ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏସିଆ କପ୍‌ରୁ ଆଫଗାନିସ୍ତାନ ଆଉଟ୍‌, ସୁପର-୪ରେ ବାଂଲାଦେଶ

ଲାହୋର, ୦୫/୦୯: ଆଫଗାନିସ୍ତାନକୁ ହରାଇଲା ଶ୍ରୀଲଙ୍କା ।  ରୋମାଞ୍ଚକର ମୁକାବିଲାରେ ଶ୍ରୀଲଙ୍କା ଆଫଗାନିସ୍ତାନକୁ ୨ ରନରେ ପରାସ୍ତ କରିଛି । ସୁପର-୪ରେ ପ୍ରବେଶ ପାଇଁ  ଚେଷ୍ଟା କରିଥିବା ଆଫଗାନିସ୍ତାନକୁ ପରାଜୟବରଣ କରିବାକୁ ପଡ଼ିଛି । ଏହା ସହ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି ଆଫଗାନିସ୍ତାନ । ଆଫଗାନିସ୍ତାନ ହାରିଯିବାରୁ ବାଂଲାଦେଶ ଏସିଆ କପରେ ଚତୁର୍ଥ ଦଳ ଭାବେ ସୁପର-୪ରେ ପ୍ରବେଶ କରିଛି। 

ଶ୍ରୀଲଙ୍କାରୁ ପାକିସ୍ତାନ ଭେନ୍ୟୁକୁ ପରିବର୍ତ୍ତନ ହେବନି ଏସିଆ କପ୍ ମ୍ୟାଚ୍, ସ୍ପଷ୍ଟ କଲେ ଜୟ ଶାହ

ଏଥିସହ ଟୁର୍ଣ୍ଣାମେଣ୍ଟର ଲିଗ୍ ପର୍ଯ୍ୟାୟ ଶେଷ ହୋଇଛି । ଶ୍ରୀଲଙ୍କା ୨୯୨ ରନର ବିଜୟ ଲକ୍ଷ୍ୟ ଦେଇଥିଲା ପାକିସ୍ତାନକୁ । ଯଦି ଏହି ଲକ୍ଷ୍ୟ ଆଫଗାନିସ୍ତାନ ୩୭.୧ ଓଭରରେ ପିଛା କରିବାରେ ସଫଳ ହୋଇଥାନ୍ତା ତେବେ ଦଳ ଭଲ ନେଟ୍ ରନ ରେଟ୍ ସହ ସୁପର-୪ରେ ପ୍ରବେଶ କରିପାରିଥାନ୍ତା । ସୁପର-୪ ତ ଦୂରର କଥା  ଜିତିବାର ଦ୍ଵାର ଦେଶରେ ଥାଇ ଶେଷରେ ପରାଜୟବରଣ କରିଛି ଆଫଗାନିସ୍ତାନ ।  

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଶ୍ରୀଲଙ୍କା ।  କୁଶଲ ମେଣ୍ଡିସଙ୍କ ୯୨ ରନ, ପଥୁନ ନିଶଙ୍କାଙ୍କ ୪୧ ଓ ଅନ୍ୟ ବ୍ୟାଟରଙ୍କ ସୁନ୍ଦର ଇନିଂସ ବଳରେ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୨୯୧ ରନ କରିଥିଲା ଶ୍ରୀଲଙ୍କା । ଜବାବରେ ଆଫଗାନିସ୍ତାନ ଲଢୁଆ ପ୍ରଦର୍ଶନ କରିଥିଲା । ମହମ୍ମଦ ନବି(୬୫ ରନ), ହସମୁତଲ୍ଲା ସାହିଦି(୫୯) ଏବଂ ରମହତ ଶାହ(୪୫)ଙ୍କ ଲଢୁଆ ଇନିଂସ ସତ୍ତ୍ବେ ୩୭.୪ ଓଭରରେ ୨୮୯ ରନରେ ଅଲଆଉଟ୍ ହୋଇଛି ଆଫଗାନିସ୍ତାନ । ଏହି ମ୍ୟାଚ୍ ପରେ ଏସିଆ କପର ସୁପର-୪ରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ ପହଞ୍ଚିଛନ୍ତି ।

You can also read: ୨୦୨୩ ଦିନିକିଆ ବିଶ୍ବକପ୍‌ ପାଇଁ ଘୋଷଣା ହେଲା ଟିମ୍‌ ଇଣ୍ଡିଆ; ଜାଣନ୍ତୁ କାହାକୁ ମିଳିଛି ସୁଯୋଗ

  • Afghanistan vs Sri Lanka
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.