ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ବିଲ୍ଡିଂରେ ଲାଗିଲା ନିଆଁ, ଚାଲିଗଲା ୪ ଜଣଙ୍କ ଜୀବନ

ନୂଆଦିଲ୍ଲୀ,୨୫/୬:ରାଜଧାନୀ ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ ।ଗତ ରାତିରେ ଏକ ବିଲ୍ଡିଂରେ ନିଆଁ ଲାଗିଯିବାରୁ ପରିବାରର ୪ ଜଣ ଜୀବନ୍ତ ଦଗ୍ଧ ।ତେବେ ଦିଲ୍ଲୀର ପ୍ରେମ ନଗର ଅଞ୍ଚଳରେ ଏହି ଅଘଟଣ ଘଟିଛି । ସୂଚନା ମୁତାବକ,ଗତ ରାତି ପ୍ରାୟ ୩ଟା ପରେ ପ୍ରେମ ନଗରର ଏକ ବିଲ୍ଡିଂରେ ନିଆଁ ଲାଗି ଯାଇଥିଲା। ନିଆଁ ଜଳୁଥିବା ଦେଖି ପାଖ ପଡ଼ୋଶୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ।ଏହାପରେ ଘର ଭିତରୁ ୪ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ମୃତକମାନେ ୪୮ ବର୍ଷୀୟ ହୀରା ସିଂହ,ପତ୍ନୀ ୪୬ ବର୍ଷୀୟା ନୀତୁ ସିଂହ ଓ ସେମାନଙ୍କ ଦୁଇ ପୁଅ ବୋଲି ଜଣାପଡିଛି। 

ସେପଟେ ନିଆଁ ଲାଗିବାର କାରଣ ଜଣାପଡ଼ିନି। ତେବେ ପ୍ରଥମେ ତଳ ମହଲରେ ନିଆଁ ଲାଗିଥିବା ବେଳେ ସେଠାରେ ଥିବା ଇନଭଟର ଓ ସୋଫାରେ ନିଆଁ ଲାଗି ଯାଇଥିଲା। ପରେ ଏହା ଭୟଙ୍କର ରୂପ ଧାରଣ କରି ବ୍ୟାପି ଯାଇଥିଲ। ଫଳରେ ଗୋଟିଏ ପରିବାରର ସମସ୍ତେ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.