ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

ଏସିଆ କପ୍‌-୨୦୨୩: ନେପାଳ ବ୍ୟାଟରଙ୍କ କମାଲ, ଟିମ୍‌ ଇଣ୍ଡିଆ ଆଗରେ ୨୩୧ ରନ୍‌ର ବିଜୟ ଲକ୍ଷ୍ୟ

Image Courtesy: ABP

ପାଲେକେଲେ, ୦୪/୦୯: ଭାରତୀୟ କ୍ରିକେଟ ଟିମ୍‌ର ପ୍ରଥମ ମୁକାବିଲା ବର୍ଷା ପାଇଁ ରଦ୍ଦ ହୋଇଥିଲା । ହେଲେ ଆଜି ନେପାଳ ବିପକ୍ଷ ମ୍ୟାଚ୍‌ ରୋମାଞ୍ଚକର ମୋଡ ନେବାରେ ଲାଗିଛି । ଏସିଆକପ୍‌-୨୦୨୩ ଶ୍ରୀଲଙ୍କାର ପାଲେକେଲେରେ ଖଳାଯାଉଛି । ଟସ୍‌ ଜିତି ଟିମ୍‌ ଇଣ୍ଡିଆ ଫିଲ୍ଡିଂ ପାଇଁ ନିଷ୍ପତ୍ତି ନେଇଥିଲା । ସେପଟେ ନେପାଳ ପାଇଁ ଆଜି ଐତିହାସକ ଦିନ । କାରଣ ନେପାଳ ଟିମ୍‌ ଭାରତୀୟ ଟିମ୍‌ ସହ ପ୍ରଥମ ମ୍ୟାଚ୍‌ ଖେଳୁଛି । କିନ୍ତୁ ଭାରତୀୟ ଟିମ୍‌ ପାଇଁ ଏହା ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ । ଯଦି ଟିମ୍‌ ଇଣ୍ଡିଆ ଆଜିର ମ୍ୟାଚ୍‌ ହାରିଯାଏ ତେବେ ତା’ ପାଇଁ ସୁପର-୪ର ଦ୍ବାର ବନ୍ଦ ହୋଇଯିବ । 

ନେପାଳ ଟିମ୍‌ ପ୍ରଥମେ ବ୍ୟାଟିଂ କରି ୨୩୦ ରନ୍‌ କରିବାରେ ସକ୍ଷମ ହୋଇଛି।  ୪୮ ଓଭର ୨ ଟା ବଲରେ ଅଲଆଉଟ ହୋଇଛି ଟିମ୍‌ ନେପାଳ । ଓ୍ବିକେଟ କିପର ଆସିଫ୍‌ ଶେଖ ସର୍ବାଧିକ ୫୮ ରନ୍‌ କରିଛନ୍ତି । ତାଙ୍କ ପରେ ସୋମପାଲ କାମି ୪୮, କୁଶାଲ ଭୁର୍ତ୍ତେଲ ୩୮, ଦିପେନ୍ଦ୍ର ସିଂହ ୨୯ ଏବଂ ଗୁଲଶନ ଝା ୨୩ ରନ୍‌ କରିଛନ୍ତି । 

ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ଗୌତମ ଗମ୍ଭୀରଙ୍କ ବୋଲ୍ଡ ବୟାନ, ବନ୍ଧୁତା ପଡିଆ ବାହାରେ ଦେଖାଅ...

ସେପଟେ ମହମ୍ମଦ ଶିରାଜ ଏବଂ ରବିନ୍ଦ୍ର ଜାଡେଜା ୩ଟି ଲେଖାଏଁ ଓ୍ବିକେଟ ନେବାରେ ସଫଳ ହୋଇଛନ୍ତି । ସେହିଭଳି ମହମ୍ମଦ ଶାମି, ହାର୍ଦ୍ଦିକ ପାଣ୍ଡ୍ୟା, ଶାର୍ଦ୍ଦୁଳ ଠାକୁର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି । ତେବେ ୨୩୧ ରନ୍‌ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ । ନେପାଳ ବିପକ୍ଷରେ ଭାରତୀୟ ଟିମ୍‌ ହାରିବାର ସମ୍ଭାବନା ବହୁତ କମ୍‌ ଥିବା କୁହାଯାଉଛି । ହେଲେ ଖେଳ କେଉଁ ମୋଡ ନେବ ତାକୁ ନେଇ ଖେଳପ୍ରେମୀଙ୍କ ଗହଣରେ ଉତ୍ସାହ ଭରିରହିଛି ।

You can also read: ଫର୍ମୁଲା ୱାନରେ ଭର୍ଷ୍ଟାପେନଙ୍କ ନୂଆ ରେକର୍ଡ, ସିଜନରେ କ୍ରମାନ୍ୱୟରେ ୧୦ଟି ରେସ ଜିତିବାରେ ପ୍ରଥମ ଚାଳକ

Asia Cup record
Asia cup 2023
ASIA CUP

Copyright © 2022 - Summa Real Media Private Limited. All Rights Reserved.