ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||

ଦୁଇ ବାଇକ୍ ଦୁର୍ଘଟଣାଗ୍ରସ୍ତ; ଜଣେ ମୃତ, ଜଣେ ଗୁରୁତର

ନୂଆଗାଁ, ୫।୦୨: ନୂଆଗାଁ ଥାନା ୫୭ନଂ ଜାତୀୟ ରାଜପଥ ୫୭ ପଞ୍ଚୁପାଣ୍ଡବ ମନ୍ଦିର ନିକଟରେ ଦୁଇ ବାଇକ୍ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ସୂଚନା ଥାଉକି, ଜଗନ୍ନାଥପ୍ରସାଦ ଗ୍ରାମର ୪୨ ବର୍ଷୀୟ ଅଞ୍ଜଳି କରଣ ଓ ମସ୍କାବାରୀ ଗ୍ରାମର ପ୍ରଦୀପ ପରିଡ଼ା ଦୁହେଁ ଭାଇ ଭଉଣୀ ବାଇକରେ ରାତି ୧୦ଟା ସମୟରେ ମସ୍କାବାରି ଯାଉଥିଲେ । ଠିକ୍ ଏତିକି  ବେଳେ ତାଙ୍କର ଅନ୍ୟ ଏକ ବାଇକ୍ ସହ ଧକ୍କା ହୋଇଥିଲା । 

ଖବର ପାଇ ଘଟଣାସ୍ଥଳରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ ନୂଆଗାଁ ଅଗ୍ନିଶ୍ରମ ବିଭାଗ ଗାଡ଼ିରେ ନୟାଗଡ଼ ମେଡିକାଲକୁ ପଠାଇଥିଲେ । ସେଠାରେ ଅଞ୍ଜଳି କରଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅନ୍ୟପଟେ ନୂଆଗାଁ ପୋଲିସ ଦୁଇଟି ବାଇକ ଜବତ କରିବା ସହ ଏନେଇ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଥିବା ଥାନାଧିକାରୀ ନାରାୟଣ ଲେଙ୍କା ସୂଚନା ଦେଇଛନ୍ତି ।

 

 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.