ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||

ମାଲକାନଗିରି ଜିଲ୍ଲାର ୨୭ ଜଣ ପାଇବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ମାଲକାନଗିରି,୩୦/୧ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ୨୭ ଜଣ ପାଇବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର। ୩୧ ତାରିଖରେ ଭୁବନେଶ୍ୱର ଠାରେ  ମୁଖ୍ୟମନ୍ତ୍ରୀ କୃତୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ। ମାଲକାନଗିରି ଜିଲ୍ଲାର ୭ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ,୯ଜଣ ଶିକ୍ଷକ ଶିକ୍ଷୟିତ୍ରୀ, ୭ଟି ଉନ୍ନତ ସ୍କୁଲ ,ଗୋଟିଏ ଆଲୁମନି ପୁରସ୍କାର, ଗୋଟିଏ ପଞ୍ଚାୟତ,ଗୋଟିଏ ବିଦ୍ୟାଳୟ କମିଟି,ଗୋଟିଏ ସିଆରସିସି ପୁରସ୍କାର ମୋଟ ୨୭ ଟି ପୁରସ୍କାର ଜିଲ୍ଲାକୁ ମିଳିବ।

 ବିଶେଷ କରି  ସର୍ବଶ୍ରେଷ୍ଠ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଭାବେ ମାଲକାନଗିରି ଜିଲ୍ଲାର ୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ମନୋନୀତ ହୋଇଥିବା ଶିକ୍ଷକମାନେ ହେଲେ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥପୁର ପଞ୍ଚାୟତର ଆପନମାଳା ୟୁପିଏସର ମଞ୍ଜୁଶ୍ରୀ ମାହାଳୀ, କଣ୍ଡେଲ ଏନୟୁପିଏସର ବସନ୍ତ କୁମାର ରଣା, ଏମ.ଭି.୩୧ ୟୁପିଏସର କାର୍ତ୍ତିକେଶ୍ଵର ପଣ୍ଡା, ପୁରୁଣା ଚିମଟାପାଲୀ ୟୁପିଏସର ଟୁଟୁ ପଡିଆମି ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଭାଗୀରଥୀ ସାହୁ । ବୁଧବାର ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ କାର୍ଯକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯିବ ବୋଲି ମାଲକାନଗିରି  ଅତିରିକ୍ତ ଜିଲ୍ଲା  ଶିକ୍ଷା ଅଧିକାରୀ ଚିତ ରଞ୍ଜନ ପାଣ୍ଡେ ସୂଚନା ଦେଇଛନ୍ତି।

ଆହୁରି ପଢନ୍ତୁ : ବାଉଁଶ ବୁଦାରୁ ୫୮୩ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.