ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସଲମାନ ଖାନଙ୍କ ବୁଲେଟ୍ ପ୍ରୁଫ୍‌ ଗାଡିରେ ଯାତ୍ରା କରିବେ ଆୟୁଷ ଶର୍ମା, ‘ରୁସଲାନ’ର ପ୍ରମୋସନରେ ବଢାଗଲା ସୁରକ୍ଷା ବ୍ୟବସ୍ଥା

ମୁମ୍ୱାଇ : ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ପରେ ଏବେ ତାଙ୍କର ଜିଜା ଅର୍ଥାତ୍‌ ଭିଣୋଇ ଆୟୁଷ ଶର୍ମାଙ୍କ ସୁରକ୍ଷା ବଢାଇ ଦିଆଯାଇଛି। ୨୦୨୨ ମସିହାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ ଜୀବନରେ ମାରି ଦେବାର ଧମକ ଦେବା ପରେ , ମୁମ୍ୱାଇ ପୁଲିସ ସଲମାନ ଖାନଙ୍କୁ ୱାଇ-ପ୍ଲସ୍‌ ସିକ୍ୟୁରିଟି ଯୋଗାଇ ଥିଲା। ଗତ ବର୍ଷ ନଭେମ୍ୱରରେ ଗ୍ୟାଙ୍ଗଷ୍ଟର ପକ୍ଷରୁ ଦୁଇଥର ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି ଏବଂ ଏବେ ପୁଲିସ ସଲମାନ ଖାନଙ୍କ ପରିବାରକୁ ମଧ୍ୟ ଏହି ସୁରକ୍ଷା ପରିସରରେ ସାମିଲ କରି ଥିବାର ସୂଚନା ଆସିଛି।  

ରାଜକୁମାର ସନ୍ତୋଷୀଙ୍କୁ ୨୪ ଘଣ୍ଟାରେ ମିଳିଲା ଜାମିନ , କୋର୍ଟ ଶୁଣାଇ ଥିଲେ ୨ବର୍ଷର ସଜା

ସଲମାନ ଖାନଙ୍କ ଭିଣୋଇ ଆୟୁଷ ଶର୍ମା , ଯିଏ ନିଜ ଫିଲ୍ମ ରୁସଲାନର ପ୍ରମୋସନରେ ଖୁବ୍‌ ବ୍ୟସ୍ତ ଅଛନ୍ତି ,ସେ ମିଡ଼ିଆ ଇଭେଣ୍ଟସରେ ପୁଲିସ ସୁରକ୍ଷା ସହ ଯିବେ। କିଛି ମିଡ଼ିଆ ପୋର୍ଟାଲରେ ପ୍ରକାଶିତ ଖବର ମୁତାବିକ , ଆୟୁଷ ଶର୍ମାଙ୍କ ସୁରକ୍ଷା ପାଇଁ ପୁଲିସକର୍ମୀଙ୍କୁ ମୁତୟନ କରାଯାଇଛି ଏବଂ ସେ ସଲମାନ ଖାନଙ୍କ ବୁଲେଟପ୍ରୁଫ୍‌ ଗାଡ଼ିରେ ଯାତ୍ରା କରିବେ। କହି ରଖୁଛୁ କି, ଗତ ବର୍ଷ ସଲମାନ ଖାନ ଏହି ବୁଲେଟ୍‌ ପ୍ରୁଫ୍‌ ଗାଡ଼ି କିଣି ଥିଲେ।

ସୂଚନା ଯେ, ନଭେମ୍ୱର ୨୦୨୩ରେ ମିଳିଥିବା ଧମକ ପରେ ସଲମାନ ଖାନଙ୍କୁ ନିଜ ସହ ଏକ ଅସ୍ତ୍ର ରଖିବାକୁ ଅନୁମତି ମିଳିଛି। ସେପଟେ ପୁଲିସ ସୋସିଆଲ ମିଡ଼ିଆରେ ଆସିଥିବା ପୋଷ୍ଟ ଗୁଡ଼ିକର ଆଇପି ଆଡ୍ରେସ୍‌ର ଯାଞ୍ଚ କରିବାରେ ଲାଗି ପଡ଼ିଛି। ସଲମାନ ଖାନଙ୍କ ପରିବାରକୁ ମଧ୍ୟ ସୁରକ୍ଷିତ ମାହୋଲ ଯୋଗାଇ ଦେବାକୁ ପୂରା ଚେଷ୍ଟା ଚାଲିଛି। ସଲମାନ ଖାନଙ୍କ ପ୍ରଶଂସକ ଓ ତାଙ୍କର ଫଲୋୟର୍ସ ମଧ୍ୟ ଆକ୍ଟରଙ୍କ ସୁରକ୍ଷା ଓ ତାଙ୍କର ପରିବାରର ପ୍ରାଥମିକତାକୁ ପୂରା ଗୁରୁତ୍ୱ ଦେଉଛନ୍ତି।

‘ଦଙ୍ଗଲ’ର ‘ସାନ ବବିତା’ ସୁହାନୀ ଭଟନାଗରଙ୍କ ମୃତ୍ୟୁ ; ୧୯ ବର୍ଷ ବୟସରେ ଦୁନିଆକୁ କହିଲେ ଅଲବିଦା

ଅନ୍ୟପଟେ ସଲମାନଙ୍କ କାମ ବିଷୟରେ ଯଦି କଥା ହେବା ତ , ଦବଙ୍ଗ ଖାନଙ୍କର ଗତ ଫିଲ୍ମ ଟାଇଗର-୩ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଛି ଏବଂ ଏବେ ପ୍ରଶଂସକ ତାଙ୍କର ଆଗାମୀ ଫିଲ୍ମକୁ ଅପେକ୍ଷା କରିଛନ୍ତି। ସଲମାନ ଖାନଙ୍କ ଆଗାମୀ ଫିଲ୍ମ ମଧ୍ୟରେ ଟାଇଗର Vs ପଠାନ  ଭଳି ଫିଲ୍ମ ରହିଛି। ହେଲେ ଏହାସହ ଜଡ଼ିତ ଅଫିସିଆଲି ଆନାଉନ୍ସମେଣ୍ଟ ଏବେ ହେବା ବାକି ରହିଛି। ସେପଟେ ରୁସଲାନ ର କଥା ଯଦି କହିବା ତ ଆୟୁଷ ଶର୍ମାଙ୍କର ଫିଲ୍ମ ଅନ୍ତିମ୍‌  ପରେ ଏହା ତାଙ୍କର ଏକ ଆଗାମୀ ବଡ଼ ପ୍ରୋଜେକ୍ଟ , ଯାହା ଉପରେ ସେ ଖୁବ୍‌ ପରିଶ୍ରମ କରିବାର ନଜର ଆସି ଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.