ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ନରାଜ ନିକଟରେ ସିରିଜ୍ ଦୁର୍ଘଟଣା ଘଟାଇଲା ପୋଲିସ କର୍ମଚାରୀଙ୍କ କାର , ୩ ଗୁରୁତର

କଟକ,୩୦।୬ :  ପୋଲିସ କର୍ମଚାରୀ କାର ଚଳାଇ ଘଟାଇଲେ ସିରିଜ ଦୁର୍ଘଟଣା । ୨ଟି ବାଇକ ଓ କାରକୁ ଧକ୍କା ଦେଲା କାର।  କଟକ ନରାଜ ନିକଟରେ ଏହି ଦୁର୍ଘଟଣା ଘଟିଛି।  ଏଥିରେ ତିନିଜଣ ଗୁରୁତର ଆହତ ହୋଇଛନ୍ତି। 

ସୂଚନା ଅନୁସାରେ ଓଡ଼ିଶା ଷ୍ଟେଟ ଆର୍ମ୍ ଫୋର୍ସ ରେ କାର୍ଯ୍ୟରତ ପୋଲିସ କର୍ମଚାରୀ ନିଜର ଦୁଇଜଣ ସହଯୋଗୀଙ୍କ ସହ ମାରୁତି କାରରେ ନିଶାସକ୍ତ ଅବସ୍ଥାରେ ଦ୍ରୁତଗତିରେ ଯାଉଥିଲେ। ବେଳେ ନରାଜ ରାସ୍ତାରେ ଦୁଇଟି ବାଇକ୍ ଓ ଗୋଟିଏ ସାଇକେଲ କୁ ଧକ୍କା ଦେଇଥିଲେ। ଏହି ଦୁର୍ଘଟଣା ରେ ଦୁଇଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତ ମାନଙ୍କୁ ପୋଲିସ ଉଦ୍ଧାର କରି ମେଡ଼ିକାଲ ପଠାଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ପୋଲିସ କର୍ମଚାରୀ ଓ ତାଙ୍କ ସହଯୋଗୀ ମାନଙ୍କୁ ଅଟକ ରଖିଛି। ଦୁର୍ଘଟଣାରେ ଉତ୍ତେଜନା ଦେଖା ଦେଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଭିତରୁ ୬ ରୁ ଉର୍ଦ୍ଧ ମଦ ବୋତଲ ବାହାରିଛି।

ଆହୁରି ପଢନ୍ତୁ : ପିକଅପ୍ ଭ୍ୟାନ ଧକ୍କାରେ ମହିଳା ମୃତ, ଘଟଣାସ୍ଥଳରେ ଉତ୍ତେଜନା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.