ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ରୋଷେଇରେ ଦୁଇଟି ବିଶ୍ୱ ରେକର୍ଡ: ଅବିରତ ୧୧୯ ଘଣ୍ଟା, ୫୭ ମିନିଟ୍‌ ରାନ୍ଧିଲେ ସେଫ୍‌ ଆଲାନ ଫିଶର୍‌

ନୂଆଦିଲ୍ଲୀ ୧୩/୧୧: ଜାପାନର ସେଫ୍‌ ଆଲାନ ଫିଶର୍‌ ରାନ୍ଧଣାରେ ଦୁଇଟି ବିଶ୍ୱ ରେକର୍ଡ  ଭାଙ୍ଗିଛନ୍ତି । ମାଟ୍‌ସୁ ସ୍ଥିତ ନିଜର ଆଇରିଶ୍‌-ଥିମ୍‌ ରେସ୍ତୋରାଁରେ ସେ ଅବିରତ ୧୧୯ ଘଣ୍ଟା ୫୭ ମିନିଟ୍‌ ରୋଷେଇ କରିଛନ୍ତି । ଏ କ୍ଷେତ୍ରରେ ପୂର୍ବରୁ ବିଶ୍ୱ ରେକର୍ଡ କରିଥିବା ନାଇଜେରିଆର ମହିଳା ସେଫ୍‌  ହିଲ୍‌ଡା ବାସିଙ୍କଠାରୁ ସେ ଅଧିକ ୨୪ ଘଣ୍ଟା ରୋଷେଇ କରିଛନ୍ତି ।  

ଫିଶର୍‌ ଆଉ ଏକ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ସର୍ବାଧିକ ୪୭ ଘଣ୍ଟା  ୨୧ ମିନିଟ୍‌ ଲଗାତାର ବେକିଂ କରି ସର୍ବାଧିକ ସମୟ ବେକିଂ  ମାରାଥନ୍‌ ବିଭାଗରେ ସେ ଆମେରିକାର ପୂର୍ବ ରେକର୍ଡଧାରୀ ୱେଣ୍ଡି ସ୍ୟାଣ୍ଡନରଙ୍କୁ ପଛରେ ପକାଇଛନ୍ତି । ଫିଶର୍‌ ଏକସଙ୍ଗେ ଗୋଟିଏ ପରେ ଗୋଟିଏ ପ୍ରୟାସ କରିଥିଲେ । ଏଥିପାଇଁ ସେ ରୋଷେଇ ଘରେ ୧୬୦ ଘଣ୍ଟାରୁ ଅଧିକ ସମୟ କାମ କରିଥିଲେ । ମଝିରେ ମାତ୍ର ଦିନଟିଏ ଆରାମ କରିଥିଲେ । ସୋସିଆଲ ମିଡିଆ ୟୁଜର ଏହି କୃତିତ୍ୱ ପାଇଁ ଫିଶର୍‌ଙ୍କୁ ଖୁବ୍‌ ପ୍ରଶଂସା କରୁଛନ୍ତି । ଏଥିଲାଗି ସେ  ଅନେକ ରାତି ଅନିଦ୍ରା ହୋଇଛନ୍ତି । ଅନେକ ମାନସିକ,  ଆର୍ଥିକ ସମସ୍ୟା ଦେଇ ଗତି କରିଛନ୍ତି ବୋଲି ଗିନିଜ୍‌  ବିଶ୍ୱ ରେକର୍ଡସ୍‌କୁ ଫିଶର୍‌ କହିଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.