ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସୁନ୍ଦରଗଡ଼ ଜିଲ୍ଲାରେ ୩ ବିଜେପି ବିଧାୟକ ରିପିଟ୍, ରାଜଗାଙ୍ଗପୁରରେ ନରସିଂହ

ରାଜଗାଙ୍ଗପୁର, ୩।୪: ରାଜଗାଙ୍ଗପୁର ବିଧାନସଭା ପାଇଁ ପୁଣିଥରେ ନରସିଙ୍ଘ ମିଞ୍ଜଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜେପି । ଶ୍ରୀ ମିଞ୍ଜ ଗତ ୨୦୧୯ ନିର୍ବାଚନରେ ୫୨,୮୯୬ ଖଣ୍ଡ ଭୋଟ ଆଣି ବିଜେଡିର ମଙ୍ଗଳା କିଷାନଙ୍କଠାରୁ ମାତ୍ର ୯୬ ଭୋଟରେ ପଛରେ ଥିବା ବେଳେ ବିଜୟୀ ପ୍ରାର୍ଥୀ କଂଗ୍ରେସର ଡ. ସିଏସ୍‌ ରାଜନ ଏକ୍କାଙ୍କଠାରୁ ମାତ୍ର ୧୦୨୨ ଭୋଟରେ ପରାସ୍ତ ହୋଇଥିଲେ ।

ସୁନ୍ଦରଗଡ଼ରୁ କୁସୁମ 

ବିଜେପି ପକ୍ଷରୁ ସୁନ୍ଦରଗଡ଼ ବିଧାନସଭା ପାଇଁ ଦଳ ପକ୍ଷରୁ ବିଧାୟିକା କୁସୁମ ଟେଟେଙ୍କୁ ପୁଣିଥରେ ଟିକେଟ ଦିଆଯାଇଛି । ତାଲିକାରେ କୁସୁମଙ୍କ ନାମ ଚୟନ ହେବା ପରେ ଏଥିପାଇଁ ସେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ, ରାଜ୍ୟ ସଭାପତିଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏ ନେଇ ସେ କହିଛନ୍ତି, ଦଳ ମୋ ଉପରେ ପୁନର୍ବାର ଆସ୍ଥାଭାଜନ କରିଥିବାରୁ ଏଥିପାଇଁ ସମସ୍ତଙ୍କୁ ସାଧୁବାଦ ଦେଇଛନ୍ତି । ଦଳର ଏହି ବିଶ୍ୱାସକୁ ପୁଣିଥରେ ଜିଣିବି ବୋଲି ମୋର ଆଶା ।

ବଣାଇରୁ ସେବତୀ 

ସୁନ୍ଦରଗଡ଼ ଜିଲ୍ଲାର ବଣାଇ ବିଧାନସଭା ଆସନରୁ ସେବତୀ ନାଏକଙ୍କ ନାମ ଘୋଷଣା କରାଯାଇଛି । ଶ୍ରୀମତୀ ନାଏକ ପ୍ରଥମେ ବାବା ବାଣେଶ୍ୱର ଶୈବପୀଠ, ମା’ ମଙ୍ଗଳା ପୀଠକୁ ଯାଇ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି ।

ବୀରମିତ୍ରପୁରରୁ ଶଙ୍କର 

ବୀରମିତ୍ରପୁର ନିର୍ବାଚନମଣ୍ଡଳୀ ଲାଗି ବିଜେପି ପ୍ରାର୍ଥୀ ଘୋଷଣା କରିଛି । ବୀରମିତ୍ରପୁର ବିଧାୟକ ଶଙ୍କର ଓରାମଙ୍କୁ ପୁଣିଥରେ ରିପିଟ୍‌ କରିଛି ଦଳ । ୨୦୧୯ ନିର୍ବାଚନରେ ଶଙ୍କର ବିଜେଡି ପ୍ରାର୍ଥୀ ମଖଲୁ ଏକ୍କାଙ୍କୁ ୧୬,୩୫୧ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟ ହାସଲ କରିଥିଲେ । ଶଙ୍କର ୬୦,୯୩୭ ଖଣ୍ଡ ଭୋଟ ପାଇଥିବା ବେଳେ ମଖଲୁ ପାଇଥିଲେ ୪୪,୫୮୬ ଖଣ୍ଡ ଭୋଟ । ଚଳିତ ନିର୍ବାଚନରେ ବିଜେପି ସହ ବିଜେଡିର ସିଧାସଳଖ ଲଢ଼େଇ ଜୋରଦାର ହେବ ବୋଲି କହିଛନ୍ତି ଶଙ୍କର ।

ରଘୁନାଥପାଲିରୁ ଦୁର୍ଗା  

ରଘୁନାଥପାଲି ନିର୍ବାଚନ ମଣ୍ଡଳୀରେ ବିଜେପି ଏଥର ନୂଆମୁହଁ ଭାବେ ଦୁର୍ଗାଚରଣ ତନ୍ତୀଙ୍କୁ ପ୍ରାର୍ଥୀ କରିଛି । ସେ ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚାର ଉପସଭାପତି ଥିବାବେଳେ ପ୍ରଥମଥର ପାଇଁ ନିର୍ବାଚନ ଲଢ଼ିବେ ।

ତଲସରାରୁ ଭବାନୀ  

ତଲସରା ନିର୍ବାଚନମଣ୍ଡଳୀ ପାଇଁ ବିଜେପି ପକ୍ଷରୁ ତଳସରାରୁ ପୁଣିଥରେ ବିଧାୟକ ପ୍ରାର୍ଥୀ ଭାବେ ବିଧାୟକ ଭବାନୀ ଶଙ୍କର ଭୋଇଙ୍କୁ ଦଳ ଚୟନ କରିଛି । ଦୀର୍ଘବର୍ଷର ପରିଶ୍ରମ, ଲୋକ ସମ୍ପର୍କ, ଦଳୀୟ ପ୍ରଚାର ତଥା ସଂଗଠନକୁ ଦୃଷ୍ଟିରେ ରଖି ରାଜ୍ୟ ତଥା କେନ୍ଦ୍ରୀୟ ଚୟନ କମିଟି ପକ୍ଷରୁ ତଳସରାରୁ ଶ୍ରୀ ଭୋଇଙ୍କୁ ପ୍ରାର୍ଥୀ କରାଯାଇଛି । ବାଲିଶଙ୍କରା, ସବଡେଗା, ବଡ଼ଗାଁ, ଲେଫ୍ରିପଡ଼ା ତଥା ଆଖପାଖ ଅଞ୍ଚଳରେ ଏ ଖବର ପ୍ରଚାରିତ ହେବା ପରେ ଶ୍ରୀ ଭୋଇଙ୍କୁ ଶୁଭେଚ୍ଛୁ, ସମର୍ଥକଙ୍କ ମହଲରେ ଖୁସିର ଲହରି ଖେଳିଯାଇଛି ।

 

 

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.