ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ଏସିଆ କପରେ ପରାଜୟ ପରେ ପ୍ରଶଂସକଙ୍କୁ କ୍ଷମା ମାଗିଲେ ଶ୍ରୀଲଙ୍କା ଅଧିନାୟକ, କହିଲେ ‘ବାଦଲ ପାଇଁ ବଦଳିଗଲା’

କଲମ୍ବୋ, ୧୮/୦୯: ଭାରତ ଏସିଆ କପ୍-୨୦୨୩ର ବିଜେତା ହୋଇଛି । ରବିବାର କଲମ୍ବୋରେ ଖେଳା ଯାଇଥିବା ମ୍ୟାଚରେ ଶ୍ରୀଲଙ୍କାକୁ ୧୦ ୱିକେଟରେ ହରାଇଛି ଭାରତ । ଭାରତୀୟ ଦଳ ଅଷ୍ଟମଥର ଲାଗି ଏସିଆ କପ୍ ଚାମ୍ପିଅନ୍ ହୋଇଛି । ସପ୍ତମ ଥର ପାଇଁ ଶ୍ରୀଲଙ୍କା ଟ୍ରଫି ଜିତିବାର ଆଶା ରଖିଥିବା ବେଳେ ସ୍ୱପ୍ନ ଭାଙ୍ଗି ଯାଇଛି ।

ଫାଇନାଲ୍ ମୁକାବିଲାରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଯେଭଳି ଖେଳିଲେ ସେଥିରେ ଖୋଦ୍ ଶ୍ରୀଲଙ୍କା ଅଧିନାୟକ ଦାସୁନ ଶନାକା ବେଶ୍ ନିରାଶ ହୋଇ ପଡ଼ିଛନ୍ତି । ହାରିବା ପରେ ପ୍ରଶଂସକଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ଶନାକା । ଶ୍ରୀଲଙ୍କା ଅଧିନାୟକଙ୍କ ଅନୁସାରେ, ବ୍ୟାଟିଂ ପାଇଁ ପିଚ୍ ଅନୁକୂଳ ରହିଥିଲା । କିନ୍ତୁ ଓଭରଫାଷ୍ଟ କଣ୍ଡିସନ୍ ପାଇଁ ସବୁକିଛି ବଦଳି ଗଲା ।

ଏସିଆ କପ୍‌: କଲମ୍ବୋ ଗ୍ରାଉଣ୍ଡ ଷ୍ଟାଫଙ୍କୁ ‘ପ୍ରାଇଜ୍‌ ମନି’ ଦାନ କଲେ ମହମ୍ମଦ ସିରାଜ

ମ୍ୟାଚ୍ ପରେ ଶନାକା କହିଛନ୍ତି, ସିରାଜ ଭଲ ବୋଲିଂ କରିଛନ୍ତି । ମୁଁ ଭାବିଥିଲି ଏହା ବ୍ୟାଟ୍ସମ୍ୟାନଙ୍କ ଲାଗି ଭଲ ପିଚ୍ ହେବ । କିନ୍ତୁ ବାଦଲ ଢାଙ୍କି ହୋଇ ରହିବା ଯୋଗୁ ସବୁକିଛି ବଦଳି ଗଲା । ଆମେ ଆଉ ଟିକିଏ ସଜାଡ଼ି ହୋଇ ପାରିଥାନ୍ତୁ । ବ୍ୟାଟ୍ସମ୍ୟାନଙ୍କୁ ଆକ୍ରାମଣାତ୍ମକ ସଟ୍ ଖେଳିବା ଲାଗି ସାହାଯ୍ୟ କରି ପାରିଥାନ୍ତୁ । 

ଶ୍ରୀଲଙ୍କା ଟିମର ପ୍ରଶଂସକଙ୍କୁ କ୍ଷମ ମାଗି ଶନାକା କହିଛନ୍ତି, ଆମେ ଜାଣିଛୁ କଠିନ ପରିସ୍ଥିତିରୁ କିଭଳି ଉଠିବାକୁ ହେବ । ଆମେ ଭଲ ଟିମକୁ ପରାସ୍ତ କରି ଫାଇନାଲରେ ପହଞ୍ଚି ଥିଲୁ । ଯାହାକି ବଡ଼ ପ୍ଲସ ପଏଣ୍ଟ ଅଟେ । ଆମ ଖେଳାଳି ବିଗତ କିଛିବର୍ଷ ହେଲା ଭଲ ଖେଳୁଛନ୍ତି । ବହୁତ ସଂଖ୍ୟାରେ ମ୍ୟାଚ୍ ଦେଖିବାକୁ ଆସିଥିବାରୁ ଧନ୍ୟବାଦ । ଆମେ ଆପଣମାନଙ୍କୁ ନିରାଶ କରିଥିବାରୁ ଦୁଃଖିତ, ଜିତିବା ଲାଗି ଭାରତକୁ ଶୁଭେଚ୍ଛା ।

ଏସିଆ କପ୍‌ ୨୦୨୩ର ଚାମ୍ପିୟନ ହେଲା ଭାରତ; ୮ଥର ଜିତିଲା ଟାଇଟଲ୍‌

ସେପଟେ ଏସିଆ କପ୍ ଟ୍ରଫ୍ ଅକ୍ତିଆର କରିବା ପରେ ରୋହିତ କହିଛନ୍ତି, ଆମେ ଟୁର୍ଣ୍ଣାମେଣ୍ଟରେ ଯାହା ବି କରିଛୁ ଏକ ଦଳ ଭାବେ । ଭାରତ ଏବେ ହେବାକୁ ଥିବା ସିରିଜ୍ ଓ ବିଶ୍ୱକପ୍ ଅପେକ୍ଷାରେ ରହିଛି । ଫାଇନାଲର ପ୍ରଦର୍ଶନ ଉତ୍ସାହଜନକ ରହିଛି । ସିରାଜଙ୍କୁ ଶ୍ରେୟ ଦିଆଯିବା ଉଚିତ୍ । 

india vs sri lanka
ASIA CUP

Copyright © 2022 - Summa Real Media Private Limited. All Rights Reserved.