ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୁଁ ବହୁତ ଓପନ ମାଇଣ୍ଡେଡ୍‌ , ପତ୍ନୀଙ୍କୁ କେବେ କାମରେ ରୋକି ନାହିଁ : ବବି ଦେଓଲ

ମୁମ୍ୱାଇ : ବବି ଦେଓଲ ଏହି ସମୟରେ ଫିଲ୍ମ ‘ଆନିମଲ’କୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମରେ ବବିଙ୍କ କାମକୁ ଖୁବ୍‌ ପ୍ରଶଂସା କରାଯାଉଛି ଏବଂ ସେ ଏହି ସମୟରେ ଆନିମଲର ଜୋରସୋରରେ ପ୍ରମୋସନ କରୁଛନ୍ତି। ଏବେ ଏହି ମଧ୍ୟରେ ବବି ନିଜ ପର୍ସନାଲ ଲାଇଫ୍‌ ବିଷୟରେ ଖୁଲାସା କରିଛନ୍ତି। କହିଛନ୍ତି ,ସେ ଖୁବ୍‌ ଓପନ ମାଇଣ୍ଡେଡ୍ ଏବଂ ନିଜ ପିତା ଧର୍ମେନ୍ଦ୍ରଙ୍କ ଭଳି ନୁହଁନ୍ତି। ଏହା ବ୍ୟତୀତ ବବି ପୁଅ ସହ ନିଜର ବଣ୍ଡିଂକୁ ନେଇ ମଧ୍ୟ କହିଛନ୍ତି। 

ଧର୍ମେନ୍ଦ୍ରଙ୍କ ସହ ସଂପର୍କ –

ଜୁମ୍‌ ସହ କଥା ହୋଇ ବବି କହିଛନ୍ତି, ଯେବେ ମୁଁ ବଡ଼ ହେଉଥିଲି , ଜିନିଷ କିଛି ଭିନ୍ନ ଥିଲା। ଆପଣଙ୍କୁ ନିଜ ପିତାମାତାଙ୍କର ସମ୍ମାନ କରିବାକୁ ହୋଇଥାଏ । ଏହା ବ୍ୟତୀତ ଆପଣ କିଛି କରି ପାରିବେ ନାହିଁ। ମାଆଙ୍କ ସହ ଆପଣ ପୁଣି ଝଗଡ଼ା କରି ପାରିବେ , ମଜା କରି ପାରିବେ। କିନ୍ତୁ ପିତାଙ୍କ ସହ ରାଗରୁଷା ଲାଗି ରହିଥାଏ। 


ମୁଁ ବହୁତ ଓପନ ମାଇଣ୍ଡେଡ୍‌ – 

ବବି ପୁଣି କହିଛନ୍ତି , ମୁଁ ଦେଖିଛି ଏମିତି ମୋର କି, ମୋ ପିତାଙ୍କ ମଧ୍ୟରେ ନାହିଁ। ଏଥିରେ ମୋ ବାପାଙ୍କ ଭୁଲ୍‌ ନୁହେଁ , କାରଣ ସେ ମଧ୍ୟ ସେମିତି ମାହୋଲରେ ବଢିଛନ୍ତି। ହେଲେ , ମୁଁ ବହୁତ ଓପନ ମାଇଣ୍ଡେଡ୍‌। ମୁଁ କେବେ ବି ନିଜ ପତ୍ନୀଙ୍କୁ କାମ କରିବାରେ ରୋକି ନାହିଁ। ମୁଁ ଆଜି ଯାହା ମଧ୍ୟ ହୋଇଛି ନିଜ ପତ୍ନୀଙ୍କ ଯୋଗୁଁ ହୋଇଛି। ମୁଁ ବହୁତ ଭାଗ୍ୟବାନ।

କହି ରଖୁଛୁ କି, ଗତ କିଛି ଦିନରେ ବବିଙ୍କ ସହ ପ୍ରମୋସନାଲ ଇଭେଣ୍ଟରେ ତାଙ୍କର ବଡ଼ ପୁଅ ଆର୍ଯ୍ୟମାନ ମଧ୍ୟ ନଜର ଆସିଥାନ୍ତି। ନିକଟରେ ହିନ୍ଦୁସ୍ତାନ ଟାଇମ୍ସ ସହ କଥା ହୋଇ ବବି କହିଥିଲେ , ମୋ ପିଲା ସ୍ପେଶାଲ ନୁହଁନ୍ତି। ସେ ନର୍ମାଲ, ଯଦିଓ ସେ ମୋର ପିଲା, କିନ୍ତୁ ତାଙ୍କୁ ଗ୍ଲାମରର ଦୁନିଆରେ ଅଧିକ ରଖିନାହିଁ , କାହିଁକି ନା ଏହି ଜିନିଷ ଆପଣଙ୍କ ଠାରୁ ବହୁତ କିଛି ଜିନିଷ ନେଇ ଯାଇଥାଏ। ବାସ୍‌ ଏମିତି ହିଁ ଆମେ। ଆମକୁ ଏମିତି ପାଳନ କରାଯାଇଛି। ଏହାସହ ମୋ ପିଲା ଖୁବ୍‌ ଲାଜୁଆ ସ୍ୱଭାବର ଏବଂ ସେମାନେ ଫଟୋ କ୍ଲିକ୍‌ କରିବା ପସନ୍ଦ କରନ୍ତି ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.