ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଛତିଶଗଡ଼ରେ ପୋଲିଂ ପାର୍ଟିକୁ ନକ୍ସଲଙ୍କ ଟାର୍ଗେଟ୍, ଆଇଡି ବିସ୍ଫୋରଣରେ ବିଏସଏଫ୍ ଯବାନଙ୍କ ସହ ୨ ଆହତ

ରାୟପୁର, ୦୬/୧୧: ରାତି ପାହିଲେ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଭୋଟ୍ ହେବ । ମତଦାନର ଠିକ୍ ପୂର୍ବରୁ ନକ୍ସଲ ପୁଣି ଥରେ ହିଂସାକାଣ୍ଡ ଘଟାଇଛନ୍ତି । ୨ ଦିନ ତଳେ ନାରାୟଣପୁରରେ ପ୍ରଚାର ବେଳେ ବିଜେପି ଜିଲ୍ଲା ଉପସଭାପତିଙ୍କୁ ହତ୍ୟା କରିଥିଲେ ମାଓବାଦୀ ।

ସୋମବାର ନଭେମ୍ବର ୬ ତାରିଖରେ କାଙ୍କେର ଜିଲ୍ଲାରେ ମାଓବାଦୀ କରିଛନ୍ତି ଆଇଡି ବିସ୍ଫୋରଣ । କାଙ୍କେରର ଛୋଟେବେଟିଆରୁ ବିଏସଏଫ୍ ଓ ପୋଲିଂ ପାର୍ଟିର ଜଣିଆ ଟିମ୍ କ୍ୟାମ୍ପ ମରବେଡ଼ାରୁ ରେଙ୍ଗାଘାଟି ରେଙ୍ଗାଙ୍ଗୋଣ୍ଡି ମତଦାନ କେନ୍ଦ୍ରକୁ ଯାଉଥିଲେ । 

ଭୋଟିଂର ୩ ଦିନ ପୂର୍ବରୁ ଛତିଶଗଡ଼ରେ ଲାଲ୍ ହିଂସା, ପ୍ରଚାର ବେଳେ ବିଜେପି ନେତାଙ୍କୁ ହତ୍ୟା କଲେ ମାଓବାଦୀ

ପୋଲିଂ ଟିମର ଗାଡ଼ି ରେଙ୍ଗାଙ୍ଗୋଣ୍ଡି ନିକଟରେ ଅପରାହ୍ଣ ୪ଟା ସମୟରେ ସଂସ୍ପର୍ଶରେ ଆସିଥିଲା । ବିସ୍ଫୋରଣରେ ବିଏସଏଫ୍ ଯବାନ ଚନ୍ଦ୍ରପାକ ସେବଲ ଏବଂ ପୋଲିଂ ପାର୍ଟିର ୨ କର୍ମଚାରୀ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିଆଯାଇଛି । 

୯୦ ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭା ନିର୍ବାଚନ ୨ଟି ପର୍ଯ୍ୟାୟରେ ହେଉଛି । ପ୍ରଥମ ପର୍ଯ୍ୟାୟ ଭୋଟ୍ ନଭେମ୍ବର ୭ରେ ହେଉଥିବା ବେଳେ ୧୭ରେ ପଡ଼ିବ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ । ଡିସେମ୍ବର ୩ରେ ଅନ୍ୟ ରାଜ୍ୟ ବିଧାନସଭ ଭୋଟ୍ ଗଣତି ସହ ଫଳାଫଳ ପ୍ରକାଶ ପାଇବ । 

World Cup: କ୍ରିକେଟ୍ ଇତିହାସରେ ପ୍ରଥମ, ଗୋଟିଏ ବି ବଲ୍ ନ ଖେଳି ଆଉଟ୍ ହେଲେ ଶ୍ରୀଲଙ୍କାର ଏଞ୍ଜେଲୋ ମ୍ୟାଥୁଜ୍

Copyright © 2022 - Summa Real Media Private Limited. All Rights Reserved.