ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର, ଆୟୁଷ୍ମାନ ଯୋଜନାରେ ହେବ ସମସ୍ତଙ୍କର ମାଗଣା ଚିକିତ୍ସା

ନୂଆଦିଲ୍ଲୀ,୨୭।୬: ଦେଶର ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର। ୭୦ ବର୍ଷରୁ ଅଧିକ ବୟସ୍କର ଲୋକଙ୍କୁ ଆୟୁଷ୍ମାନ ଯୋଜନା ଅନ୍ତର୍ଗତ ମିଳିବ ମାଗଣା ଚିକିତ୍ସା। ଏଭଳି ଏକ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ। ଗୁରୁବାର ୧୮ ତମ ଲୋକସଭା ଅଧିବେଶନକୁ ସମ୍ବୋଧିତ କରିବା ସମୟରେ ଏହି ବଡ ଘୋଷଣା କରିଛନ୍ତି ରାଷ୍ଟ୍ରପତି ମୁର୍ମ। 

ସଂସଦ ଭବନରୁ ରାଷ୍ଟ୍ରପତି କହିଛନ୍ତି, ନୂଆ ସରକାରରେ ଆମେ ୭୦ ବର୍ଷରୁ ଅଧିକ ବୟସର ସବୁ ବ୍ୟକ୍ତିଙ୍କୁ ଆୟୁଷ୍ମାନ ଯୋଜନାର ଲାଭ ଦେଉଛୁ। କେବଳ ସେତିକି ନୁହେଁ କୃଷକଙ୍କ ପ୍ରତି ମଧ୍ୟ ସରକାର ଲଗାତାର କାର୍ଯ୍ୟ ଜାରି ରଖିଛନ୍ତି। କୃଷକଙ୍କୁ ୨୦ ହଜାର କୋଟି ଟ୍ରାନ୍ସଫର କରାଯାଇଛି। ଏହାଦ୍ବାରା ଆମେ କୃଷକଙ୍କୁ ଅଧିକ ଆତ୍ମନିର୍ଭର କରିଛୁ।

ଉଲ୍ଲେଖନୀୟ ଯେ, ଲୋକସଭା ନିର୍ବାଚନ ସମୟରେ ନିର୍ବାଚନୀ ଇସ୍ତାହାରରେ ଏହେି ପ୍ରତିଶୃତି ଦେଇଥିଲା ବିଜେପି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ୭୦ ବର୍ଷରୁ ଅଧିକ ବୟସ୍କଙ୍କର ଆୟୁଷ୍ମାନ ଯୋଜନାରେ ମାଗଣା ଚକିତ୍ସା କରାଯିବ। ସେ କହିଥିଲେ, ମଧ୍ୟବିତ୍ତଙ୍କ ପାଇଁ ବୟସ୍କଙ୍କ ଚିକିତ୍ସା କରିବା ଏକ ବଡ଼ ଚିନ୍ତାର କଥା। ଏହାକୁ ଦୃଷ୍ଟିରେ ରଖି ବରିଷ୍ଠ ନାଗରିକଙ୍କୁ ଆମେ ଏହି ଯୋଚନା ଜରିଆରେ ଭଲ ଓ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବୁ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.