ଭୁବନେଶ୍ବର, ୧/୩ : ଆଇପିଏସ୍ ସ୍ତରରେ ଅଦଳବଦଳ । ଶୁକ୍ରବାର ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ଉତ୍ତର ପୂର୍ବାଞ୍ଚଳ ଆଇଜି ଭାବେ କାର୍ଯ୍ୟ କରୁଥିବା ୨୦୦୪ବ୍ୟାଚ୍ର ଆଇପିଏସ୍ ଡ.ଦୀପକ କୁମାରଙ୍କୁ ପୂର୍ବାଞ୍ଚଳ ଆଇଜି ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି । ଅନ୍ୟପଟେ ପୂର୍ବାଞ୍ଚଳ ଆଇଜି ଭାବେ କାର୍ଯ୍ୟ କରୁଥିବା ୨୦୦୪ ବ୍ୟାଚ୍ର ଆଇପିଏସ୍ ସତ୍ୟବ୍ରତ ଭୋଇଙ୍କୁ ଉତ୍ତର ପୂର୍ବାଞ୍ଚଳ ଆଇଜି ଭାବେ ବଦଳି କରାଯାଇଛି । ଏଥିସହ ଆଇପିଏସ୍ ସତ୍ୟବ୍ରତ ଭୋଇଙ୍କୁ ପୁଲିସ ଟ୍ରେନିଂ ସେଣ୍ଟରର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି ।
ସେହିପରି ବର୍ତ୍ତମାନ କେନ୍ଦ୍ରାପଡ଼ା ଏସପି ଥିବା ୨୦୧୧ ବ୍ୟାଚ୍ର ଆଇପିଏସ୍ ବି.ଯୁଗଳ କୁମାରଙ୍କୁ ଖୋର୍ଦ୍ଧା ଏସ୍ପି ଭାବେ ବଦଳି କରାଯାଇଥିବାବେଳେ ଖୋର୍ଦ୍ଧା ଏସ୍ପି ଭାବେ କାର୍ଯ୍ୟ କରୁଥିବା ୨୦୧୭ବ୍ୟାଚ୍ର ଆଇପିଏସ୍ ସିଦ୍ଧାର୍ଥ କଟାରିଆଙ୍କୁ କେନ୍ଦ୍ରାପଡ଼ା ଏସ୍ପି ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି ।