ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ପଞ୍ଚାୟତ କାର୍ଯ୍ୟାଳୟକୁ ବୋମାମାଡ଼, ସରପଞ୍ଚଙ୍କୁ ଦୁର୍ବ୍ୟବହାର ସହିତ ସମର୍ଥକଙ୍କୁ ଆକ୍ରମଣ

ସାଲେପୁର, ୧୫/୦୯ : ପଞ୍ଚାୟତ କାର୍ଯ୍ୟାଳୟକୁ ବୋମାମାଡ଼। ସରପଞ୍ଚଙ୍କୁ ଦୁର୍ବ୍ୟବହାର ସହିତ ସମର୍ଥକଙ୍କୁ ଆକ୍ରମଣ। କଟକ ସଦର ବ୍ଲକ ଅନ୍ତର୍ଗତ କିଶନ ନଗର ଥାନା ଅଧିନସ୍ଥ ପ୍ରହରାଜପୁର ପଞ୍ଚାୟତରେ ଏଭଳି ଘଟଣା ଘଟିଛି। ଏନେଇ ସରପଞ୍ଚ ଥାନାରେ ଅଭିଯୋଗ କରିଛନ୍ତି। ପୂର୍ବ ଶତ୍ରୁତାକୁ ନେଇ କିଛି ଅସାମାଜିକ ବ୍ୟକ୍ତି ଏଭଳି ଘଟଣା ଘଟାଇ ଥିବା ସୂଚନା ମିଳିଛି। 

ସରପଞ୍ଚ ଅବଦୁଲ୍ ୱହାଦି ଖାଁ ପଞ୍ଚାୟତ କର୍ଯ୍ୟାଳୟରେ ପହଞ୍ଚି ସ୍ଥାନୀୟ ବଜାରରେ ପଚାରିବାରୁ କିଛି ଅସାମାଜିକ ଯୁବକ ସରପଞ୍ଚଙ୍କୁ ଗାଳିଗୁଳଜ କରିବା ସହ ତାଙ୍କ ସମର୍ଥକଙ୍କୁ ଆକ୍ରମଣ କରିଥିଲେ। ଏନେଇ ସରପଞ୍ଚ କିଶନନଗର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏହାର ତଦନ୍ତ କରୁଥିବା ନେଇ ସୂଚନା ମିଳିଛି। 



PrameyaOdia
prameyanews
prameya

Copyright © 2022 - Summa Real Media Private Limited. All Rights Reserved.