ବେଜିଂ, ୦୩/୦୯: ଆଫ୍ରିକୀୟ ଦେଶ ଗବାନରେ ଚୀନ ଅରବ ଟଙ୍କା ବିଭିନ୍ନ ପ୍ରକଳ୍ପରେ ଲଗାଇଛି । କୁହାଯାଉଛି, ପ୍ରକଳ୍ପରେ ଟଙ୍କା ଲଗାଇ ଗବାନକୁ ନିଜ ଅଧିନକୁ ନେବାକୁ ଡ୍ରାଗନ୍ ଚାହୁଁଥିଲା । ଆଫ୍ରିକାର ଅନେକ ଦେଶରେ ବେଜିଂ ପ୍ରକଳ୍ପ ପାଇଁ ଟଙ୍କା ଦେଇ ସ୍ଥିତି ମଜଭୁତ୍ କରିଥିଲା । ପରେ ଋଣ ଦେଇ ସେସବୁ ଦେଶକୁ ତାର ଚାକର କରିଛି । ଗବାନରେ ମଧ୍ୟ ଏଭଳି କରିବାକୁ ଚୀନ ମସୁଧା କରିଥିଲା ।
କିନ୍ତୁ ଏବେ ଚୀନ୍, ଗବାନରେ ନିଜ ଫାସରେ ନିଜେ ଫସିଥିବା ନଜର ଆସୁଛି । ଫଳରେ ଚୀନର ଅରବ ଟଙ୍କା କ୍ଷତି ହେବ । ଗବାନରେ ଏବେ ସରକାର ସେନା ହାତେଇ ନେଇଥିବା ବେଳେ ଚୀନର ପ୍ରକଳ୍ପ ଉପରେ ବିପଦ ଭାବେ ଉଭା ହୋଇଛି । ପଶ୍ଚିମ ଆଫ୍ରିକୀୟ ଦେଶ ଗବାନରେ ପ୍ରଚୁର ମାତ୍ରାରେ ତେଲ ଓ ଖଣିଜ ସମ୍ପଦ ରହିଛି । ସେଠାରେ ନିର୍ବାଚନ ଫଳ ବାହାରିବା ପରେ ରାଷ୍ଟ୍ରପତି ଅଲୀ ବାଙ୍ଗୋଙ୍କୁ ସେନା ନଜରବନ୍ଦୀ କରି ରଖିଛି ।
ଅଲୀ ବଙ୍ଗୋ ତୃତୀୟ ଥର ପାଇଁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥାନ୍ତେ । କିନ୍ତୁ ଗବାନ ସେନା ଏବେ ଜେନେରାଲ୍ ବ୍ରାଇସ୍ ଔଲିଗୁଇ ଗ୍ନୁଏମାଙ୍କୁ ରାଷ୍ଟ୍ରପତି ମାନ୍ୟତା ଦେଇଛି । ସେ ପ୍ରେସିଡେନ୍ସିଆଲ୍ ଗାର୍ଡର ପୂର୍ବତନ ମୁଖ୍ୟ ଥିଲେ ।
ଗବାନ୍ ପାଇଁ ଚୀନର ହେବ କେତେ କ୍ଷତି ?
ଚୀନ୍ ହେଉଛି ଗବାନର ପ୍ରମୁଖ ବାଣିଜ୍ୟ ସହଯୋଗୀ । ଗବାନରୁ ଚୀନ୍ ପ୍ରଚୁର ପରିମାଣରେ ମାଙ୍ଗାନିଜ୍ ଆମଦାନୀ କରିଥାଏ । ସେଠାକାର ରାଷ୍ଟ୍ରପତି ଅଲୀ ବାଙ୍ଗୋଙ୍କ ସହିତ ଚୀନର ସମ୍ପର୍କ ଘନିଷ୍ଠ । ଏବେ ଦେଖିବାର କଥା ଗବାନ୍ ସେନା ସହ ସମ୍ବନ୍ଧ କିଭଳି ରହୁଛି ।
ଭାରତର ଆଗାମୀ ମ୍ୟାଚରେ ପୁଣି ବର୍ଷା ଆଶଙ୍କା, ସୁପର୍-୪ରେ କେମିତି ପହଞ୍ଚିବ ରୋହିତ ବାହିନୀ ?
ରୟଟର୍ସ ଅନୁସାରେ, ଚୀନ କମ୍ପାନୀ ଗବାନର ହାଇଡ୍ରୋ ପ୍ରକଳ୍ପରେ ଟଙ୍କା ଲଗାଇଛନ୍ତି । ଏଥିସହ ଖଣିଜ ସମ୍ପଦ କ୍ଷେତ୍ରରେ ଚୀନ ଟଙ୍କା ଲଗାଇଛି । ଏବେ ସେନା କ୍ଷମତା ହାତେଇବା ସହ ସବୁକିଛିକୁ ନିୟନ୍ତ୍ରଣକୁ ନେଇଛି । ଚୀନର ତଥ୍ୟ ଅନୁସାରେ, ୨୦୨୨ ବର୍ଷରେ ଦୁଇ ଦେଶ ମଧ୍ୟରେ କାରବାର ୪.୫୫ ବିଲିଅନ୍ ଆମେରିକୀୟ ଡଲାର ଟପିଥିଲା । ଉଭୟ ଦେଶ ମଧ୍ୟରେ ପ୍ରତିବର୍ଷ ୫୦ ପ୍ରତିଶତ ବାଣିଜ୍ୟ ବୃଦ୍ଧି ପାଉଥିଲା । ଏବେ ସେନା ଶାସନ ହାତେଇଥିବା ବେଳେ ଦେଖିବାର କଥା ଚୀନକୁ ପୂର୍ବ ସୁବିଧା ଦେଉଛି କି ନାହିଁ ।