ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ
  • ||
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଓଲଟିପଡ଼ିଲା କଦଳୀ ଭେଳା; ସୁବର୍ଣ୍ଣରେଖାରେ ବୁଡ଼ି ଗଲେ ୪ ସାଙ୍ଗ

ଜଳେଶ୍ବର,୨୭/୯ : ସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇ କଦଳୀ ଭେଳା ଉପରେ ଖେଳୁଥିଲାବେଳେ କଦଳୀ ଭେଳା ଓଲଟି ବୁଡ଼ି ଗଲେ ୪ଜଣ ସାଙ୍ଗ । ଜଣେ ମୃତ, ଜଣେ ଗୁରୁତର। ଗୁରୁତର ବାଲିପାଳ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତକ ଜଣକ ହେଲେ ୧୭ ବର୍ଷର ତାପସ କୁମାର ରଣା । ଦୁଇ ଜଣ ସୁରକ୍ଷିତ ଭାବେ ଉଦ୍ଧାର। ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଅସ୍ତି ପଞ୍ଚାୟତର ବଢାପାଳ ଗ୍ରାମରେ। 

ପ୍ରକାଶ ଯେ, ଆଜି ମଧ୍ୟାହ୍ନ ସମୟରେ ବଢାପାଳ ଗ୍ରାମର ୪ଜଣ ସାଙ୍ଗ ସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇଥିଲେ । କୂଳରେ ଥିବା ଏକ କଦଳୀ ଭେଳା ଉପରେ ୪ ଜଣ ସାଙ୍ଗ ଚଢି ଯାଇ ଖେଳୁଥିଲାବେଳେ କଦଳୀ ଭେଳାଟି ଓଲଟି ପଡ଼ିଥିଲା । କଦଳୀ ଭେଳା ଓଲଟି ପଡିବାରୁ ୪ ଜଣ ସାଙ୍ଗ ନଦୀର ଅକାଳ କାତ ପାଣିରେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ଜାଣି ପାରି ସେମାନଙ୍କୁ ଉଦ୍ଧାର କରି କରିଥିଲେ। ସେମାନଙ୍କୁ ଉଦ୍ଧାର କରି ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବାବେଳେ ଜଣେ ଗୁରୁତର ହୋଇ ବାଲିପାଳ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି, ଜଣକର ମୃତ୍ୟୁ ଘଟିଛି । ଖବରପାଇ ବାଲିଆପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.