ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ପୁରୀ ବାଲୁଖଣ୍ଡରୁ ବିଲୁପ୍ତପ୍ରାୟ ବାଲିହରିଣ, ଶୋଭା ବଢ଼ାଇବେ କୃଷ୍ଣସାର ମୃଗ

ଭୁବନେଶ୍ୱର, ୧୯/୦୬ : ଦିନ ଥିଲା, କୃଷ୍ଣସାର ମୃଗ ପାଇଁ ପୁରୀ ବାଲୁଖଣ୍ଡ ପ୍ରସିଦ୍ଧି ଲାଭ କରିଥିଲା । ବାଲିହରିଣ ଭାବେ ପରିଚିତ ଏହି ପ୍ରଜାତି ସମୟକ୍ରମେ ବିଲୁପ୍ତ ହୋଇଯାଇଥିଲା । ପୁଣି ପୁରୀ ବାଲୁଖଣ୍ଡର ଶୋଭା ବଢ଼ାଇବେ ବାଲିହରିଣ । ନନ୍ଦନକାନନ ଓ ଭେଟନୋଇ ଅଞ୍ଚଳର ଏହି ବ୍ଲାକ୍‌ କୁଇନ୍‌ ଖୁବ୍‌ ଶୀଘ୍ର ପୁରୀ ବାଲୁଖଣ୍ଡରେ ଖେଳିବେ, ବୁଲିବେ । ଏନେଇ କେନ୍ଦ୍ର ସରକାର ଓ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ (ସିଜେଡ୍‌ଏ) ଅନୁମତି ଦେଇଛି । ପ୍ରଥମ ପର୍ଯ୍ୟାୟରେ ନନ୍ଦନକାନନ ଚିଡି଼ଆଖାନାରୁ ୮ଟି ହରିଣ ପୁରୀକୁ ପଠାଯାଇଛି । ପରେ ନନ୍ଦନକାନନରୁ ଆହୁରି ୧୭ ହରିଣଙ୍କୁ ବାଲୁଖଣ୍ଡରେ ଛଡ଼ାଯିବ । ଏହାଛଡ଼ା କୃଷ୍ଣସାର ମୃଗ ପାଇଁ ପ୍ରସିଦ୍ଧ ଗଞ୍ଜାମ ଭଞ୍ଜନଗର ଭେଟନୋଇ ଜଙ୍ଗଲରୁ ୬ଟି ହରିଣ ମଧ୍ୟ ଅଣାଯିବ । ଜୁଲାଇ ସୁଦ୍ଧା ମୋଟ ୩୧ଟି ହରିଣ ପୁରୀ ବାଲୁଖଣ୍ଡରେ ଛାଡି଼ବାକୁ ଯୋଜନା ରଖିଛି ବନ ବିଭାଗ । 

ପିସିସିଏଫ୍‌ (ବନ୍ୟଜନ୍ତୁ) ସୁଶାନ୍ତ ନନ୍ଦଙ୍କ ସୂଚନା ମୁତାବକ, ଆସନ୍ତାକାଲି ସୁଦ୍ଧା ଏସବୁ ହରିଣ ପୁରୀରେ ପହଞ୍ଚିଯିବେ । ସେମାନଙ୍କୁ ପ୍ରଥମେ କ୍ୱାରେଣ୍ଟାଇନ୍‌ରେ ରଖାଯିବ । ସ୍ୱାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ମ ନଜର ରଖିବେ ବନ ବିଭାଗ କର୍ମଚାରୀ । ପରେ ବାଲୁଖଣ୍ଡରେ ଥିବା ସ୍ୱତନ୍ତ୍ର ଏନକ୍ଲୋଜରରେ ସେମାନଙ୍କୁ ୧୫ ଦିନ ଧରି ରଖାଯିବ । ସେଠାକାର ପରିବେଶ ସହ ଖାପ ଖୁଆଉଛନ୍ତି କି ନାହିଁ । ତାହା ନିରନ୍ତର ନିରୀକ୍ଷଣ କରାଯିବ । ଏହାପରେ ସେମାନଙ୍କୁ ବାଲୁଖଣ୍ଡର ଘଞ୍ଚ ଜଙ୍ଗଲରେ ଛଡ଼ାଯିବ । ଏହାଛଡ଼ା ଚନ୍ଦକାଡମପଡ଼ା ଅଭୟାରଣ୍ୟରେ ଗୟଳ ଓ ସମ୍ବର ଛଡ଼ାଯିବାକୁ ଅନୁମତି ମିଳିଥିବା ଶ୍ରୀ ନନ୍ଦ କହିଛନ୍ତି । ପୁରୀ ବନଖଣ୍ଡ ଡିଏଫ୍‌ଓ ବିବେକ କୁମାର ବାଲିହରିଣର ରକ୍ଷଣାବେକ୍ଷଣ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ନାନା ବୈଠକରେ ବାଲୁଖଣ୍ଡ ଆଖପାଖ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି । ବାଲୁଖଣ୍ଡରେ ବାଲି ହରିଣଙ୍କ ବିସ୍ଥାପନ ନେଇ ସେମାନଙ୍କ ସହାୟତା ଲୋଡି଼ଛନ୍ତି । 

ଏହାଛଡ଼ା ସିସି କ୍ୟାମେରା ଯୋଗେ ବାଲି ହରିଣଙ୍କ ଗତିବିଧି ଉପରେ ୨୪ ଘଣ୍ଟିଆ ନଜର ରଖାଯିବ । ଶିକାରୀଙ୍କୁ ଖୋଜିବାରେ ମଧ୍ୟ କ୍ୟାମେରା ଫୁଟେଜ୍‌ ସହାୟକ ହେବ । ବନ କର୍ମଚାରୀମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଥାଉ କି, ପୁରୀ ବାଲୁଖଣ୍ଡରେ ଶହ ଶହ ସଂଖ୍ୟାରେ ବାଲି ହରିଣ ନିର୍ଭୟରେ ବିଚରଣ କରୁଥିଲେ । ସେମାନଙ୍କ ସୁରକ୍ଷା ପାଇଁ ୧୯୮୬ ମସିହାରେ ପୁରୀ ବାଲୁଖଣ୍ଡକୁ ଅଭୟାରଣ୍ୟ ଘୋଷଣା କରାଯାଇଥିଲା । ୧୯୯୯ ମସିହା ମହାବାତ୍ୟାରେ ବାଲି ହରିଣଙ୍କ ସଂଖ୍ୟା ଢ଼େର୍‌ କମିଥିଲା । ୨୦୧୪ ବେଳକୁ ଏହି ପ୍ରଜାତି ବାଲୁଖଣ୍ଡରୁ ବିଲୁପ୍ତ ହୋଇଯାଇଥିଲା । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.