ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନଭେମ୍ବର ୯ ରାଶିଫଳ: ଆର୍ଥିକ ସ୍ଥିତିରେ ସୁଧାର ଆସିବ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ: ଷଷ୍ଠଚନ୍ଦ୍ର, ଏକାଦଶୀତିଥି ଏବଂ ଗୁରୁବାର ଯୋଗୁ ଧନ, ସମ୍ପଦ, ପ୍ରାଚୁର୍ଯ୍ୟ, ଯଶ, ସମ୍ମାନ, ଏବଂ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ପରୋପକାର, ସମାଜସେବା ଏବଂ ଧାର୍ମିକକର୍ମରେ ଅଧିକ ଆଗ୍ରହ ରହିବ । ରୋଗ, ଋଣ ଓ ଶତ୍ରୁ-ଏଥିରୁ ସାମୟିକ ମୁକ୍ତି ମିଳିବ ଏବଂ ସମସ୍ତଙ୍କର ସ୍ନେହ, ଶ୍ରଦ୍ଧାପ୍ରାପ୍ତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ମିଳିବ । ଯେଉଁମାନଙ୍କର ଦ୍ୱିଜାମେଷ, ସେମାନେ ଉପକୃତ ହେବେ ।ଶୁଭରଙ୍ଗ: ହଳଦିଆ, ସଂଖ୍ୟା : ୧୧, ଆରାଧନା : ମା’ ବଗଳମୁଖୀ ।

ବୃଷ : ଘାତଚନ୍ଦ୍ର ଯୋଗୁ, ମାନ, ସମ୍ମାନ ହାନି ଏବଂ ଇତର ଜନଠାରୁ ଅପମାନ ପାଇବେ । ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ ଏବଂ ସନ୍ତାନମାନେ ବିଶୃଙ୍ଖଳିତ ହେବେ । ପୈତୃକ ସମ୍ପତ୍ତିକୁ ନେଇ ବିବାଦ କିମ୍ବା ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇ ପାରେ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗିରହିବଏବଂ ଆର୍ଥିକସ୍ଥିତି ପ୍ରଭାବିତ ହେବ । କର୍ମରେ ବିଫଳତା ଓ ସହକର୍ମୀଙ୍କ ଉପହାସର ପାତ୍ର ହେବେ । ଯେଉଁମାନଙ୍କର କୃତ୍ତିକାବୃଷ ଓ ଯାହାରପ୍ରଥମ ନାମାକ୍ଷର ଇ, ଉ, ଏ, ସେମାନେ ସତର୍କହେବେ ।ଶୁଭରଙ୍ଗ: ନୀଳ, ସଂଖ୍ୟା: ୧୨, ଆରାଧନା: ମା’ ଗାୟତ୍ରୀ ।

ମିଥୁନ : ଚତୁର୍ଥ ଚନ୍ଦ୍ରଯୋଗୁ ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂରାଜନୈତିକ ବ୍ୟକ୍ତିଙ୍କ ଶୁଭଦୃଷ୍ଟିରେ ରହିବେ । ନୂତନ ଭୂମିପୂଜା, ଗୃହପ୍ରତିଷ୍ଠା ଏବଂ ଗୃହାରମ୍ଭ ଆଦିଶୁଭକର୍ମ କରିପାରନ୍ତି କିମ୍ବା କୌଣସି ଶୁଭକର୍ମରେ ଯୋଗ ଦେଇପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ଉଚ୍ଚ ପଦବୀ ପ୍ରାପ୍ତ ହେବ । ଯେଉଁମାନଙ୍କର ମୃଗଶିରା ଓ ପୁନର୍ବସୁ ମିଥୁନ, ସେମାନେ ସୁଫଳ ପାଇବେ ।ଶୁଭରଙ୍ଗ: ସବୁଜ, ସଂଖ୍ୟା: ୪, ଆରାଧନା: ମା’ ଷୋଡ଼ଶୀ ।

କର୍କଟ : ଗୁରୁବାର, ଏକାଦଶୀତିଥି ଏବଂ ରବିଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ପୂର୍ବରୁ ହୋଇଥିବା କ୍ଷତିର ଭରଣା କିଛିମାତ୍ରାରେ କରିବାରେ ସମର୍ଥ ହେବେ । ମନରେ ଉତ୍ସାହ, ଉଦ୍ଦୀପନା, ପରିବାରରେ ସୁଖଶାନ୍ତି ଏବଂ ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ  । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଉତ୍ତମ ହେବ ଏବଂ ଆର୍ଥିକସ୍ଥିତିରେ ସୁଧାର ଆସିବ  । କର୍ମରେ ସଫଳତା ଓ ସମସ୍ତକର୍ମରେ ଉନ୍ନତି ଦେଖାଦେବ । ଯେଉଁମାନଙ୍କର ପୁନର୍ବସୁ ଓ ଅଶ୍ଳେଷା କର୍କଟ, ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଧଳା, ସଂଖ୍ୟା: ୧, ଆରାଧନା: ମା’ ଭୁବନେଶ୍ୱରୀ ।

ସିଂହ : କୃଷ୍ଣପକ୍ଷର ଦ୍ୱିତୀୟଚନ୍ଦ୍ର ଯୋଗୁ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମତାନ୍ତର, ମୂଲ୍ୟବାନ ପଦାର୍ଥ ନଷ୍ଟ ଏବଂ ଧନକୁ ନେଇ ବିବାଦ ଏବଂ ମାଲିମକଦ୍ଦମାରେ ପଡ଼ିପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ ଆର୍ଥିକସ୍ଥିତି ଦୋହଲିଯିବ । କର୍ମରେ ବିଫଳତା ଏବଂ କର୍ମପ୍ରତି ଆଳସ୍ୟତା ଓ ଅବହେଳା ଭାବପ୍ରକାଶ ପାଇବ । ଯେଉଁମାନଙ୍କର ମଘା ଓ ଉତ୍ତରା ଫାଲଗୁନୀସିଂହ  ଓ ଯାହାର ପ୍ରଥମ ନାମାକ୍ଷର ମା, ମି, ମୁ, ମେ, ଟେ, ସେମାନେ ସତର୍କ ହେବେ । ଶୁଭରଙ୍ଗ: ଗୋଲାପୀ, ସଂଖ୍ୟା: ୩, ଆରାଧନା : ମା’ ମାଣିକେଶ୍ୱରୀ ।

କନ୍ୟା: ଶ୍ରୀଚନ୍ଦ୍ର, ରବିଙ୍କ ନକ୍ଷତ୍ର ଯୋଗୁ ସ୍ୱଜନ, ପରିଜନ, ବନ୍ଧୁ ଓ ପଡ଼ୋଶୀଙ୍କ ସହ ସମ୍ପର୍କ ମଧୁର ହେବ ଏବଂ ପରେ ସହାୟତା ପ୍ରାପ୍ତ ହେବ । ନୂତନ ଭୂମିପୂଜା, ଗୃହପ୍ରତିଷ୍ଠା ଆଦି ଶୁଭକର୍ମର ଆୟୋଜନ କରିପାରନ୍ତି କିମ୍ବା କୌଣସି ଶୁଭକର୍ମରେ ଯୋଗ ଦେଇପାରନ୍ତି । ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଏବଂ ଦେହ ମନ ସୁସ୍ଥରହିବ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଉତ୍ତମ ହେବ ଏବଂ କର୍ମରେ ଶିଖର ଛୁଇଁବ । ଯେଉଁମାନଙ୍କର ହସ୍ତା ଓ ଚିତ୍ରାକନ୍ୟା, ସେମାନେ ଉପକୃତ ହେବେ ।ଶୁଭରଙ୍ଗ: ଚକୋଲେଟ୍‌ ସଂଖ୍ୟା: ୧୨, ଆରାଧନା: ମା’ ଛିନ୍ନମସ୍ତା ।

ତୁଳା: ଦ୍ୱାଦଶଚନ୍ଦ୍ରଯୋଗୁ ଆୟରମାର୍ଗ ଅତିଉତ୍ତମ ରହିବ ଏବଂ ବ୍ୟୟର ମାର୍ଗ ନ୍ୟୂନ ରହିବ । ମନରୁ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହ ଭାବ ଲୋପ ପାଇବ ଏବଂ ସମସ୍ତକର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟତୁଳନାରେ ବ୍ୟୟବହୁତ କମ୍‌ ରହିବ ଏବଂ କର୍ମରେ ସଫଳତା ଓ ସମସ୍ତ ଅଟକିଥିବା କର୍ମ ସଫଳତାର ସହ ସମ୍ପାଦନ କରିବେ । ଯେଉଁମାନଙ୍କର ଚିତ୍ରା ଓ ବିଶାଖାତୁଳା, ସେମାନେ ସୁଫଳପାଇବେ । ଶୁଭରଙ୍ଗ: ସିଲ୍‌ଭର, ସଂଖ୍ୟା : ୪, ଆରାଧନା : ମା’ କମଳା ।

ବିଛା : ଏକାଦଶଚନ୍ଦ୍ର, ଏକାଦଶତିଥି, ଗୁରୁବାର ଯୋଗୁ ଧନ, ସମ୍ପଦ ବୃଦ୍ଧିପାଇବ ଏବଂ ଆର୍ଥିକସ୍ଥିତିରେ ସୁଧାର ଆସିବ । ନୂତନ ଭୂମିପୂଜା, ଗୃହପ୍ରତିଷ୍ଠାକରିପାରନ୍ତି କିମ୍ବା କୌଣସି ଶୁଭକର୍ମରେ ଯୋଗଦେଇ ପାରନ୍ତି ।ସମସ୍ତ ଆଶା, ଆକାଂକ୍ଷା, ଅଭିଳାଷପୂର୍ଣ୍ଣ ହେବ ଏବଂ ସମସ୍ତକ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ପ୍ରମୋଶନ ମିଳିପାରେ । ଯେଉଁମାନଙ୍କର ବିଶାଖା ଓ ଜ୍ୟେଷ୍ଠା ବିଛା, ସେମାନେ ସୁଫଳପାଇବେ ।ଶୁଭରଙ୍ଗ : ଲାଲ, ସଂଖ୍ୟା : ୬, ଆରାଧନା : ମା’ ବଗଳାମୁଖୀ ।

ଧନୁ : ଦଶମଚନ୍ଦ୍ର, ଗୁରୁବାର ଏବଂ ରବିଙ୍କ ନକ୍ଷତ୍ରଭୋଗ ହେଉ ଥିବାରୁ ନୂତନ କର୍ମାରମ୍ଭ କରିପାରନ୍ତି ଏବଂ କୌଣସି ଶୁଭକର୍ମର ଆୟୋଜନ କରିପାରନ୍ତି ।କର୍ମରେଏକାଗ୍ରତା ଅଧିକରହିବ ଏବଂ ସମସ୍ତକର୍ମରେ ଆଶାଠାରୁ ଅଧିକସଫଳତା ଏବଂ ସମସ୍ତ କଷ୍ଟସାଧ୍ୟ କାମ ଆଜି ଆପଣଙ୍କ ପାଇଁ ସହଜ ହେବ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହାହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଏବଂ ଆତ୍ମତୃପ୍ତିରହିବ ।ଯେଉଁମାନଙ୍କରପୂର୍ବାଷାଢ଼ା ଧନୁ, ସେମାନେ ଉପକୃତହେବେ । ଶୁଭରଙ୍ଗ : ଧଳା, ସଂଖ୍ୟା : ୨, ଆରାଧନା : ମା’ ମାତଙ୍ଗୀ ।

ମକର : ନବମ ଚନ୍ଦ୍ର, ଦିବା ୧୦ଟା ୪୨ ମିନିଟ୍‌ ପରେ ଘାତତିଥି ଯୋଗୁମାନ, ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ନିଜର ପ୍ରିୟବନ୍ଧୁ କିମ୍ବା ପୁରାତନ ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ । ଅପମାନ, ଅପଯଶ, ଅପନିନ୍ଦା ମିଳିବ ଏବଂ ମନ ବିଷାଦଗ୍ରସ୍ତ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ ଅଯଥା ଖର୍ଚ୍ଚ ଅଧିକହେବ ଓ କର୍ମରେ ବିଫଳତା ଓ ସହକର୍ମୀଙ୍କ ସହମତାନ୍ତର ଘଟିପାରେ । ଯେଉଁମାନଙ୍କର ଉତ୍ତରାଷାଢ଼ା ମକର ଓ ଯାହାର ପ୍ରଥମ ନାମାକ୍ଷର ଭୋ, ଦା, ଦି, ସେମାନେ ସତର୍କ ହେବେ । ଶୁଭରଙ୍ଗ : ବାଇଗଣୀ, ସଂଖ୍ୟା : ୩, ଆରାଧନା : ମା’ କାଳୀ ।

କୁମ୍ଭ : ଘାତବାର ଏବଂ ଅଷ୍ଟମଚନ୍ଦ୍ର ଯୋଗୁ ବାଦବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର ଏବଂ ଯାନବାହନ ଆରୋହଣ କାଳରେ ସତର୍କ ହେବେ । ମନରେ ଅସ୍ଥିରତା, ପରିବାରରେ ମତାନ୍ତର ଏବଂ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବ୍ୟୟ ଦ୍ୱିଗୁଣ ଅଧିକହେବ ଏବଂ ଆର୍ଥିକସ୍ଥିତି ବିଗିଡ଼ିଯିବ । କର୍ମରେ ବିଫଳତା ଏବଂ ସମସ୍ତକର୍ମରେ ଅଯଥା ବିଳମ୍ବ ଦେଖାଦେବ ।ଯେଉଁମାନଙ୍କରଶତଭିଷାକୁମ୍ଭ ଓ ଯାହାରପ୍ରଥମ ନାମାକ୍ଷରଶୋ, ସା, ସି, ସୁ, ସେମାନେ ସତର୍କହେବେ ।ଶୁଭରଙ୍ଗ : କଳା, ସଂଖ୍ୟା : ୬, ଆରାଧନା : ମା’ ଦୁର୍ଗା ।

ମୀନ : ସପ୍ତମଚନ୍ଦ୍ର, ଗୁରୁବାର ଏବଂ ଏକାଦଶୀ ତିଥି ଯୋଗୁ ଆର୍ଥିକ ଅବସ୍ଥାରେ ଉନ୍ନତି, ପରିବାରରେ ସୁଖଶାନ୍ତି ଏବଂ ଦାମ୍ପତ୍ୟଜୀବନ ମଧୁରହେବ । ପରିଚିତ ମହିଳାଙ୍କଠାରୁ ସାହାଯ୍ୟ, ସହଯୋଗ ଏବଂ ଧନ ମିଳିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ସଫଳତା ଏବଂ ମହିଳାସହକର୍ମୀଙ୍କ ସାହାଯ୍ୟ, ସହଯୋଗମିଳିବ ।ଯେଉଁମାନଙ୍କର ପୂର୍ବଭାଦ୍ର ଓ ରେବତୀମୀନ, ସେମାନେ ଉପକୃତହେବେ ।ଶୁଭରଙ୍ଗ : ଲାଲ, ସଂଖ୍ୟା : ୭, ଆରାଧନା : ମା’ ଧୂମାବତୀ ।

ଜ୍ୟୋତିର୍ବିଦ୍‌: କୈଳାସ ଦାଶ

ଗକ୍ଟଭ.: ୯୪୩୭୧୩୩୪୭୩

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.