ବ୍ରହ୍ମପୁର, ୨୪।୦୨ : ପୋଖରୀରେ ବୁଡ଼ି ୫୭ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ। ଗଞ୍ଜାମ ଜିଲ୍ଲା ଆସିକା କୋଟିନଡ଼ା ଥାନା ବେଣିଆ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ପୀତାମ୍ଵର ସାହୁ।
ସୂଚନାନୁଯାୟୀ, କୋଟିନଡ଼ା ଥାନା ବେଣିଆ ଗାଁର ପୀତାମ୍ବର ସୁନାରି ଶନିବାର ସକାଳେ ବନ୍ଧ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ସୁନାରି ବନ୍ଧ ପୋଖରୀରେ ବୃଦ୍ଧ ଜଣଙ୍କ ପଡିଥିବାର ସ୍ଥାନୀୟ ଲୋକେ ଦେଖି ଖବର ଦେଇଥିଲେ । କୋଟିନଡ଼ା ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ନିମନ୍ତେ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି। କୋଟିନଡ଼ା ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।