ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବରଗଡ଼ବାସୀଙ୍କ ହେବ ସ୍ୱପ୍ନ ପୂରଣ: ଶନିବାର ବରଗଡ଼ ଅର୍ବାନ୍‌ ସିଏଚ୍‌ସି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ବରଗଡ଼,୧୭/୦୨: ବରଗଡ଼ବାସୀଙ୍କ ବହୁଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଛି । ସହରବାସୀଙ୍କ  ଦାବିକୁ ରାଜ୍ୟ ସରକାର ସମ୍ମାନ ଜଣାଇ ପୁରୁଣା ଡିଏଚ୍‌ଏଚ୍‌କୁ ଅର୍ବାନ୍‌ ଡାକ୍ତରଖାନାରେ ରୁପାନ୍ତରିତ  କରିଛନ୍ତି । ଏହାକୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଉଦ୍‌ଘାଟନ କରିବେ । 

ଲୋକଙ୍କ ଦାବି ଅନୁଯାୟୀ ଯେଭଳି ଡାକ୍ତରଖାନାର କାୟା ପରିବର୍ତ୍ତନ କରାଗଲା ସେହିପରି  ସବୁ ସମୟରେ ଉପଯୁକ୍ତ ଡାକ୍ତର, କର୍ମଚାରୀ, ଯନ୍ତ୍ରପାତି ସାଙ୍ଗକୁ ଉତ୍ତମ ଚିକିତ୍ସା ସେବା ଯୋଗାଇ  ଦେବାକୁ ଏହି ଅବସରରେ ସହରବାସୀ ସରକାରଙ୍କୁ ଗୁହାରି କରିଛନ୍ତି । ଏହି ଡାକ୍ତରଖାନା ଉଦ୍‌ଘାଟନ  ପରେ ଖାଲି ପଦବି ମଧ୍ୟ ସରକାର ଶୀଘ୍ର ପୂରଣ କରିବେ ବୋଲି ଲୋକେ ଆଶାବ୍ୟକ୍ତ କରିଛନ୍ତି ।  ସହର ଭିତରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌) ୨୦୨୦ରେ ଖେଦାପାଲିକୁ  ସ୍ଥାନାନ୍ତରିତ ହେବା ପରେ ବରଗଡ଼ବାସୀଙ୍କ ଦାବି ଓ ଆନ୍ଦୋଳନ ପରେ ସରକାର ପୁରୁଣା  ଡିଏଚ୍‌ଏଚ୍‌କୁ ଅର୍ବାନ ସିଏଚ୍‌ସି ଭାବେ ଘୋଷଣା କରିଥିଲେ । ବିଧାୟକ ଦେବେଶ  ଆଚାର୍ଯ୍ୟଙ୍କ ଅନୁରୋଧକ୍ରମେ ମୋ ହସ୍ପପିଟାଲ ଯୋଜନାରେ ଏହାକୁ ସାମିଲ କରାଯାଇ  ୫ଟି ଅଧିନରେ ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ ଏହାର ରୂପାନ୍ତରଣ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.