ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆସନ୍ତା ୭ ଯାଏ ବଢ଼ିଲା ସିୟୁଇଟି ପିଜି ଆବେଦନ, ମାର୍ଚ୍ଚ ୧୧ରୁ ୨୮ ମଧ୍ୟରେ କମ୍ପ୍ୟୁଟର ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୦୩/୦୨: ଏନ୍‌ଟିଏ ପରିଚାଳିତ ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା (ସିୟୁଇଟି ପିଜି) ଆବେଦନ  ଅବଧି ବୃଦ୍ଧି ହୋଇଛି। ଆସନ୍ତା ୭ ତାରିଖ ଯାଏ ଅନ୍‌ଲାଇନ୍‌ରେ ଆବେଦନ କରିହେବ । ୮ ତାରିଖ ମଧ୍ୟରେ ଆବେଦନ ଫି  ଦାଖଲ କରିବେ । ମାର୍ଚ୍ଚ ୧୧ରୁ ୨୮ ମଧ୍ୟରେ କମ୍ପ୍ୟୁଟର ପ୍ରବେଶିକା ପରୀକ୍ଷା କରାଯିବ । 

ଓଡ଼ିଶାର କୋରାପୁଟସ୍ଥିତ କେନ୍ଦ୍ରୀୟ  ବିଶ୍ୱବିଦ୍ୟାଳୟରେ ପିଜି ନାମଲେଖା ପାଇଁ ଇଛୁକ ଶିକ୍ଷାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ । ଚଳିତ ବର୍ଷ କେନ୍ଦ୍ରୀୟ  ବିଶ୍ୱବିଦ୍ୟାଳୟରେ ୧୩ଟି ସ୍ନାତକୋତ୍ତର ପାଠ୍ୟକ୍ରମ (୨ବର୍ଷିଆ) ପାଇଁ ନାମଲେଖା ହେବ । ଓଡ଼ିଆ, ଇଂରାଜୀ, ହିନ୍ଦୀ, ସଂସ୍କୃତ,  ନୂତତ୍ତ୍ୱ ବିଭାଗ, ସାମାଜିକ ବିଜ୍ଞାନ, ଅର୍ଥନୀତି, ସାମ୍ବାଦିକତା ଓ ଗଣଯୋଗାଯୋଗ, ଏମ୍‌ବିଏ, ଅର୍ଥନୀତି, କମ୍ପ୍ୟୁଟର ସାଇନ୍ସ,  ବିଏଡ୍‌ ପାଠ୍ୟକ୍ରମ ପାଇଁ ନାମଲେଖା ହେବ । ଏସଂପର୍କିତ ସମସ୍ତ ତଥ୍ୟ pgcuet.samarth.ac.inରେ ଉପଲବ୍ଧ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.