ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ଜୁଏଲାରୀରୁ ଲୁଟ୍ : ୩ଶହ ଗ୍ରାମ ସୁନା ଓ ୩ କେଜି ରୁପା ଲୁଟି ନେଲେ ଦୁର୍ବୃତ୍ତ

ଭଞ୍ଜନଗର, ୪।୭ : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ସହର ରେ ଥିବା ମହାଦେବ ଜୁଏଲାରୀରୁ ସୁନା, ରୁପା ଓ ଟଙ୍କା ଲୁଟ ହୋଇଛି। ଦୁର୍ବୃତ୍ତମାନେ ସିନ୍ଧୁକ ଖୋଳି ୩ଶହ ଗ୍ରାମ ସୁନା ଓ ୩ରୁ ୪ କେଜି ରୁପା ଓ ନଗଦ ୪୦ ହଜାର ଟଙ୍କା  ଲୁଟି ନେଇଛନ୍ତି। 

ଜୁଏଲାରୀ ମାଲିକ ସଂଗ୍ରାମ କେଶରୀ ବିନ୍ଧାଣୀଙ୍କ କହିବା ମୁତାବକ ସେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ପରେ ଦୁର୍ବୃତ୍ତମାନେ ସିନ୍ଧୁକ ଖୋଳି ୩ଶହ ଗ୍ରାମ ସୁନା ଓ ୩ରୁ ୪ କେଜି ରୁପା ଓ  ନଗଦ ୪୦ ହଜାର ଲୁଟି ନେଇ ଥିବା ବେଲଗୁଣ୍ଠା ଥାନାରେ ଏତଲା ଦେଇଛନ୍ତି l ବେଲଗୁଣ୍ଠା ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ପୋଲିସ କୌଣସି ପ୍ରକାର ସୁରାକ ପାଇ ନ ଥିବା ଜଣାପଡିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.