ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବୋର୍ଡ ୱେବ୍‌ସାଇଟ୍‌ରେ ନବମ, ଦଶମ ସିଲାବସ୍‌

କଟକ,୧୩/୦୪: ପୂର୍ବ ବର୍ଷର ନବମ ଏବଂ ଦଶମ ଶ୍ରେଣୀ ପାଠ୍ୟକ୍ରମ ବା ସିଲାବସ୍‌ ଚଳିତ ଶିକ୍ଷା ବର୍ଷରେ ମଧ୍ୟ ବଜାୟ ରହିଛି । ଏଥିରେ କୌଣସି  ପରିବର୍ତ୍ତନ କରାଯାଇନାହିଁ । ନବମ ଏବଂ ଦଶମରେ  ୬ଟି ଯାକ ବିଷୟର ପାଠ୍ୟପୁସ୍ତକରେ ଥିବା ସମସ୍ତ  ଅଧ୍ୟାୟ ପଢ଼ି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ ବୋଲି  ବୋର୍ଡ ପକ୍ଷରୁ କୁହାଯାଇଛି । ଶ୍ରେଣୀ ପାଠପଢ଼ାରେ କେଉଁ  ଅଧ୍ୟାୟ ଶିକ୍ଷାଦାନ କେବେ ସୁଦ୍ଧା ଶେଷ କରାଯାଇ ପରୀକ୍ଷା  କରାଯିବ ସେ ସମ୍ପର୍କରେ ବୋର୍ଡ ପକ୍ଷରୁ ସିଲାବସ୍‌ ଓ  ସମସ୍ତ ବିବରଣୀ ବୋର୍ଡ ୱେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରାଯାଇଛି । ଏନେଇ ବୋର୍ଡ କର୍ତ୍ତୃପକ୍ଷ ପ୍ରଧାନ ଶିକ୍ଷକ  ଏବଂ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଅବଗତ କରିଛନ୍ତି । ପ୍ରତି  ୩ ମାସ ଅନ୍ତରରେ ଗୋଟିଏ କରି ବିଦ୍ୟାଳୟ କର୍ତ୍ତୃପକ୍ଷ ମୋଟ ୪ଟି ଫର୍ମେଟିଭ୍‌ ଆସେସ୍‌ମେଣ୍ଟ ପରୀକ୍ଷା କରି ମୂଲ୍ୟାୟନ କରାଇବେ। ବିଦ୍ୟାଳୟ କର୍ତ୍ତୃପକ୍ଷ ନବମ ଏବଂ  ଦଶମ ଷାଣ୍ମାସିକ ପରୀକ୍ଷା ବିଦ୍ୟାଳୟ ସ୍ତରରେ କରାଇବେ  ବୋଲି ପୂର୍ବ ଭଳି ବ୍ୟବସ୍ଥା ରହିଛି । 

ବିଦ୍ୟାଳୟ କର୍ତ୍ତୃପକ୍ଷ  ନବମ ବାର୍ଷିକ ପରୀକ୍ଷା ପରିଚାଳନା ଏବଂ ମୂଲ୍ୟାୟନ  କଲେ ମଧ୍ୟ ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ ।  ଦଶମ ଶ୍ରେଣୀରେ ବା ମାଟ୍ରିକ୍‌ ପରୀକ୍ଷାର୍ଥୀମାନେ ଗତ  ଶିକ୍ଷାବର୍ଷ ପରି ଏଥର ମଧ୍ୟ ୫୦ ନମ୍ବର ସବଜେକ୍ଟିଭ୍‌  ଏବଂ ୫୦ ନମ୍ବର ଅବଜେକ୍ଟିଭ୍‌ ପ୍ରଶ୍ନ, ଏମିତି ମୋଟ  ୧୦୦ ନମ୍ବରର ପରୀକ୍ଷା ଦେବାର ବ୍ୟବସ୍ଥା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.