ଖଲ୍ଲିକୋଟ ୧୦/୧୧: ୧୬ ନମ୍ବର ଜାତୀୟ ରାଜପଥର ଗଣ୍ଡାପଲ୍ଲୀ ଓଭରବ୍ରିଜ ଉପରେ ଆଜି ଏକ କାର ପଛକୁ ଏକ ଲୁହାପଛର ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ କାରଟି ଭାଙ୍ଗିରୁଜି ଯାଇଥିବା ବେଳେ ଭିତରେ ଥିବା ୩ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ନ ୪ ଟାରେ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ କାର ନମ୍ବର OD 13 L 0908 କୁ ହଠାତ୍ ଗଣ୍ଡାପଲ୍ଲୀ ଓଭରବ୍ରିଜ ଉପରେ ଏକ ଲୁହାପଥର ବୋଝେଇ ଟ୍ରକ୍ ନମ୍ବର OD 09 AA 0984 ଶକ୍ତ ଧକ୍କା ଦେଇଥିଲା । ଯାହା ଫଳରେ କାରଟିର ସାଇଟ୍ ଡୋର ଭାଙ୍ଗି ଯିବା ସହ ଆଗ ଚକ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ତେବେ କାର ଭିତରେ ଥିବା ୩ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ । ସ୍ଥାନୀୟ ଲୋକେ କାର ଭିତରୁ ୩ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ବେଳେ ଖବର ପାଇ ସ୍ଥାନୀୟ ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି କାର ଓ ଟ୍ରକ୍ କୁ ଜବତ କରି ଘଟଣାର ତଦନ୍ତ ଚଳାଇ ଥିବା ସୂଚନା ମିଳିଛି ।

ରାଜସ୍ଥାନରେ ବିଜେପି ସରକାର ! ରାଜ୍ୟପାଳଙ୍କୁ ଇସ୍ତଫା...