ଭୁବନ, ୦୯/୦୨ : ଭୁବନ ବ୍ଲକ ଅନ୍ତର୍ଗତ ସୁରପ୍ରତାପୁର ଗ୍ରାମରେ ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢାଉ। ୪୦ ଲିଟର ଦେଶୀ ମହୁଲି ମଦ ଜବତ। ୨ ଅଭିଯୁ୍ତ ଗିରଫ।
ସୂଚନାନୁଯାୟୀ, କୌଣସି ସୂତ୍ରରୁ ଖବର ପାଇ ଭୁବନ ବ୍ଲକ ଅନ୍ତର୍ଗତ ସୁରପ୍ରତାପୁର ଗ୍ରାମରେ ପୋଲିସ ଏବଂ ଅବକାରୀ ବିଭାଗ ମିଳିତ ଚଢାଉ କରିଥିଲା। ଏହାର ସୁରାକ ପାଇ ଗ୍ରାମର ଦୁଇ ଦେଶୀ ମଦ ବ୍ୟବସାୟୀ ନିର ମଲ୍ଲିକ ଏବଂ ଦାମ ମହାନ୍ତି ଖସିଯିବାକୁ ବସିଥିଲେ। ତେବେ ବ୍ୟବସାୟୀଙ୍କ ପିଛାକରି ଅବକାରୀ ବିଭାଗ ଦୁଇଜଣଙ୍କ ଠାରୁ ପୃଥକ ଭାବେ ୧୯ ଲିଟର ଏବଂ ୨୧ ଲିଟର ଦେଶୀମଦ ଧରିବାରେ ସକ୍ଷମ ହୋଇଛି। ମଦ ବ୍ୟବସାୟୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।