ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅଯୋଧ୍ୟାରେ ପ୍ରପର୍ଟି ଦର ଆକାଶ ଛୁଆଁ, ୪ ବର୍ଷରେ ୪୦୦ ପ୍ରତିଶତ ଦାମ୍ ବୃଦ୍ଧି

ନୂଆଦିଲ୍ଲୀ,୦୪/୦୨: ଗତ ୪ ବର୍ଷରେ  ଅଯୋଧ୍ୟାରେ ପ୍ରପର୍ଟି ଦର ପ୍ରାୟ ୪ ଗୁଣା ବୃଦ୍ଧି ପାଇଛି ।  ଏହା ସଂପୃକ୍ତ ସହରର ଅର୍ଥନୈତିକ ଅଭିବୃଦ୍ଧିର ଏକ  ପ୍ରମୁଖ ମାପକ ଭାବେ ବିଚାର କରାଯାଇପାରେ ।  ସାଧାରଣତଃ କୃଷି ଅର୍ଥନୀତି ଭାବେ ଜଣା ଅଯୋଧ୍ୟାରେ  ରିୟଲ ଇଷ୍ଟେଟ୍‌ ଡିଲ୍‌ ସଂଖ୍ୟା ଦ୍ରୁତ ବେଗରେ  ବଢ଼ିଚାଲିଛି । ଷ୍ଟାମ୍ପ ଏବଂ ପଞ୍ଜୀକରଣ ବିଭାଗ ତଥ୍ୟ  ଅନୁସାରେ, ସମୟ ସହିତ ପ୍ରପର୍ଟି ସେଲ୍‌ସ ଡିଡ୍‌ ସଂଖ୍ୟା  ବୃହତ୍‌ ମାତ୍ରାରେ ବୃଦ୍ଧି ପାଇଛି । ଗତ ୪ ବର୍ଷରେ ରିୟଲ୍‌  ଇଷ୍ଟେଟ୍‌ ଡିଲ୍‌ ସଂଖ୍ୟା ୪୦% ବୃଦ୍ଧି ପାଇଥିବାବେଳେ ଦର  ୪୦୦% ବୃଦ୍ଧି ପାଇଥିବା ଜଣାପଡ଼ିଛି । 

୨୦୨୦-୨୧ ଆର୍ଥିକବର୍ଷରେ ଅଯୋଧ୍ୟାରେ  ୧୮,୩୨୯ ସଂଖ୍ୟକ ପ୍ରପର୍ଟି ସେଲ୍‌ ଡିଡ୍‌ ରେକର୍ଡ  କରାଯାଇଥିଲା । ଆଲୋଚ୍ୟ ସମୟରେ ବିଭାଗ ଷ୍ଟାମ୍ପ  ଡ୍ୟୁଟି ଫି’ ଆକାରରେ ୧୧୫ କୋଟି ଟଙ୍କା ଆଦାୟ  କରିଥିଲା । ୨୦୨୦ ଅଗଷ୍ଟରେ ରାମ ମନ୍ଦିର ନିର୍ମାଣ  କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହା ପରେ ସହର ବାହାରୁ ଲୋକମାନେ ଅଯୋଧ୍ୟା ଆଡ଼କୁ ଟାଣି ହୋଇଥିଲେ ।  

୨୦୨୧-୨୨ରେ କୃଷି, ଅଣ-କୃଷି ଏବଂ ବାଣିଜ୍ୟିକ  ପ୍ରପର୍ଟିଗୁଡ଼ିକର ରିୟଲ ଇଷ୍ଟେଟ୍‌ କାରବାର ୨୦,୩୨୧କୁ  ବଢ଼ିଥିଲା । ଆଲୋଚ୍ୟ ସମୟରେ ଷ୍ଟାମ୍ପ ଡ୍ୟୁଟି  ଆକାରରେ ୧୪୯ କୋଟି ଟଙ୍କା ଆଦାୟ ହୋଇଥିଲା ।  ୨୦୨୨-୨୩ରେ ୨୨,୧୮୩ ସଂଖ୍ୟକ ସେଲ୍‌ ଡିଡ୍‌ ଜାରି ହୋଇଥିବାବେଳେ ଷ୍ଟାମ୍ପ ଡ୍ୟୁଟି ଆକାରରେ ୧୩୮  କୋଟି ଟଙ୍କା ଆଦାୟ ହୋଇଥିଲା ।  

ତେବେ ଚଳିତ ଆର୍ଥିକବର୍ଷର ଏପ୍ରିଲ ୧ରୁ ଡିସେମ୍ବର ୩୧ ମଧ୍ୟରେ ୧୮,୮୮୭ ସଂଖ୍ୟକ ପ୍ରପର୍ଟି  ଟ୍ରାଞ୍ଜାକ୍‌ସନ ହୋଇଛି ଏବଂ ଆର୍ଥିକବର୍ଷ ଶେଷ ସୁଦ୍ଧା  ଏହା ୨୫,୦୦୦ରୁ ୨୬,୫୦୦ ଛୁଇଁବା ନେଇ ଅନୁମାନ  ରହିଛି । ତିନୋଟି ତ୍ରୟମାସରେ ଷ୍ଟାମ୍ପ ଏବଂ ପଞ୍ଜୀକରଣ  ବିଭାଗ ପକ୍ଷରୁ ୧୩୮.୧୬ କୋଟି ଟଙ୍କାର ରାଜସ୍ୱ ଆଦାୟ  ହୋଇଛି । ତେବେ ଆର୍ଥିକବର୍ଷ ଶେଷ ସୁଦ୍ଧା ଏହା ୧୯୫  କୋଟି ପର୍ଯ୍ୟନ୍ତ ଯାଇପାରେ ବୋଲି ଅନୁମାନ ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.