ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଆମେରିକାର TIME ମାଗାଜିନରେ ଭାରତୀୟଙ୍କ ଦବଦବା, ସ୍ଥାନ ପାଇଲେ ୯ ଜଣ

ନୂଆଦିଲ୍ଲୀ, ୧୮/୧୧: ପ୍ରସିଦ୍ଧ ‘ଟାଇମ୍’ ମାଗାଜିନ୍ ଦୁନିଆର ସବୁଠୁ ଅଧିକ ୧୦୦ ପ୍ରଭାବଶାଳୀଙ୍କ ତାଲିକା ଜାରି କରିଛି । ଉକ୍ତ ତାଲିକାରେ ସ୍ଥାନ ପାଇଛନ୍ତି ଭାରତର ୯ ଜଣ । ଏଥିରେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବଙ୍ଗାଙ୍କ ଠାରୁ ନେଇ ଓଲା ଇଲେକ୍ଟ୍ରିକର ପ୍ରତିଷ୍ଠାତା ଭାବିଷ ଅଗ୍ରୱାଲଙ୍କୁ ସ୍ଥାନ ମିଳିଛି ।

ମାଗାଜିନରେ ପ୍ରକାଶିତ ଟାଇମ୍ ୧୦୦ କ୍ଲାଇମେଟ୍ ଲିଷ୍ଟରେ ଦୁନିଆ ବ୍ୟାପି ସିଇଓ, ପ୍ରତିଷ୍ଠାତା, ସଙ୍ଗୀତଜ୍ଞ, ସରକାରୀ ଅଧିକାରୀ ସାମିଲ୍ ଅଛନ୍ତି । ନଭେମ୍ବର ୩୦ରେ ୟୁଏଇରେ ହେବାକୁ ଥିବା ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ-୨୦୨୩ ପୂର୍ବରୁ ଏହି ତାଲିକା ଜାରି କରାଯାଇଛି ।

ଜ୍ୟୋତିଷଙ୍କ ଭବିଷ୍ୟବାଣୀ: ହିଟ୍‌ମ୍ୟାନ୍‌ଙ୍କ ରାଶିରେ ବିଶ୍ୱକପ୍‌ ଟ୍ରଫି, ଚ୍ୟାଲେଞ୍ଜ ଦେବ ଅଷ୍ଟ୍ରେଲିଆ

ଜଳବାୟୁ ପରିବର୍ତ୍ତନ ରୋକିବା ଦିଗରେ କାମ କରୁଥିବା ଦୁନିଆର ସବୁଠୁ ପ୍ରଭାବଶାଳୀ ଲୋକଙ୍କ ତାଲିକା ପ୍ରସ୍ତୁତ କରିଛି ଟାଇମ୍ ମାଗାଜିନ୍ । ଏଥିରେ ଶିଳ୍ପପତିଙ୍କୁ ମଧ୍ୟ ସ୍ଥାନ ମିଳିଛି । ତାଲିକାରେ ସ୍ଥାନ ପାଇଛନ୍ତି ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ । 

ତାଲିକାରେ ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ଅଜୟ ବଙ୍ଗା, ଓଲା ଇଲେକ୍ଟ୍ରିକର ପ୍ରତିଷ୍ଠାତା ଭବିଷ ଅଗ୍ରୱାଲ୍, ଦ ରକଫେଲରର ଅଧ୍ୟକ୍ଷ ରାଜୀବ ଜେ ଶାହ, ବୋଷ୍ଟନ ଏସେଟ୍ ମ୍ୟାନେଜମେଣ୍ଟର ପ୍ରତିଷ୍ଠାତା ଗୀତା ଆୟର, ଆମେରିକା ଉର୍ଜା ଋଣ କାର୍ଯ୍ୟକ୍ରମ ବିଭାଗ କାର୍ଯ୍ୟାଳୟ ନିର୍ଦ୍ଦେଶକ ଜିଗହ ଶାହ, ହସ୍କ ପାୱାର ସିଷ୍ଟମ୍ସର ସିଇଓ ଓ ସହ ସଂସ୍ଥାପକ ମନୋଜ ସିହ୍ନା, କ୍ୟାସର ପରମାନେଣ୍ଟର ପରିବେଶ ପ୍ରବନ୍ଧନର କାର୍ଯ୍ୟକାରୀ ନିର୍ଦ୍ଦେଶକ ସୀମା ବାଧବା ଓ ମହିନ୍ଦ୍ରା ଲାଇଫସ୍ପେଶର ପ୍ରବନ୍ଧ ନିର୍ଦ୍ଦେଶକ ତଥା ସିଇଓ ଅମିତ ସିହ୍ନା ରହିଛନ୍ତି ।

ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଠାରୁ ଲୁଟ୍, ୩ ଲକ୍ଷ ୭୦ ହଜାର ଟଙ୍କା ସହ ସୁନା ମୁଦି ଓ ଗାଡି ଲୁଟିନେଲେ ଦୁର୍ବୃତ୍ତ

ଆମେରିକାର ଟାଇମ୍ ମାଗାଜିନ୍ ୧୦୦ ବର୍ଷରୁ ଅଧିକ ପୁରୁଣା । ଏହାର ପ୍ରଥମ କପି ୧୯୨୩ ମାର୍ଚ୍ଚ ୩ରେ ପ୍ରକାଶିତ ହୋଇଥିଲା । ଏହାର ଆରମ୍ଭ ବ୍ରିଟେନ୍ ହେଡନ୍ ଓ ହେନରି ଲୁସ୍ କରିଥିଲେ । ଟାଇମକୁ ଦୁନିଆର ସବୁଠୁ ପ୍ରତିଷ୍ଠିତ ମାଗାଜିନ୍ କୁହାଯାଏ । ୨୦୧୮ରେ ସେଲ୍ସଫୋର୍ସର ପ୍ରତିଷ୍ଠାତା ମାର୍କ ବେନିୟାଫ୍ ଟାଇମ୍ ମାଗାଜିନକୁ ୧୯ କୋଟି ଡଲାରରେ କିଣି ନେଇଥିଲେ ।

Copyright © 2022 - Summa Real Media Private Limited. All Rights Reserved.