ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୫-ଟି ଅଧ୍ୟକ୍ଷଙ୍କ ଗଜପତି ଓ ଢେଙ୍କାନାଳ ଗସ୍ତ : ଆତ୍ମବିଶ୍ୱାସ ସହିତ କଠିନ ପରିଶ୍ରମ କରିବାକୁ ଛାତ୍ରଛାତ୍ରୀଙ୍କୁ ଦେଲେ ପରାମର୍ଶ

 ଭୁବନେଶ୍ବର,୧।୨ : ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଗୁରୁବାର ଗଜପତି ଓ ଢେଙ୍କାନାଳ ଗସ୍ତ କରିଛନ୍ତି।  ଜିଲ୍ଲାରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଅଗ୍ରଗତିର ସେ ସମୀକ୍ଷା କରିଥିଲେ। ଏଥିସହ ଛାତ୍ରଛାତ୍ରୀ ଓ ଲୋକମାନଙ୍କ ସହ ଆଲୋଚନା କରିଥିଲେ।

ସେ ଜିରଙ୍ଗା ପଦ୍ମାସମ୍ବଭା ପୀଠରେ  ମହାଗୁରୁ ଅଭିଷେକ ସମାରୋହରେ ଯୋଗ ଦେଇ ପ୍ରାର୍ଥନା କରିଥିଲେ। ତା’ପରେ ସେ ପୂଜକ ଏବଂ ଭକ୍ତମାନଙ୍କ ସହ ଆଲୋଚନା କରିଥିଲେ । ୨.୬୮ କୋଟି ଟଙ୍କା ବ୍ୟୟରେ ମଠର ବିକାଶର ଅଗ୍ରଗତି ସମୀକ୍ଷା କରିଥିଲେ । ଗତ ବର୍ଷ ମେ ମାସରେ ତାଙ୍କର ଏହି ପରିଦର୍ଶନ ପରେ  ଯାହା ଅନୁମୋଦିତ ହୋଇଥିଲା । ଏଥିସହ ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ। ପ୍ରକଳ୍ପର କାର୍ଯ୍ୟ ସମୟସୀମା ଅନୁଯାୟୀ ଶେ‌ଷ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। 

ପରେ   ଢେଙ୍କାନାଳ ଜିଲ୍ଲାରେ ଅନୁଷ୍ଠିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।  ଢେଙ୍କାନାଳ ଜିଲ୍ଲାରୁ ଯୋଗ ଦେଇଥିବା ସମସ୍ତ କଲେଜର ଛାତ୍ରଛାତ୍ରୀମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଯୁବକମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା  ସହ   ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ବ୍ୟତୀତ ସାମଗ୍ରିକ ବ୍ୟକ୍ତିତ୍ୱର ବିକାଶରେ ସହାୟତା କରିବାକୁ ଏହା ଏକ ପ୍ଲାଟଫର୍ମ ବୋଲି କହିଥିଲେ। ଜୀବନରେ ସଫଳତା ହାସଲ କରିବାକୁ ଛାତ୍ରମାନଙ୍କୁ ଆତ୍ମବିଶ୍ୱାସ ସହିତ କଠିନ ପରିଶ୍ରମ କରିବାକୁ କହିଥିଲେ | ସେ ଛାତ୍ରମାନଙ୍କୁ ଉଚ୍ଚ ଲକ୍ଷ୍ୟ ରଖିବାକୁ ପରାମର୍ଶ ଦେଇଥିଲେ। ଢେଙ୍କାନାଳ ଜିଲ୍ଲାରୁ କିଛି ବିଶିଷ୍ଟ ବ୍ୟକ୍ତିଙ୍କ ସଫଳତା ବିଷୟରେ ଉଲ୍ଲେଖ କରିଥିଲେ |

ଢେଙ୍କାନାଳ ଜିଲ୍ଲାରୁ ଅନେକ ଆଦର୍ଶ ଓ ପ୍ରତିଭାଧାରୀ ବ୍ୟକ୍ତି ଅଛନ୍ତି  ଯେଉଁମାନେ ସମସ୍ତେ ବିଭିନ୍ନ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଅଟନ୍ତି । କଠିନ ପରିଶ୍ରମ ଏବଂ ନିଷ୍ଠା ହେତୁ ସେମାନେ ସଫଳତା ହାସଲ କରିଛନ୍ତି । ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଲକ୍ଷ୍ୟରେ ବିଶ୍ୱାସ ରଖି ଆତ୍ମବିଶ୍ୱାସ ସହିତ କଠିନ ପରିଶ୍ରମ କରିବାକୁ  ପରାମର୍ଶ ଦେଇଥିଲେ। ଢେଙ୍କାନାଳ ଜିଲ୍ଲା‌ରେ ହେଉଥିବା କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିବା ସହ  ଫେବୃୟାରୀ ସୁଦ୍ଧା ଶେଷ କରିବାକୁ ନିର୍ଦେଶ ଦେଇଥିଲେ। 

 ସେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କେତେକ ପ୍ରମୁଖ ପ୍ରକଳ୍ପର ସମୀକ୍ଷା ମଧ୍ୟ  କରିଥିଲେ।  ୨୦୨୩ ଜୁଲାଇରେ ଶ୍ରୀ ପାଣ୍ଡିଆନଙ୍କ  ଢେଙ୍କାନାଳ ଜିଲ୍ଲା ଗସ୍ତ ପରେ କିଛି ପ୍ରକଳ୍ପ ଆରମ୍ଭ କରାଯାଇଛି।  ସେତେବେଳେ ଜନସଭାଗୁଡ଼ିକରେ ଲୋକମାନଙ୍କ ମତାମତ ନେବା ସହ ଅଭିଯୋଗ ଗ୍ରହଣ କରିଥିଲେ।

ଆହୁରି ପଢନ୍ତୁ : ୫-ଟି ଅଧ୍ୟକ୍ଷଙ୍କ ସୁନ୍ଦରଗଡ ଗସ୍ତ : ଜୀବନରେ ସଫଳତା ହାସଲ କରିବା ପାଇଁ ଆତ୍ମବିଶ୍ୱାସ ସହିତ କଠିନ ପରିଶ୍ରମ କରିବାକୁ ଛାତ୍ରଛାତ୍ରୀଙ୍କୁ ଦେଲେ ପରାମର୍ଶ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.