ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଜିଲ୍ଲାପାଳ ଓ ଏସପିଙ୍କ ସାମ୍ୱାଦିକ ସମ୍ମିଳନୀ, ଜିଲ୍ଲାରେ ଚିହ୍ନଟ ହୋଇଛି ୬୮ଟି ମାଓ ପ୍ରବଣ ବୁଥ୍

ବୌଦ୍ଧ, ୧୭/୩: ବୌଦ୍ଧ ଜିଲ୍ଲାରେ କଡ଼ା ସୁରକ୍ଷା ବଳୟ ଭିତରେ ହେବ ନିର୍ବାଚନ । ଜିଲ୍ଲାରେ ଚିହ୍ନଟ ହୋଇଛି ୬୮ଟି ମାଓ ପ୍ରବଣ ବୁଥ୍ । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ତିଆରି ହୋଇଛି ୧୦ଟି ଅସ୍ଥାୟୀ ହେଲି ପ୍ୟଡ୍ । ମୁତୟନ ହେବେ ୨ କମ୍ପାନୀ ସିଆରପିଏଫ୍ ଯବାନ । ମାଓ ଇଲାକା ଓ ସମ୍ବେଦନଶୀଳ ବୁଥ୍‌ରେ କଡାକଡ଼ି ହେବ କମ୍ବିଂ ଅପରେସନ ଓ ଫ୍ଲାଗ୍ ମାର୍ଚ୍ଚ । ସବୁ ବୁଥ୍‌ରେ ଲାଗିବ ସିସିଟିଭି । ଜିଲ୍ଲାରେ ବୁଲିବ ୧୦ଟି ଫ୍ଲାଇଙ୍ଗ ସ୍କ୍ୱାର୍ଡ । ବେଆଇନ ଟଙ୍କା ରୋକିବା ପାଇଁ ତିଆରି ହୋଇଛି ୧୦ଟି ବର୍ଡର ଚେକ୍ ପୋଷ୍ଟ । 

ସୂଚନା ମୁତାବକ, ସାଧାରଣ ନିର୍ବାଚନ ପାଇଁ ଶନିବାର ବିଗୁଲ୍ ବାଜିଥିବା ବେଳେ ଆଜି ବୌଦ୍ଧ ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଜେ ସୋନାଲ ଏନେଇ ଜିଲ୍ଲାପାଳ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ସୂଚନା ଦେଇଛନ୍ତି । ଓଡ଼ିଶାରେ ଏକକାଳୀନ ଲୋକସଭା ଓ ବିଧାନ ସଭା ଆସନ ପାଇଁ ଭୋଟ ଗ୍ରହଣ ୪ ଟି ପର୍ଯ୍ୟାୟରେ ହେବାକୁ ଥିବା ବେଳେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀ ଭୋଟ ଗ୍ରହଣ ଏକା ସାଙ୍ଗରେ ମେ ୨୦ ତାରିଖରେ ଅନୁଷ୍ଠିତ ହେବ । 

ଜିଲ୍ଲାରେ ସମୁଦାୟ ୩ ଲକ୍ଷ ୩୩ ହଜାର ୫ ଶହ ୫୭ ଭୋଟର ତାଲିକା ପଞ୍ଜିକୃତ ହୋଇଥିବା ବେଳେ ପୁରୁଷ ଭୋଟର ସଂଖ୍ୟା ୧,୭୧,୦୮୬  ଜଣ ମହିଳା ଭୋଟର ସଂଖ୍ୟା ୧,୬୨,୪୮୦ ଜଣ , ତୃତୀୟ ଲିଙ୍ଗ ୯ ଜଣ ଅଛନ୍ତି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ୨୧୭ ମତଦାନ କେନ୍ଦ୍ରରେ ଓ ବୌଦ୍ଧରେ ୧୯୪ ଟି ମତଦାନ କେନ୍ଦ୍ର ଏହିପରି ୪୧୧ ଟି ମତଦାନ କେନ୍ଦ୍ରର ମୌଳିକ ସୁବିଧାକୁ ସୁନିଶ୍ଚିତ କରାଯାଇଛି । ଜିଲ୍ଲାରେ ୪୧୧ ଜଣ ପ୍ରିଜାଇଡିଂ ଅଫିସର, ୨୦୫୫ ଜଣ ପୋଲିଂ ଅଫିସର ଏବଂ ୫୯ ଜଣ ସେକ୍ଟର ଅଫିସରଙ୍କୁ ତାଲିମ ଦିଆଯାଇଛି । ନିର୍ବାଚନୀ ଇସ୍ତାହାର ଏପ୍ରିଲ ୨୬ ତାରିଖରେ ପ୍ରକାଶ ପାଇବା ବେଳେ ନାମାଙ୍କନ ପତ୍ର ଦାଖଲର ମେ ୩ ତାରିଖ ଯାଏଁ ରହିଛି । ନାମାଙ୍କନ ଯାଞ୍ଚ ମେ ୪ ଓ ପାର୍ଥିପତ୍ର ପ୍ରତ୍ୟାହାର ମେ ୬ ତାରିଖ ରହିଛି । 

ମେ ୨୦ ତାରିଖ ଭୋଟ ଗ୍ରହଣ ଓ ଜୁନ୍ ତାରିଖ ଭୋଟ ଗଣତି ହେବ । ଭୋଟ ଗଣତି ସେଣ୍ଟର ପଞ୍ଚାୟତ କଲେଜରେ କରାଯାଇଛି ଯେଉଁଠି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଜିଲ୍ଲାର ସମସ୍ତ ବୁଥ୍‌ରେ ଉଉଞଠ ସିସିଟିଭି ସୁରକ୍ଷା ବ୍ୟବସ୍ଥା କରାଯିବ । ଅନ୍ୟପଟେ ଏହାକୁ ଦୃଷ୍ଟିରେ ରଖି ଗତକାଲି ସନ୍ଧ୍ୟାରେ ଓ ରବିବାର ଜିଲ୍ଲାର ବିଭିନ୍ନ ସ୍ଥାନରେ ଲାଗିଥିଲା ଦଳୀୟ ଆଡଭାଟାଇଜମେଣ୍ଟ ହୁଡିଙ୍ଗ ହଟାଯାଇଛି । ଜିଲ୍ଲାର ୩ଟି ବ୍ଲକ୍ କଣ୍ଟାମାଳ ହରଭଙ୍ଗା ବୌଦ୍ଧ ବ୍ଲକ  ପରିଷର ଓ ମୁଖ୍ୟ ଛକ ବଜାରରେ ଲାଗିଥିଲା ସମସ୍ତ ହୁଡିଙ୍ଗ ହଟାଯାଇଛି ।  ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ବୌଦ୍ଧ ଜିଲ୍ଲାପାଳ ଜେ ସୋନାଲ । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ମୃତୟନ କରାଯିବ । ଜିଲ୍ଲା ପୁଲିସ ୫୪୦ଜଣ, ସିଆରପିଏଫର ୨ କମ୍ପାନୀ ସହ ଯବାନ ମୁତୟନ ରହିବେ । 

ଅନ୍ୟପଟେ ଜିଲ୍ଲାରେ ମାଓ ଗତିବିଧି ଥିବାରୁ ମାଓପ୍ରବଣ ବୁଥି ୬୮ଟି ଚିହ୍ନଟ କରାଯାଇଥିବା ବେଳେ କୌଣସି ଜରୁରୀ କାଳୀନ ସ୍ଥିତି ମୁକାବିଲା ପାଇଁ ୧୦ ଟି ଅସ୍ଥାୟୀ ହେଲିପେଡ୍ ନିର୍ମାଣ ହୋଇଛି । ସେପଟେ ୨୩ଟି ମୋବାଇଲ ଯୋଗାଯୋଗ ଅପହଞ୍ଚ ଇଲାକା ଗୁଡ଼ିକକୁ ମଧ୍ୟ ଚିହ୍ନଟ କରାଯାଇଛି  । ସେଠାରେ ଯୋଗାଯୋଗ ପାଇଁ ସେଟରଲାଇଟ ଫୋନ ଓ  ବିଏଚଏଫର ବ୍ୟବସ୍ଥା କରାଯାଇଛି । ନିର୍ବାଚନ ପାଇଁ ୧୦ ଟି ସୀମା ଚେକିଂଙ୍ଗ ପୋଷ୍ଟ ସହ ୬ଟି ଫ୍ଲାଇଂଙ୍ଗ ସ୍କ୍ୱାର୍ଡ ଗଠନ ହୋଇଛି । 

ଅନ୍ୟପଟେ ଟଙ୍କା କାରବାରକୁ ରୋକିବା ପାଇଁ ଜିଏସଟି ଓ ଆଇଟି ବିଭାଗ ମଧ୍ୟ ପ୍ରସ୍ତୁତ ରହିଛି ବୋଲି ଏସପି ରାଜ୍ ପ୍ରସାଦ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସାମ୍ୱାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟ ଭଞ୍ଜନ ମଦନ ମୋହନ ପାତ୍ର, ଜିଲ୍ଲା ପରିଷଦ କାର‌୍ୟ୍ୟ ନିର୍ବାହୀ ଅଧିକାରୀ ଅନିରୁଦ୍ଧ ପ୍ରଧାନ, ଉପ ଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଡେପୁଟି କଲେକ୍ଟର ଶ୍ୱାସତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.