ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୫-ଟି ଅଧ୍ୟକ୍ଷଙ୍କ କେନ୍ଦୁଝର ଗସ୍ତ : ଉଚ୍ଚ ଲକ୍ଷ୍ୟ ରଖିବାକୁ ଛାତ୍ରଛାତ୍ରୀଙ୍କ ଦେଲେ ପରାମର୍ଶ

ଭୁବନେଶ୍ବର,୨୮।୧ :  ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ରବିବାର କେନ୍ଦୁଝର ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏଥିସହ ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି। 

ସେ ଡିଡି ୟୁନିଭରସିଟି  ପଡିଆରେ ଆୟୋଜିତ ନୁଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।   ଏଥିରେ କେନ୍ଦୁଝର ଜିଲ୍ଲାର  ସମସ୍ତ କଲେଜର ଯୋଗ ଦେଇଥିବା  ଛାତ୍ରଛାତ୍ରୀ ସହ ଆଲୋଚନା କରିଥିଲେ। ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀମାନେ  ପ୍ରତିଭା ପ୍ରଦର୍ଶନ କରିବା ଏବଂ ସେମାନଙ୍କର ଏକାଡେମିକ୍ ସଫଳତା ସହିତ ସାମଗ୍ରିକ ବ୍ୟକ୍ତିତ୍ୱର ବିକାଶରେ ସାହାଯ୍ୟ କରିବା ପାଇଁ ଏହା ଏକ ପ୍ଲାଟଫର୍ମ ବୋଲି ସେ କହିଥିଲେ। ଜୀବନରେ ସଫଳତା ହାସଲ କରିବା ପାଇଁ ଆତ୍ମବିଶ୍ୱାସ ସହିତ କଠିନ ପରିଶ୍ରମ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପାଣ୍ଡିଆନ୍  ପରାମର୍ଶ ଦେଇଥିଲେ। ଜିଲ୍ଲାରେ କଲେଜ ରୂପାନ୍ତରଣ କାର୍ଯ୍ୟ ଫେବୃୟାରୀ ସୁଦ୍ଧା ଶେଷ ହେବ ବୋଲି ସୂଚନା ଦେଇଥିଲେ। ଉଚ୍ଚ ଲକ୍ଷ୍ୟ ରଖିବାକୁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ଏବଂ କେଉଁଝର ଜିଲ୍ଲାର କିଛି ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସଫଳତା ବିଷୟରେ କହିଥିଲେ।

ସେହିପରି ମା’ ତାରିଣୀ ମନ୍ଦିର ପ୍ରକଳ୍ପ ଅଗ୍ରଗତି କାର୍ଯ୍ୟର ଶ୍ରୀ ପାଣ୍ଡିଆନ ସମୀକ୍ଷା କରିଥିଲେ। ଏଥିସହ ସେ କାନପୁର ଜଳସେଚନ ପ୍ରକଳ୍ପ, ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ଏବଂ ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି।  ସେହିପରି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡ,  କେନ୍ଦୁଝରର ବଳଦେବ ଜୀଉ ମନ୍ଦିର, ଗୁପ୍ତ ଗଙ୍ଗା, ଗୋନାସିକାସ୍ଥିତ ବହ୍ମେଶ୍ବର ମନ୍ଦିର, ସୀତାବିଞ୍ଜୀ ମନ୍ଦିର ଓ ସିଦ୍ଧ ମଠ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଥିଲେ। ସେହିପରି ଜିଲ୍ଲାର  ମେଗା ପାନୀୟ ଜଳ ପ୍ରକଳ୍ପ ଓ ପ୍ରମୁଖ ସଡକ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ। 

ସେହିପରି କେନ୍ଦୁଝର ସିଲିସୁଆଁ ଠାରେ ଆୟୋଜିତ ଜନସଭାରେ ଯୋଗ ଦେଇ ଲୋକମାନଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଆବେଦନଗୁଡିକ ଗ୍ରହଣ କରିଥିଲେ।

ଆହୁରି ପଢନ୍ତୁ : ରାଜ୍ୟ ଭତ୍ତାଧାରୀଙ୍କ ପାଇଁ ଖୁସି ଖବର; ଖୁବ୍‌ଶୀଘ୍ର ଭତ୍ତା ସହ ଆଶା, ଅଙ୍ଗନବାଡ଼ି ଦିଦି, ସ୍ୱଚ୍ଛ ସାଥୀଙ୍କ ବୃଦ୍ଧି ହେବ ଦରମା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.