ଲିଭିନଥାଏ।

ନିର୍ବାଚନରେ ବ୍ୟବହାର ହେଉଥିବା ଏହି ନିର୍ବାଚନୀ ସ୍ୟାହି କର୍ଣ୍ଣାଟକର କମ୍ପାନୀ ମହୀଶୂର ପେଣ୍ଟ ଆଣ୍ଡ ଭାର୍ନିଶ ଲିମିଟେଡ୍ ନାମରେ ତିଆରି କରାଯାଏ। ଏହି କମ୍ପାନୀର ସ୍ଥାପନା ୧୯୩୭ ରେ ସେତେବେଳେ ମହୀଶୂର ମହାରାଜା ନଲବାଭି କୃଷ୍ଣରାଜ ନଲଓ୍ବାଡି କୃଷ୍ଣରାଜ ଓ୍ବଡୟାର କରିଥିଲେ। ଆଜିର ସମୟରେ ଦେଶରେ ଇଲେକ୍ସନ ଇଙ୍କ ତିଆରି କରିବାର ଲାଇସେନ୍ସ କେବଳ ସେହି କମ୍ପାନୀ ପାଖରେ ରହିଛି। ତେବେ ଏହି କମ୍ପାନୀ ବହୁ ପ୍ରକାର ପେଣ୍ଟ ତିଆରି କରେ, କିନ୍ତୁ ଏହାର ମୁଖ୍ୟ ପରିଚୟ ନିର୍ବାଚନୀ ସ୍ୟାହି ତିଆରି କରିବାରେ ହେଉଛି। ୧୯୬୨ ରେ ଲୋକସଭା ନିର୍ବାଚନରେ ପାରଦର୍ଶିତା ଓ ନକଲି ଭୋଟିଂ ରୋକିବା ପାଇଁ ଆଙ୍ଗୁଳିରେ ସ୍ୟାହି ଲଗାଇବା ଆରମ୍ଭ ହୋଇଥିଲା।

ନିର୍ବାଚନୀ ସ୍ୟାହିରେ ସିଲଭର ନାଇଟ୍ରେନ୍ ନାମକ ଏକ କେମିକାଲ ବ୍ୟବହାର କରାଯାଏ। ବିଶେଷଜ୍ଞଙ୍କ ମତରେ ସିଲଭର ନାଇଟ୍ରେଟ୍ ପାଣିର ସମ୍ପର୍କରେ ଆସିବା ପରେ କଳା ରଙ୍ଗ ହୋଇଯାଇଥାଏ। ଯେତେବେଳେ ନିର୍ବାଚନ ଅଧିକାରୀ ଭୋଟରଙ୍କ ଆଙ୍ଗୁଳିରେ ନାଲି ସ୍ୟାହି ଲଗାନ୍ତି ତେବେ ସିଲଭର ନାଇଟ୍ରେଟ୍ ଆମ ଶରୀରରେ ଥିବା ଲୁଣ ସହ ମିଶି ସିଲଭର କ୍ଲୋରାଇଡ ତିଆରି ହୋଇଥାଏ, ଯାହାକି କଳା ରଙ୍ଗାର ହୋଇଥାଏ।  ସେଭଳି ସିଲଭର କ୍ଲୋରାଇଡ ପାଣିରେ ମିଶିନଥାଏ ଓ ତ୍ବଚାରେ ଲାଗି ରହିଥାଏ। ଏହାକୁ ସାବୁନରେ ଧୋଇଲେ ମଧ୍ୟ ଯାଏନି। ଆଲୋକ ସଂସ୍ପର୍ଶରେ ଆସିଲେ ଏହାର ରଙ୍ଗ ଗାଢା ହୋଇଯାଇଥାଏ। ଆଙ୍ଗୁଳିରେ ଲଗାଇବାର ୪୦ ସେକେଣ୍ଡ ଭିତରେ ଏହି ସ୍ୟାହି ସୁଖି ଯାଇଥାଏ। ଭାରତ ଏହି ସ୍ୟାହିକୁ ବିଶ୍ବର ୩୦ଟି ଦେଶକୁ ପଠାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.