ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଡିସେମ୍ବର ୧ରୁ ରାଜ୍ୟରେ ବସ୍ ଧର୍ମଘଟ, ୨୨ରେ ବିଧାନସଭା ସମ୍ମୁଖରେ ମାଲିକଙ୍କ ଧାରଣା

ଭୁବନେଶ୍ବର, ୮/୧୧ :  ଡିସେମ୍ବର ୧ରୁ ରାଜ୍ୟରେ ବସ୍ ଧର୍ମଘଟ । କଳାହାଣ୍ଡି ଭବାନୀପାଟଣାଠାରେ ବୁଧବାର ଅନୁଷ୍ଠିତ ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।  ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୨୨ତାରିଖରେ ବିଧାନସଭା ସମ୍ମୁଖରେ ବସ ମାଲିକ ସଙ୍ଘ ଧାରାଣା ଦେବ । ତଥାପି ନିଷ୍ପତ୍ତି ନ ହେଲେ ଡିସେମ୍ବର ୧ରୁ ଆଉ ବସ୍ ରାସ୍ତାରେ ଗଡିବ ନାହିଁ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟରେ ଯିବ ବୋଲି ରାଜ୍ୟ ସମ୍ପାଦକ ଦେବେନ୍ଦ୍ର ସାହୁ ପ୍ରକାଶ କରିଛନ୍ତି । 

ସରକାର ଓଏସଆରଟିସିଠୁ ଆରମ୍ଭ କରି ମୋ ବସରେ କୋଟି କୋଟି ଟଙ୍କା କ୍ଷତିରେ ରହିଲେଣି। ଅଥଚ ଏଠି ସାଢ଼େ ୪ ଲକ୍ଷ ଲୋକ ନିଜର ଜୀବିକା ବଞ୍ଚୁଥିଲେ ବି ସରକାର ଲକ୍ଷ୍ମୀ ବସ୍ ଚଳେଇ ସମ୍ପୂର୍ଣ୍ଣ ବସ ମାଲିକ ଓ ନିଯୁକ୍ତି ପାଇଥିବା ଯୁବକଙ୍କୁ ମାରିବାକୁ ବସିଛନ୍ତି। ଆମେ ତାଙ୍କ ଯୋଜନାକୁ ବିରୋଧ କରୁ ନାହୁଁ। କିନ୍ତୁ ସରକାରରଙ୍କ ନୀତି ଭୁଲ ଥିବାରୁ ବେସରକାରୀ ବସ୍ ସଂକଟରେ ରହିଛି। ଯାହାକୁ ତୀବ୍ର ବିରୋଧ କରାଯିବ ରାଜ୍ୟବ୍ୟାପୀ। ସରକାର ସେମାନେ ଦେଇଥିବା ଦାବିର ସଠିକ ନିଷ୍ପତ୍ତି ନ ନେଲେ ଆନ୍ଦୋଳନ ତୀବ୍ର କରାଯିବ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.