ପ୍ରମୁଖ ଖବର
  • ଭୁବନେଶ୍ଵର : ଭୁବନେଶ୍ୱରରେ ବିଲ୍‌ ଗେଟ୍ସ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ, କୃଷିଭବନ ଓ ବସ୍ତି ବୁଲିବାର ରହିଛି କାର୍ଯ୍ୟକ୍ରମ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ଆଜିଠୁ ବ୍ୟାଡ଼ମିଣ୍ଟନ ଏସିଆ ଟିମ୍‌ ଚାମ୍ପିଅନସିପ୍‌,୧୪ରେ ଭାରତ-ହଂକଂ ମ୍ୟାଚ୍

ନୂଆଦିଲ୍ଲୀ,୧୩/:  ମାଲେସିଆର ଶାହ ଆଲମ ଠାରେ  ସୋମବାରଠୁ ଆରମ୍ଭ ହେଉଛି  ବ୍ୟାଡ଼ମିଣ୍ଟନ ଏସିଆ ଟିମ୍‌ (ପୁରୁଷ  ଓ ମହିଳା) ଚାମ୍ପିଅନସିପ୍‌ ।  ପୁରୁଷ ବିଭାଗରେ ଭାରତ ଗ୍ରୁପ୍‌-ଏ’ରେ ଚୀନ, ହଂକଂ ସହ ସ୍ଥାନ  ପାଇଥିବାବେଳେ ମହିଳା ଦଳ ଗ୍ରୁପ୍‌-ଡବ୍ଲ୍ୟୁ’ରେ ଚୀନ ସହ ସାମିଲ୍‌ ରହିଛି ।

ଆସନ୍ତା ୧୪ ତାରିଖରେ ପୁରୁଷ  ଦଳ ହଂକଂ ବିପକ୍ଷରେ ଅଭିଯାନ ଆରମ୍ଭ  କରିବ । ଦଳର ନକ୍‌ଆଉଟ୍‌ ରାଉଣ୍ଡ୍‌  ପଥ କଷ୍ଟକର ରହିଛି । ୧୫ ତାରିଖରେ  ଦଳ ଶକ୍ତିଶାଳୀ ଚୀନକୁ ଭେଟିବ । ଏସ୍‌ଏସ୍‌ ପ୍ରଣୟ ଦଳର ନେତୃତ୍ୱ  ନେବେ । ସେହିପରି ସାତ୍ତ୍ୱିକସାଇରାଜ  ରଙ୍କିରେଡ୍ଡୀ-ଚିରାଗ ସେଟ୍ଟୀ ଡବଲ୍ସରେ  ଆକ୍ସନକୁ ଓହ୍ଲାଇବାକୁ ଥିବାବେଳେ ଲକ୍ଷ୍ୟ  ସେନ, କେ. ଶ୍ରୀକାନ୍ତ, ଚିରାଗ ସେନ୍‌,  ଧ୍ରୁବ କପିଳା, ଏମ୍‌ଆର୍‌ ଅର୍ଜୁନ, ସୂରଜ  ଗୋଆଲା, ପୃଥ୍ୱୀ ରୟ ସାମିଲ୍‌ ରହିଛନ୍ତି । 

ମହିଳା ଦଳର ନକ୍‌ ଆଉଟ୍‌  ରାଉଣ୍ଡ୍‌ ସ୍ଥାନ ପକ୍କା ହୋଇସାରିଛି ।  ଗ୍ରୁପ୍‌ ପର୍ଯ୍ୟାୟରେ ଦଳ କେବଳ  ଚୀନକୁ ଭେଟିବ । ପ୍ରତ୍ୟାବର୍ତ୍ତନରେ  ପିଭି ସିନ୍ଧୁ ଦଳର ମଙ୍ଗ ଧରିବେ ।  ଅନ୍ୟମାନଙ୍କ ମଧ୍ୟରେ ଅନମୋଲ,  ତନ୍‌ଭୀ ଶର୍ମା, ଅସ୍ମିତା ଚଲିହା, ତ୍ରିଶା  ଜୋଲି, ଗାୟତ୍ରୀ ଗୋପିଚାନ୍ଦ, ଅଶ୍ୱିନୀ  ପୋନାପ୍ପା, ତନିଶା କ୍ରାଷ୍ଟୋ, ପ୍ରିୟା  ଦେବୀ, ଶ୍ରୁତି ମିଶ୍ରା ସାମିଲ୍‌ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.